ଜଗତ ମଙ୍ଗଳ ପାଇଁ ଆମ ଶଙ୍ଖା ସିନ୍ଦୁର ବାଜି ଲାଗିଛି, ସେହି ପ୍ରଭୁ ଲିଙ୍ଗରାଜ ହିଁ ସାହା ଭରଷା

ଭୁବନେଶ୍ୱର: ଜାଗର ରାତିରେ ଲିଙ୍ଗରାଜ ମନ୍ଦିର ପରିସରରେ ଘଟିଥିବା ଅଘଟଣ ସମସ୍ତଙ୍କୁ ଦେଇଥିଲା ଦୁଃଖ । ଯେଉଁ ଲିଙ୍ଗରାଜଙ୍କ ମହାଦୀପ ସହିତ କୋଟି କୋଟି ଭକ୍ତ ଆଉ ଶ୍ରଦ୍ଧାଳୁଙ୍କ ଭାବାବେଗ ଜଡିତ ରହିଛି ଜଗତର ମଙ୍ଗଳ ରହିଛି, ସେହି ମହାଦୀପ ନେଇ ଗୋଟିଏ ପରେ ଗୋଟିଏ ପାହୁଣ୍ଡ ପକାଇ ମନ୍ଦିରର ଅଳ୍ପ ବାଟ ଯାଇଥିବାବେଳେ ହଠାତ ଘଟିଥିଲା ଅଘଟଣ । ହାତ ଖସି ଯିବାରୁ ତଳକୁ ଖସିପଡିଥିଲେ ସେବାୟତ ଯୋଗେନ୍ଦ୍ର ସମର୍ଥା ।  ତେବେ ପାଖରେ ଥିବା କିଛି ସେବାୟତ ଅନ୍ୟ କିଛି କର୍ମୀମାନେ ତାଙ୍କୁ ବୋହି ନେଇଥିଲେ ମେଡିକାଲକୁ । ବର୍ତ୍ତମାନ ତାଙ୍କର ଚିକିତ୍ସା ଚାଲିଛି ।

ତେବେ ଆସନ୍ତୁ ଯିବା ମୂଳ ତଥ୍ୟକୁ, ଦେବ ଦେବ ମହାଦେବ କେଉଁ ଆବାହନ କାଳରୁ ଏକାମ୍ର କ୍ଷେତ୍ରରେ ଲିଙ୍ଗରାଜ ନାମରେ ପୂଜା ପାଇ ଆସୁଛନ୍ତି । ତେବେ ସେହି କାଳରୁ ଏକାମ୍ର କ୍ଷେତ୍ରରେ ଲିଙ୍ଗରାଜଙ୍କ ଏହି ସୁଉଚ୍ଚ ମନ୍ଦିର ଦଣ୍ଡାୟମାନ । ଅନେକ ପ୍ରକାରର ସେବା ରହିଛି ଲିଙ୍ଗରାଜଙ୍କ ପାଇଁ । ତେଣୁ ସେଥିପାଇଁ ବିଭିନ୍ନ ସେବାୟତ ପ୍ରଭୁ ଲିଙ୍ଗରାଜ ସେବାରେ ନିୟୋଜିତ ହୋଇଛନ୍ତି । ଏମାନଙ୍କ ମଧ୍ୟରୁ ସମର୍ଥା ସେବାୟତ ଅନ୍ୟତମ ।

ଏମାନଙ୍କ କାମ ହେଲା ବର୍ଷକ ବାରମାସ ମନ୍ଦିର ଶିଖର ଚୂଡାରେ ଉଠି ନେତ ବନ୍ଧା ଠାରୁ ନେଇ ମହାଦୀପ ଚଢାଇବା ସେବା ଯୋଗାଇ ଆସିଥାନ୍ତି । ଖରା, ବର୍ଷା, ଶୀତ, କାକର କୌଣସିର ପ୍ରକୋପକୁ ଭୟ ନଥାଏ । ଶୀତରେ ଥରି ଥରି ହେଉ କି ଢୋ ଢୋ ଖରାର ତାତିରେ ମନ୍ଦିର ଉପରକୁ ଚଢ଼ି ନେତ ବାନ୍ଧିବା ହେଉ କି ମହାଦୀପ ଉଠାଇବା ଭଳି କଠିନ କାମ ସମ୍ପାଦନ କରିଥାଆନ୍ତି । ବର୍ଷକ ବରମାସ ଏହି ଦୁଃସାଧ୍ୟ ସେବାକୁ ନିଜର ବୃତ୍ତି ରୂପରେ ପାଇଥିବା ଏହି ସମର୍ଥା ସେବାୟତ, ଜଗତର କୁହନ୍ତୁ କିମ୍ବା ଜନ ସମାଜର ମଙ୍ଗଳ ପାଇଁ ନିଜ ଜୀବନକୁ ବାଜି ଲଗେଇ  ଏହି କାର୍ଯ୍ୟ ସମ୍ପାଦନ କରିଥାନ୍ତି  । ଏ କାର୍ଯ୍ୟ ସମର୍ଥା ସେବାୟତଙ୍କୁ ଛାଡିଲେ ଆଉ କେହି କରିପାରିବା ସମ୍ଭବ ନୁହେଁ ।

