ସେପ୍ଟେମ୍ବର ମାସରେ ଏକାଦଶୀ ବ୍ରତ କରିଥାଏ ସବୁ ମନସ୍କାମନା ପୂର୍ଣ୍ଣ, ଜାଣନ୍ତୁ ଶୁଭ ମୁହୂର୍ତ୍ତ

ହିନ୍ଦୁ ଧର୍ମରେ ଏକାଦଶୀ ବ୍ରତର ବଡ଼ ମହତ୍ତ୍ୱ ରହିଛି । ପଞ୍ଚାଙ୍ଗ ଅନୁସାରେ ପ୍ରତି ମାସରେ ଏକାଦଶୀ ବ୍ରତ ପଡ଼ିଥାଏ । ଶୁକ୍ଳ ପକ୍ଷରେ ଗୋଟିଏ ଏକାଦଶୀ ଓ କୃଷ୍ଣ ପକ୍ଷରେ ଗୋଟିଏ ଏକାଦଶୀ ପଡ଼ିଥାଏ । ପ୍ରତି ମାସରେ କୃଷ୍ଣ ପକ୍ଷରେ ପଡ଼ୁଥିବା ଏକାଦଶୀକୁ ଅଜା ଏକାଦଶୀ କୁହାଯାଏ । ଯାହା କି ୩ ସେପ୍ଟେମ୍ବରରେ ମନାଯାଏ ।

ସେପରି ଶୁକ୍ଳ ପକ୍ଷରେ ଏକାଦଶୀ ୧୭ ତାରିଖରେ ପଡୁଛି । ଏହାକୁ ପରିବର୍ତ୍ତନ ଏକାଦଶୀ କୁହାଯାଏ । ଏକାଦଶୀରେ ଭଗବାନ ବିଷ୍ଣୁଙ୍କୁ ପୂଜାର୍ଚ୍ଚନା କରାଯାଇଥାଏ । ଏକାଦଶୀ ଦିନ ଅନ୍ନ ଖାଇବା ଉପରେ ବାରଣ ଥାଏ । ଆସନ୍ତୁ ଜାଣିବା ସେପ୍ଟେମ୍ବର ମାସରେ ପଡ଼ୁଥିବା ଏକାଦଶୀର ଶୁଭ ମୁହୂର୍ତ୍ତ।

୩ ସେପ୍ଟେମ୍ବର ରେ ପଡ଼ୁଥିବା ଏକାଦଶୀ :

ଏହି ଏକାଦଶୀ ୨ ସେପ୍ଟେମ୍ବର ଗୁରୁବାର ସକାଳ ୬ ଟା ୨୧ ମିନିଟ ରୁ ଆରମ୍ଭ ହୋଇ ୩ ସେପ୍ଟେମ୍ବର ଶୁକ୍ରବାର ସକାଳ ୭ ଟା ୪୪ ମିନିଟ ଯାଏ ରହିବ ।

ସେହିପରି ୧୭ ସେପ୍ଟେମ୍ବର ଏକାଦଶୀ :

ଏହି ଏକାଦଶୀ ସେପ୍ଟେମ୍ବର ୧୬ ତାରିଖ ସକାଳ ୯ଟା ୩୬ ରୁ ଆରମ୍ଭ ହୋଇ ୧୭ ସେପ୍ଟେମ୍ବର ସକାଳ ୮ ଟା ୦୮ ମିନିଟ ଯାଏ ରହିବ । ଏହା ପରେ ଦ୍ୱାଦଶୀ ଆରମ୍ଭ ହେବ ।

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.