ଏଟିଏମ୍‌ ଅଫିସ ଭିତରେ ପଢୁଥିଲେ ସିକ୍ୟୁରିଟି ଗାର୍ଡ, ସୋସିଆଲ ମିଡିଆରେ ହେଲେ ଭାଇରାଲ

ସୋସିଆଲ ମିଡିଆରେ ଏଭଳି ଅନେକ ଭିଡିଓ ଅଛି ଯାହା ଭାଇରାଲ ହୋଇଥାଏ। ଯାହାକୁ ଦେଖି ସମସ୍ତେ ଆଶ୍ଚର୍ଯ୍ୟ ହୋଇଯାଇଥାନ୍ତି। କିଛି ଭିଡିଓ ମଜ୍ଜାଳିଆ ମଧ୍ୟ ଥାଏ। ତ’ ଅନ୍ୟ କିଛି ସମାଜ ପାଇଁ ଶିକ୍ଷଣୀୟ ହୋଇଥାଏ। ଏବେ ଆମେ ସେମିତି କିଛି ପୋଷ୍ଟ ସଂପର୍କରେ କହିବାକୁ ଯାଉଛୁ ଯାହା ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି।

ଦେଖନ୍ତୁ ଥରେ ଏହି ପୋଷ୍ଟ। ଜଣେ ଲୋକ ଏଟିଏମ୍‌ ଅଫିସ ଭିତରେ ପଢୁଥିବାର ଦେଖିବାକୁ ମିଳିଛି। ଏହି ଲୋକ ଅନ୍ୟ କେହି ନୁହେଁ ବରଂ ସେହି ଅଫିସର ସିକ୍ୟୁରିଟି ଗାର୍ଡଙ୍କର । ଏହାକୁ ଦେଖିଲା ପରେ ପ୍ରାୟ ସମସ୍ତ ଭାବୁକ ହୋଇଯିବେ ନିଶ୍ଚିତ।

ଆଜ୍ଞା ହଁ ଦର୍ଶକ ବନ୍ଧୁ, ସୋସିଆଲ ମିଡିଆରେ ଭାଇରାଲ ହୋଇଥିବା ଏହି ପୋଷ୍ଟ ଜଣେ ସିକ୍ୟୁରିଟି ଗାର୍ଡଙ୍କର। ଯିଏ ATM ମେସିନ ପାଖେ ବସି ନିଜ କର୍ତ୍ତବ୍ୟ ସଂପାଦନ କରିବା ସହ ପାଠ ମଧ୍ୟ ପଢ଼ୁଛନ୍ତି।

ଏହି ପୋଷ୍ଟକୁ IAS ଅଫିସର ଅବନୀଶ ଶରଣ ନିଜ ଟ୍ଵିଟର ଆକାଉଣ୍ଟରେ ସେୟାର କରିଥିବାର ଦେଖିବାକୁ ମିଳିଛି। ଏହି ଫଟୋରେ ସେ କ୍ୟାପସନ ଲେଖିଛନ୍ତି, ‘ଏହି ଫଟୋରେ ଆପଣ ଦେଖିପାରୁଥିବେ କିଭଳି ଜଣେ ସିକ୍ୟୁରିଟି ଗାର୍ଡ ATM ମେସିନ ପାଖରେ ବସି ପଢ଼ୁଛନ୍ତି। ଏହାକୁ ଦେଖି ଜଣା ପଡୁଛି, ତାଙ୍କ ଭିତରେ କିଛି କରିବାର ଇଚ୍ଛା ଶକ୍ତି ଅଛି’।

ଏହି ପୋଷ୍ଟରେ ବର୍ତ୍ତମାନ ପର୍ଯ୍ୟନ୍ତ ୮ହଜାରରୁ ଅଧିକ ଲାଇକ୍ସ ଆସିଲାଣି। ଏହାସହ ଲୋକମାନେ ସିକ୍ୟୁରିଟି ଗାର୍ଡଙ୍କର ତାରିଫ କରିଛନ୍ତି। କମେଣ୍ଟସରେ ତାଙ୍କୁ ପ୍ରଶଂସା କରିଛନ୍ତି।

ଆଜିକାଲି ପିଲାମାନେ ପାଠ ପ୍ରତି ଖାମ ଖିଆଲ ମନୋଭାବ ରଖିଥିବା ବେଳେ ଏଭଳି ଦୃଶ୍ୟ ସତରେ ସମସ୍ତଙ୍କୁ ନିହାତି ପ୍ରେରଣା ଦେବ।

Leave A Reply

Your email address will not be published.