ଭବିଷ୍ୟତ ବିପଦକୁ ନଜରରେ ରଖି ଚିଲି ଆଣିଲା ଏମିତି ଏକ ଆଇନ, ଯାହାକୁ ପୂରା ବିଶ୍ୱ କରୁଛି ପ୍ରଶଂସା

ଦକ୍ଷିଣ ଆମେରିକାର ଦେଶ ଚିଲି ଏକ ଆଇନ ପ୍ରଣୟନ କରିଛି, ଯାହା ଅଧୀନରେ ବ୍ୟକ୍ତିଗତ ପରିଚୟ, ଇଚ୍ଛା ଏବଂ ମାନସିକ ଏକାନ୍ତତାକୁ ଅଧିକାର ପ୍ରଦାନ କରାଯାଇଛି। ଏମିତି କରିବାରେ ଚିଲି ହୋଇଛି ଦୁନିଆର ପ୍ରଥମ ଦେଶ। ନ୍ୟୁରୋଟେକ୍ନୋଲଜି ଜରିଆରେ କୌଣସି ବ୍ୟକ୍ତିକୁ ନିୟନ୍ତ୍ରିତ କରି କିଛି କରେଇବା ଏହି ଆଇନ ଅଧୀନରେ ଅପରାଧ ବୋଲି ବିବେଚନା କରାଯିବ। ସାଂସଦ ଗୀଡୋ ଜିରାର୍ଡି କହିଛନ୍ତି କି, ଏହାର ଉଦ୍ଦେଶ୍ୟ ମଣିଷର ଭାବନା ବା ଚିନ୍ତନକୁ ରକ୍ଷା କରିବା। ନ୍ୟୁରୋଟେକ୍ନୋଲଜିର ମାତ୍ରାଧିକ ବ୍ୟବହାର ହେତୁ ଏହାର ସୁରକ୍ଷା ବିପଦରେ ଅଛି। ବିଶେଷଜ୍ଞଙ୍କ କହିବା ହେଲା, ଏହା ଭବିଷ୍ୟତରେ ମାନବ ଅଧିକାରଗୁଡ଼ିକର ରକ୍ଷାର ଆଧାର ବନିପାରେ।

କାହିଁକି ଆଣିବାକୁ ପଡ଼ିଲା ଏମିତି ଆଇନ

ବିଶେଷଜ୍ଞମାନେ ଏହି କଥାକୁ ନେଇ ଚିନ୍ତା ପ୍ରକଟ କରିଛନ୍ତି କି, ନ୍ୟୁରୋଟେକ୍ନୋଲଜିକୁ ନିୟନ୍ତ୍ରଣ କରା ନ ଗଲେ ଏହା ମଣିଷର ଚିନ୍ତନ ବା ଭାବନାର ସ୍ୱାଧୀନତା ପାଇଁ ବିପଦ ସାଜିପାରେ। ଯଦି ଭାବିବା ପୂର୍ବରୁ ହିଁ ମନକଥା ପଢ଼ିବାରେ ଟେକ୍ନୋଲଜି ସଫଳ ରହୁଛି, ତା’ହେଲେ ଏହା ଏମିତି ଭାବନା ସୃଷ୍ଟି କରିପାରେ, ଯାହା ବାସ୍ତବରେ ହୋଇ ନ ଥାଏ। ଏହାଛଡ଼ା ଏହା ବ୍ରେନ ଆକ୍ଟିଭିଟି ବିଶ୍ଳେଷଣ କରି ସେଥିରେ କାରସାଦି କରିବାର ଶକ୍ତି ମଧ୍ୟ ରଖିଥାଏ। ଏହାର ବ୍ୟବହାର ଆର୍ଥିକ ଫାଇଦା ପାଇଁ ହୋଇପାରେ।

