ହାଇଆଲର୍ଟରେ ଓଡ଼ିଶା, କଡ଼ାକଡ଼ି କରାଯାଇଛି ସୁରକ୍ଷା ବ୍ୟବସ୍ଥା

ଓଡ଼ିଶାରେ ବି ହାଇଆଲର୍ଟ । ଭାରତ-ପାକିସ୍ତାନ ଯୁଦ୍ଧକୁ ନେଇ ହାଇଆଲର୍ଟରେ ଗୁରୁତ୍ବପୂର୍ଣ୍ଣ ସ୍ଥାନ । ଯୁଦ୍ଧ ପରିସ୍ଥିତିକୁ ଦୃଷ୍ଟିରେ ରଖି ପ୍ରସ୍ତୁତ ରହିଛି ଓଡ଼ିଶା । ଭୁବନେଶ୍ବର ବିମାନ ବନ୍ଦର ଠାରୁ ଆରମ୍ଭ କରି ଚାନ୍ଦିପୁର କ୍ଷେପଣାସ୍ତ୍ର ଘାଟିରେ ହାଇଆଲର୍ଟ ଜାରି କରାଯାଇଛି । ପୁରୀ ବଡ଼ଦାଣ୍ଡରେ କଡ଼ାକଡ଼ି କରାଯାଇଛି ସୁରକ୍ଷା ବ୍ୟବସ୍ଥା । ବଡ଼ଦାଣ୍ଡ ଓ ଶ୍ରୀମନ୍ଦିର ନିକଟରେ କଡ଼ା ସୁରକ୍ଷା ବ୍ୟବସ୍ଥା ହୋଇଛି । ଶ୍ରୀମନ୍ଦିର ନିକଟରେ ସଶସ୍ତ୍ର ସୁରକ୍ଷା ବାହିନୀ ମୁତୟନ ହୋଇଛନ୍ତି। ଶ୍ରୀମନ୍ଦିର ଚାରି ପଟେ ସଜାଗ ରହିଛନ୍ତି ସ୍ୱତନ୍ତ୍ର ସୁରକ୍ଷା ବାହିନୀ । ପୁରୀ ପୋଲିସ ପକ୍ଷରୁ ଗତକାଲି ରାତିରୁ ବିଭିନ୍ନ ସ୍ଥାନରେ ନାକା ଲଗାଯାଇ ଜୋରଦାର ଚେକିଂ ବ୍ଲକିଙ୍ଗ କରାଯାଇଥିଲା । ଆତଙ୍କୀ ଆକ୍ରମଣକୁ ପ୍ରତିହତ କରିବା ଲାଗି ପୁରୀ ପୋଲିସ ପକ୍ଷରୁ ଜୋରଦାର ପ୍ରସ୍ତୁତି କରାଯାଇଛି । ପୁରୀରେ ଥିବା ବିଭିନ୍ନ ହୋଟେଲ ଗୁଡିକୁ ଚେକିଂ କରାଯାଇଛି । ହୋଟେଲରେ ଥିବା ପର୍ଯ୍ୟଟକମାନଙ୍କ ପରିଚୟ ଯାଞ୍ଚ କରିଛି ପୋଲିସ୍ । ସେହିପରି ଶ୍ରୀମନ୍ଦିର ସୁରକ୍ଷା ସହ ଭକ୍ତଙ୍କ ସୁରକ୍ଷା ଲାଗି ମୁତୟନ ଅଛନ୍ତି ସ୍ୱତନ୍ତ୍ର ସୁରକ୍ଷା ବାହିନୀ ।
ଏପଟେ ଦେଶରେ ସବୁ ବିମାନ ବନ୍ଦରକୁ ହାଇ ଆଲର୍ଟରେ ରଖା ଯାଇଥିବାବେଳେ ଭୁବନେଶ୍ବର ବିମାନ ବନ୍ଦରରେ ସୁରକ୍ଷା ବ୍ୟବସ୍ଥା କଡ଼ାକଡ଼ି କରାଯାଇଛି । ସନ୍ଧାନୀ କୁକୁର ସାହାଯ୍ୟରେ ତନ୍ନତନ୍ନ ଯାଞ୍ଚ କରାଯାଉଛି । ବିଭିନ୍ନ ସ୍ଥାନରେ CISF ଯବାନ ମୁତୟନ ରହିଥିବା ବେଳେ ସୁରକ୍ଷା ପାଇଁ ସ୍ବତନ୍ତ୍ର ପଦକ୍ଷେପ ନିଆଯାଇଛି । ଏହାରି ଭିତରେ ଭୁବନେଶ୍ବର ବିମାନ ବନ୍ଦର ବାହାରେ ମିଳିଛି ଏକ ସନ୍ଦିଗ୍ଧ ବ୍ୟାଗ୍ । ଲଗେଜ ଟ୍ରଲିରେ ରହିଥିଲା ବ୍ୟାଗଟି । ଡଗ୍ ଓ ବମ୍ ସ୍କ୍ବାଡ ଟିମ୍ ବ୍ୟାଗ୍ କୁ ଯାଞ୍ଚ କରିଥିଲେ । ଯାଞ୍ଚ ପରେ ସନ୍ଦିଗ୍ଧ ବ୍ୟାଗକୁ ଜବତ କରିଛି ପୋଲିସ । ଯାଞ୍ଚ ପରେ ଏହା ଜଣେ ହାଇଦ୍ରାବାଦର ଯାତ୍ରୀଙ୍କ ବ୍ୟାଗ ବୋଲି ଜଣାପଡ଼ିଛି । ଯିଏକି ଭୁଲରେ ବ୍ୟାଗ୍ ଛାଡ଼ି ଯାଇଛନ୍ତି । ତାଙ୍କ ସହ ଯୋଗାଯୋଗ ହୋଇଥିବା ସୂଚନା ମିଳିଛି ।
ସେହିପରି ବାଲେଶ୍ବର ଚାନ୍ଦିପୁର କ୍ଷେପଣାସ୍ତ୍ର ଘାଟିରେ ହାଇଆଲର୍ଟ ଜାରି କରାଯାଇଛି । ଆଇଟିଆର ନିର୍ଦ୍ଦେଶକଙ୍କୁ ଆଲର୍ଟ ରହିବାକୁ ଚିଠି ଆସିଥିବା ସୂଚନା ମିଳିଛି । ଏନେଇ ପୂର୍ବାଞ୍ଚଳ ରେଞ୍ଜ ଡିଆଇଜି ବୈଠକ କରି ସୁରକ୍ଷାକୁ ନେଇ ଗୁରୁତ୍ବପୂର୍ଣ୍ଣ ଆଲୋଚନା କରିଛନ୍ତି ।
ଅନ୍ୟପଟେ ସମ୍ବଲପୁର ହୀରାକୁଦ ଡ୍ୟାମର ସୁରକ୍ଷା ବ୍ୟବସ୍ଥାକୁ ମଧ୍ୟ କଡ଼ାକଡ଼ି କରାଯାଇଛି । ପର୍ଯ୍ୟଟକଙ୍କୁ ଡ୍ୟାମକୁ ଯିବାକୁ ବାରଣ କରାଯିବା ସହ ଡ୍ୟାମ ଚାରିପଟେ ଯବାନ ମୁତୟନ କରାଯାଇଛି । ଅତ୍ୟାଧୁନିକ ଅସ୍ତ୍ରଶସ୍ତ୍ର ଧରି ଡ୍ୟାମରେ ଜଗି ରହିଛନ୍ତି ସୁରକ୍ଷାକର୍ମୀ ।
ଏପଟେ ପ୍ରତି କ୍ଷଣରେ ଭାରତ ଓ ପାକିସ୍ତାନ ମଧ୍ୟରେ ଉତ୍ତେଜନା ବୃଦ୍ଧି ପାଇବାରେ ଲାଗିଛି । ଏଭଳି ସମୟରେ ସେନାର ନିର୍ଦ୍ଦେଶ ମାନି ସହଯୋଗ କରିବାକୁ ପ୍ରଶାସନ ପକ୍ଷରୁ ଅପିଲ୍ କରାଯାଇଛି । ବର୍ତ୍ତମାନର ଯୁଦ୍ଧ ସ୍ଥିତିକୁ ଆଖି ଆଗରେ ରଖି ଗୁରୁତ୍ବପୂର୍ଣ୍ଣ ସ୍ଥାନରେ ସୁରକ୍ଷା ବ୍ୟବସ୍ଥାକୁ ବ୍ୟାପକ କରାଯାଇଛି । ଏଥିରେ ଜନସାଧାରଣଙ୍କୁ ସହଯୋଗ କରିବାକୁ ନିବେଦନ କରାଯାଇଥିବା ସୂଚନା ରହିଛି ।

Also Read:ବଢ଼ିଲା ପାରାଦ୍ବୀପ ବନ୍ଦର ସୁରକ୍ଷା: ସବୁ ଜାହାଜ ଉପରେ ନଜର, ପାଟ୍ରୋଲିଂ କଡ଼ାକଡ଼ି