Categories: ସ୍ପେଶାଲ

ବିକଳ୍ପ : ଏହି ଭଗବାନଙ୍କୁ ପୋଷ୍ଟକାର୍ଡରେ ଲେଖି ପଠାନ୍ତୁ ସମସ୍ଯା, ହୋଇଯିବ ସମାଧାନ

ହିନ୍ଦୁ ଧର୍ମରେ ମାନ୍ଯତା ରହିଛି କି ଶୁଭ କାମ କରିବା ପୂର୍ବରୁ ପ୍ରଥମେ ଗଣେଶ ଭଗବାନଙ୍କୁ ପୂଜା କରାଯାଇଥାଏ । ଯଦି ପୂଜା କରାଯାଇନଥାଏ, ତେବେ କାର୍ଯ୍ଯ ପୂରଣ ହୋଇନଥାଏ ବୋଲି ବିଶ୍ବାସ ରହିଛି । ଭାରତରେ ଏମିତି ଏକ ମନ୍ଦିର ଅଛି ଯେଉଁଠାରେ ପ୍ରତିଦିନ ହଜାର ହଜାର ଚିଠି ଗଣେଣ ପ୍ରଭୁଙ୍କ ପାଇଁ ଆସିଥାଏ । ରାଜସ୍ଥାନର ସବାଇମାଧୋପୁର ଠାରୁ ପ୍ରାୟ ୧୦ କିଲୋମିଟର ଦୂରରେ ଥିବା ରନ୍ଥବୋର ର କିଲ୍ଲେରେ ଅବସ୍ଥାପିତ ଏକ ଗଣେଶ ମନ୍ଦିର ଏଥିପାଇଁ ପ୍ରସିଦ୍ଧ । କାହିଁକି ନା ଏଠାରେ ଭକ୍ତମାନେ ମାଙ୍ଗଳିକ କାର୍ଯ୍ଯ ତଥା ନିଜର ସମସ୍ତ ଦୁଃଖ, ଦୁର୍ଦ୍ଦଶା ଲେଖିକି ଭଗବାନଙ୍କ ନିକଟକୁ ଚିଠି ପଠାଇଥାନ୍ତି । ଯଦି କାହା ଘରେ ବାହାଘର ହେଉଥାଏ, ତେବେ ପ୍ରଥମେ ଏହି ରନ୍ଥବୋର ଠାରେ ଥିବା ଗଣେଶଙ୍କୁ ନିମନ୍ତ୍ରଣ ଦେବାକୁ ଭୁଲିନଥାନ୍ତି ।

ଏହି କାରଣରୁ ହୋଇଥିଲା ମନ୍ଦିରର ପ୍ରତିଷ୍ଠା

ରାଜା ହମୀରଙ୍କ ଶାସନ କାଳରେ ମୋଗଲ ମାନେ ୧୦ ଶତାଦ୍ଦିରେ ରନ୍ଥବୋରର କିଲ୍ଲେ କୁ ଘେରାଉ କରି ରଖିଥିଲେ । କିଲ୍ଲେ କୁ ଚର୍ତୁପାର୍ଶ୍ବରେ ଘେରିକି ରଖିବା ପରେ ଯିବା ଆସିବାର ସମସ୍ତ ରାସ୍ତା ବନ୍ଦ କରିଦିଆଯବା ସହ ରାସନ ସାମଗ୍ରୀ ମଧ୍ଯ ବନ୍ଦ କରିଦିଆ ଯାଇଥିଲା । ଏହି ସମସ୍ଯା କାରଣରୁ ରାଜା ହମୀର ବହୁତ ଅସୁବିଧା ଭୋଗ କରିଥିଲେ । ସେତେବେଳେ ତାଙ୍କୁ ପ୍ରଭୁ ଗଣେଶ ସ୍ବପ୍ନରେ ଦର୍ଶନ ଦେଇଥିଲେ ଏବଂ ତାଙ୍କ ପୂଜା କରିବାକୁ  କହିଥିଲେ । ରାଜା ହମୀର ଗଣେଶ ମନ୍ଦିର କରିବା ସହ ସେଠାରେ ପୂଜାର୍ଚ୍ଚନା ଆରମ୍ଭ କରିଥିଲେ ଏବଂ ଯୁଦ୍ଧରେ ବିଜୟୀ ମଧ୍ଯ ହେଇଥିଲେ । ସେବେଠାରୁ ବିଶ୍ବାସ ରହିଛି, ଏହି ମନ୍ଦିର ଭାରତର ପ୍ରଥମ ଗଣେଶ ମନ୍ଦିର ଏବଂ ଏହି ଗଣେଶ ମୂର୍ତ୍ତୀ ଭାରତର ୪ଟି ସ୍ବୟଂଭୁ ମୂର୍ତ୍ତୀ ମାନଙ୍କ ମଧ୍ଯରେ ଗୋଟିଏ ।

ଏହି ଗଣେଶଙ୍କ ମୂର୍ତ୍ତୀ କେମିତି?

