ଅତ୍ୟନ୍ତ ଶୁଭ ହୋଇଥାଏ ସ୍ୱପ୍ନରେ ଦେଖାଦେଲେ ଧଳା ରଂଗର ଗାଇ, ଜାଣନ୍ତୁ କ’ଣ ଏହାର ଅର୍ଥ

ସ୍ୱପ୍ନ ବଡ଼ ବିଚିତ୍ର ହୋଇଥାଏ । ଏହା କାହାର ଅଧୀନରେ ନଥାଏ । ଏହା କେତେବେଳେ ଆସିବ କହି କରି ଆସିନଥାଏ । କିଛି ସ୍ୱପ୍ନ ନିଦରୁ ଉଠିବା ପରେ ମନେ ରହିଥାଏ ତ କିଛି ସ୍ୱପ୍ନ ଭୁଲି ହୋଇଯାଇଥାଏ । କେବେ କେବେ ଖରାପ ସ୍ୱପ୍ନ ବ୍ୟକ୍ତିକୁ ଡରାଇ ଦେଇଥାଏ । ଫଳରେ ବ୍ୟକ୍ତି ଶୋଇ ପାରିନଥାଏ । ଛୋଟ ପିଲାଙ୍କୁ ଯଦି ଖରାନ ସ୍ୱପ୍ନ ଆସେ ସେମାନେ ହଡବଡ ଭାବେ ନିଦରୁ ଉଠି ପଡ଼ିଥାନ୍ତି । କିଛି ଏମିତି ସ୍ୱପ୍ନ ଅଛି ଯାହାକୁ ଦେଖିଲେ ବହୁତ ଅଶୁଭ ହୋଇଥାଏ । ତେବେ ଏହି ସବୁ ସ୍ୱପ୍ନକୁ ଅଣଦେଖା ନକରି ଯଦି ଏହାର ଅର୍ଥ ବୁଝିବେ ଏହାର ଲାଭ ଆପଣ ଉଠାଇ ପାରିବେ ।  ଆସନ୍ତୁ ଜାଣିବା କ’ଣ ସେହି ସ୍ୱପ୍ନ ।

ସ୍ୱପ୍ନରେ ଗାଇ ଦେଖାଯିବା :
  ହିନ୍ଦୁ ଧର୍ମରେ ଗାଇଙ୍କୁ ଗୋ ମାତା ଭାବେ ପୂଜା କରାଯାଏ । ମାନ୍ୟତା ରହିଛି ଯେ ଗୋ ମାତାଙ୍କ ଦେହରେ ୩୩ କୋଟି ଦେବାଦେବୀଙ୍କ ବାସ ହୋଇଥାଏ । ସେହିପରି ସ୍ୱପ୍ନ ଶାସ୍ତ୍ରରେ ସ୍ୱପ୍ନରେ ଗାଇ ଦେଖା ଯିବାକୁ ବହୁତ ଶୁଭ ମନାଯାଇଥାଏ । ମାନ୍ୟତା ରହିଛି ଯଦି କାହାକୁ ସ୍ୱପ୍ନରେ ଗାଇ ଦେଖା ଯାଆନ୍ତି,ତେବେ ଆଗାମୀ ଦିନରେ ଆପଣଙ୍କୁ ସୁଖ ଶାନ୍ତି ପ୍ରାପ୍ତ ହୋଇଥାଏ ।
•  ଯଦି ଆପଣଙ୍କୁ ସ୍ୱପ୍ନରେ ଧଳା ରଂଗର ଗାଇ ଦେଖାଯାଆନ୍ତି,ତେବେ ଏହାର ଅର୍ଥ ଯେଉଁ ବ୍ୟକ୍ତି ଧଳା ରଂଗ ଜିନିଷର ବ୍ୟବସାୟ କରନ୍ତି,ସେମାନଙ୍କୁ ତାଙ୍କ କାରବାରରେ ବହୁତ ଲାଭ ପାଇବେ ।
•  ଯଦି ସ୍ୱପ୍ନରେ ଗାଇ ସହ ତାର ବାଛୁରି ଦେଖାଯାଏ,ତେବେ ଏହା ବହୁତ ଶୁଭ ହୋଇଥାଏ । ଏହି ସ୍ୱପ୍ନ ଏହି କଥାର ଇସାରା ଦିଏ ଯେ ଆପଣଙ୍କୁ ଆଗାମୀରେ ବହୁତ ଆର୍ଥିକ ଲାଭ ମିଳିବାର ସମ୍ଭାବନା ରହିଛି । ଖାସ କରି ଶ୍ରାବଣ ମାସରେ ଏହି ସ୍ୱପ୍ନ ଦେଖାଗଲେ ବହୁତ ଶୁଭ ହୋଇଥାଏ ।
 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.