ଗୋପନୀୟ ସୂଚନା ପ୍ରତି ବିପଦ

ବିଶେଷଜ୍ଞ ମାନନ୍ତି କି, ନ୍ୟୁରୋଟେକ୍ନୋଲଜି ବର୍ତ୍ତମାନ ବିଚାର ଏବଂ ଭାବନାକୁ ଡିକୋଡ୍‌(ଭାଷାରେ ପରିବର୍ତ୍ତନ କରିବା) କରିପାରିବ ନାହିଁ। କିନ୍ତୁ ଏଆଇ ଜରିଆରେ ଏମିତି ସମ୍ଭବ ହୋଇପାରେ। ଶକ୍ତିଶାଳୀ ମେଶିନ ଲର୍ଣ୍ଣିଂ ସିଷ୍ଟମ୍‌ ବ୍ରେନ ଆକ୍ଟିଭିଟି ଏବଂ ବାହାର ପରିସ୍ଥିତି ମଧ୍ୟରେ ସମ୍ବନ୍ଧ ବନାଇପାରେ। ଏଥି ପୂର୍ବରୁ ଗବେଷକମାନେ ବ୍ରେନ ଆକ୍ଟିଭିଟିରୁ ମେଶିନ ଲର୍ଣ୍ଣିଂ ସିଷ୍ଟମ ଜରିଆରେ କ୍ରେଡିଟ୍‌ କାର୍ଡ ପାସ୍‌କୋଡର ଅନୁମାନ ଲଗାଇବାରେ ସଫଳ ରହିଛନ୍ତି। ଭବିଷ୍ୟତରେ ଏହି ଟେକ୍ନୋଲଜି ଅପଗ୍ରେଡ୍‌ ହେଲେ ମସ୍ତିଷ୍କରେ ଥିବା ଗୋପନୀୟ ସୂଚନା ବିପଦରେ ପଡ଼ିପାରେ।

ଦୁନିଆର ବଡ଼ ବଡ଼ କମ୍ପାନୀ କରୁଛନ୍ତି ଏହି କାମ

ଆମେରିକା ଓ ଚୀନ ଭଳି ଦେଶ ଏଆଇ ଏବଂ ନ୍ୟୁରୋସାଇନ୍ସ ଉପରେ ଗବେଷଣା କରୁଛନ୍ତି। ଆମେରିକା ପ୍ରତିରକ୍ଷା ବିଭାଗ ଏମିତି ଟେକ୍ନୋଲଜି ଉପରେ କାମ କରୁଛି, ଯାହା ସ୍ମୃତିକୁ ବଦଳାଇବାରେ ବ୍ୟବହାର ହୋଇପାରିବ। ଫେସବୁକ ଏବଂ ନ୍ୟୁରୋଲିଙ୍କ୍‌ ଭଳି ଟେକ୍‌ କମ୍ପାନୀ ଏହି କ୍ଷେତ୍ରରେ ଆଗେଇ ଚାଲିଛନ୍ତି। ଆମେରିକୀୟ କମ୍ପାନୀ କର୍ନେଲର ହେଡ୍‌ସେଟ ରିୟଲ ଟାଇମ୍‌ରେ ବ୍ରେନ୍‌ ଆକ୍ଟିଭିଟି ରେକର୍ଡ କରିଥାଏ।

ଫେସ୍‌ବୁକ ବ୍ରେନ୍‌-କମ୍ପ୍ୟୁଟର ଇଣ୍ଟରଫେସ୍‌ ବନାଇବା ପାଇଁ ଫଣ୍ଡିଙ୍ଗ୍‌ କରିଛି, ଯାହା ୟୁଜରମାନଙ୍କୁ ବିନା କଥାରେ ସମ୍ବାଦ କରିବାର ସୁବିଧା ଦେବ। ନ୍ୟୁରୋଲିଙ୍କ୍‌ ଗତ ଏପ୍ରିଲରେ ଏକ ଭିଡିଓ ଜାରି କରିଥିଲା, ଯେଉଁଥିରେ ଏକ ମାଙ୍କଡ଼ କମ୍ପାନୀ ଦ୍ୱାରା ଲଗାଯାଇଥିବା ଚିପ୍‌ ଜରିଆରେ ମସ୍ତିଷ୍କ ସହ ଗେମ୍‌ ଖେଳୁଥିବାର ଦେଖାଯାଇଥିଲା। କଲିମ୍ବିଆ ବିଶ୍ୱବିଦ୍ୟାଳୟର ବାୟୋଲଜି ପ୍ରଫେସର ରାଫେଲ ୟୁସ୍ତେଙ୍କ ମୁତାବକ, ଗବେଷକମାନେ ମୂଷାଙ୍କ ମସ୍ତିଷ୍କରେ ଏମିତି ଜିନିଷର ଛବି ପ୍ଲାଣ୍ଟ କରିବାରେ ସଫଳ ରହିଛନ୍ତି, ଯାହାକୁ ସେ ପୂର୍ବରୁ କେବେ ଦେଖି ନ ଥିଲା।

Leave A Reply

Your email address will not be published.