ଏହି ମନ୍ଦିରରେ ପ୍ରଭୁ ଗଣେଶ ନିଜ ପତ୍ନୀ ରିଧ୍ବୀ ସିଧ୍ବୀ ଏବଂ ପୁଅ ଶୁଭ ଲାଭଙ୍କ ସହିତ ମୂଷକଙ୍କ ଉପରେ ବିରାଜମାନ କରିଛନ୍ତି । ଗଣେଷ ପୂଜା ଦିନ ଏଠାରେ ବହୁତ ଭବ୍ଯ ଆୟୋଜନ କରାଯାଇଥାଏ । ବହୁ ଦୂରଦୂରାନ୍ତରୁ ଭକ୍ତମାନେ ଏହି ଅବସରରେ ଏଠାକୁ ଛୁଟିଆସିଥାନ୍ତି । ଗଣେଶ ଚତୁର୍ଥୀ ଦିନ ଏହି ମନ୍ଦିରେ ପ୍ରଭୁଙ୍କ ସ୍ବତନ୍ତ୍ର ପୂଜାର୍ଚ୍ଚନା କରାଯାଇଥାଏ ।

ଡାକ ଦ୍ବାରା ଏଠାକୁ ଭଗବାନଙ୍କ ପାଇଁ ଆସିଥାଏ ହଜାର ହଜାର ଚିଠି

ଏହି ଗଣେଶ ମନ୍ଦିରରେ ପ୍ରତିଦିନ ବହୁତ ଚିଠି ଡାକ ଦ୍ବାରା ଆସିଥାଏ । ଡାକବାଲା ଏଠାରେ ଆସୁଥିବା ସମସ୍ତ ଚିଠିକୁ ବହୁ ସମ୍ମାନ ସହକାରେ ଗଣେଶ ମନ୍ଦିରେ ପହଁଞ୍ଚାଇଥାନ୍ତି । ବିଶ୍ବାସ ରହିଛି ଗଣେଶଙ୍କ ପାଖରେ ଏଠାରେ ପ୍ରଥମେ ବାହାଘର ପାଇଁ ନିମନ୍ତ୍ରଣ ପତ୍ର ପଠାଇବା ପରେ ପ୍ରଭୁ ଗଣେଶ ସବୁ କିଛି ଶୁଭ କରିଥାନ୍ତି ।

କେବେ ଆସିବେ ଏଠାକୁ?

ଯଦି ଆପଣ ଏହି ମନ୍ଦିରକୁ ପ୍ରଭୁଙ୍କ ଦର୍ଶନ କରିବାକୁ ଯିବାକୁ ଚାହୁଁଛନ୍ତି, ତେବେ ଡିସେମ୍ବରରୁ ଏପ୍ରିଲ୍ ମାସ ମଧ୍ଯରେ ଯାଆନ୍ତୁ । ଏହି ସମୟ ଆପଣଙ୍କ ପାଇଁ ମନ୍ଦିରକୁ ଯିବାର ଠିକ୍ ସମୟ ଅଟେ ।

କେମିତି ପହଁଞ୍ଚିବେ?

ଯଦି ଆପଣ ଏହି ମନ୍ଦିର ପର୍ଯ୍ଯନ୍ତ ଯିବାକୁ ଚାହୁଁଛନ୍ତି ତେବେ ମନ୍ଦିର ଠାରୁ ଦେଢ ଶହ କିଲୋମିଟର ଦୂରରେ ଜୟପୁର ଏୟାରପୋର୍ଟ ଅବସ୍ଥିତ । ଦେଶର ସବୁ ସ୍ଥାନରୁ ଏଠାକୁ ଫ୍ଳାଇଟ୍ ଆସିଥାଏ । ଏଠାକୁ ଆସିବାପରେ ଆପଣ ଟ୍ରେନ୍ ଦ୍ବାରା ଏହି ମନ୍ଦିରରେ ପହଁଚି ପାରିବେ । ଯଦି ଟ୍ରେନ୍ ରେ ଆସିବାକୁ ଚାହୁଁଛନ୍ତି ତେବେ ଆପଣ ସବାଇମାଧୋପୁର ରେଳ ଷ୍ଟେସନ୍ ପର୍ଯ୍ଯନ୍ତ ଆସିପାରିବେ । ଯାହା ମନ୍ଦିର ଠାରୁ ମାତ୍ର ୧୦ କିଲୋମିଟର ଦୁରରେ ଅବସ୍ଥିତ ।

 

KNews Bureau

Recent Posts

ଆଜିର ରାଶିଫଳ : ଆଜି ଏହି ରାଶିର ଲୋକଙ୍କୁ କିଛି ନୂଆ କାର୍ଯ୍ୟ କରିବାକୁ ମିଳିବ, ବନ୍ଧୁଙ୍କ ସହ ଖୁସିର ସମୟ କାଟିବେ

ମେଷ: ଆଜି ଆପଣଙ୍କ ପାଇଁ ଦିନଟି ମିଶ୍ରିତ ରୂପେ ଲାଭଦାୟକ ରହିବ । ପାରିବାରିକ ସମ୍ପର୍କ ମଧୁର ହେବ ।…

7 hours ago

ସମ୍ଭାବ୍ୟ ବନ୍ୟା ପରିଚାଳନାର ପ୍ରସ୍ତୁତି ସମୀକ୍ଷା କଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର : ମୁଖ୍ୟମନ୍ତ୍ରୀଙ୍କ ମୌସୁମୀ ଋତୁରେ ସମ୍ଭାବ୍ୟ ବନ୍ୟା ପରିଚାଳନାର ପ୍ରସ୍ତୁତି ସମୀକ୍ଷା କଲେ ମୁଖ୍ୟମନ୍ତ୍ରୀ। ଜଳସମ୍ପଦ ବିଭାଗର ବରିଷ୍ଠ…

8 hours ago

ଶିକ୍ଷା ମନ୍ତ୍ରୀଙ୍କ ଅଚାନକ ବିଦ୍ୟାଳୟ ପରିଦର୍ଶନ, ବିଭିନ୍ନ ସମସ୍ୟା ପଚାରି ବୁଝିଲେ

ଉମରକୋଟ: ଶିକ୍ଷା ମନ୍ତ୍ରୀଙ୍କ ଅଚାନକ ବିଦ୍ୟାଳୟ ପରିଦର୍ଶନ । ନବରଙ୍ଗପୁର ଜିଲ୍ଲା ଉମରକୋଟ ସ୍ଥିତ ସରକାରୀ ପ୍ରାଥମିକ ବିଦ୍ୟାଳୟ ଡାଙ୍ଗରୀଗୁଡାକୁ…

9 hours ago

କିଟ୍‍ ଓ କିସ୍‍ ପ୍ରତିଷ୍ଠାତା ଡ. ଅଚ୍ୟୁତ ସାମନ୍ତଙ୍କୁ ଆଇଏସଟିଇ ଜୀବନବ୍ୟାପୀ ସାଧନା ପୁରସ୍କାର

ଭୁବନେଶ୍ୱର : କିଟ୍‍ ଓ କିସ୍‍ ପ୍ରତିଷ୍ଠାତା ଡ. ଅଚ୍ୟୁତ ସାମନ୍ତଙ୍କୁ ଆଇଏସଟିଇ ଜୀବନବ୍ୟାପୀ ସାଧନା ପୁରସ୍କାର ପ୍ରଦାନ କରାଯାଇଛି।…

9 hours ago

ସ୍ନାନବେଦୀରେ ଶ୍ରୀଜୀଉଙ୍କୁ ଦର୍ଶନ କଲେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ

ସ୍ନାନବେଦୀରେ ଶ୍ରୀଜୀଉଙ୍କୁ ଦର୍ଶନ କଲେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ। ଶ୍ରୀଜୀଉଙ୍କୁ ସସ୍ତ୍ରୀକ ଦର୍ଶନ କରିଛନ୍ତି। ସ୍ନାନବେଦୀରେ ଚତୁର୍ଦ୍ଧାମୂର୍ତ୍ତିଙ୍କ ଗଜାନନ ବେଶରେ…

10 hours ago

ଆସନ୍ତାକାଲିଠୁ ମୁଖ୍ୟମନ୍ତ୍ରୀ ମୋହନ ମାଝୀଙ୍କ ଦୁଇ ଦିନିଆ କେନ୍ଦୁଝର ଜିଲ୍ଲା ଗସ୍ତ

ଭୁବନେଶ୍ବର : ମୁଖ୍ୟମନ୍ତ୍ରୀ ମୋହନ ମାଝୀଙ୍କ ଆସନ୍ତାକାଲିଠୁ ଦୁଇ ଦିନିଆ କେନ୍ଦୁଝର ଜିଲ୍ଲା ଗସ୍ତ । ମୁଖ୍ୟମନ୍ତ୍ରୀ ଭାବେ ଦାୟିତ୍ବ…

11 hours ago