ତେବେ ପୁରୁଷ ପୁରୁଷ ଧରି ଏହି ଭଳି ଏମାନେ ମନ୍ଦିର ଚୂଡ଼ାକୁ ଯାଇଥାନ୍ତି । ଅତି କମରେ ୧୫ ବର୍ଷ ବୟସରୁ ସମର୍ଥା ସେବାୟତ ପରିବାରର ଯୁବକ ମାନେ ମନ୍ଦିର ଶିଖରକୁ ଯିବା ପାଇଁ ତାଲିମ ନିଅନ୍ତି । ଏହି ଯୋଗେନ୍ଦ୍ର ସମର୍ଥା ଅନେକଙ୍କୁ ତାଲିମ ଦେଇଛନ୍ତି । କିନ୍ତୁ ଜାଗର ଦିନ ପ୍ରଥମ ଥର ପାଇଁ ଏଭଳି ସେ ଖସିପଡିଥିଲେ । ତେବେ ସେମାନଙ୍କ ପରିବାର ଲୋକେ କୁହନ୍ତି, ଏଭଳି ଏମାନଙ୍କୁ ପୁରୁଷ ପୁରୁଷ ଧରି ଏଭଳି ଅଣଦେଖା କରାଯାଉଛି । ଏମାନଙ୍କ ସୁରକ୍ଷା କେବଳ ଲିଙ୍ଗରାଜ ପ୍ରଭୁ ହିଁ କରିଥାନ୍ତି । କାହିଁକି ନା ଏତେ ବଡ଼ ସୁଉଚ୍ଚ ମନ୍ଦିର ଯେଉଁଠି ଆଖି ପାଉନି କିନ୍ତୁ ଏମାନେ ବର୍ଷ ବର୍ଷ ଧରି ଏଭଳି ଜୀବନକୁ ବାଜି ଲଗାଇ ଜଗତର ମଙ୍ଗଳ ପାଇଁ ମନ୍ଦିର ଚୂଡାରେ ନେତ ବାନ୍ଧିଥାନ୍ତି କିମ୍ବା ମହାଦୀପ ଉଠାଇଥାନ୍ତି । ପରିବାରର ସ୍ତ୍ରୀ ଲୋକ ଏଭଳି କାର୍ଯ୍ୟକୁ ନେଇ କୁହିଛନ୍ତି କି,  ଆମ ଶଙ୍ଖା ସିନ୍ଦୁରକୁ ବାଜି ଲଗାଇ ବୃତ୍ତିକୁ ଆପଣେଇବା ପଛରେ ଜଗତର ମଙ୍ଗଳ ଓ ଜନ ସମାଜର କଲ୍ୟାଣ ।

ତେବେ ସତକଥା ଆମେ ସିନା ଦୀପଟିଏ ଜାଳି ମନ୍ଦିର ପରିସରରେ ବସିଥାଉ, ହେଲେ ନିଜର ବୃତ୍ତି ରୂପରେ ପାଇଥିବା ଏହି ଦୁଃସାହାସିକ ସେବାକୁ ଆପଣାଇ ସେବାୟତ ମାନେ ଖାସ୍ ଆମ ମାନଙ୍କ ପାଇଁ ମନ୍ଦିର ଚୂଡା ଯାଏଁ ଚଢି ମହାଦୀପ ପ୍ରଜ୍ୱଳନ କରିଥାନ୍ତି । ଏମାନଙ୍କ ସୁରକ୍ଷା ପାଇଁ ନୀହାତି ଭାବେ କିଛି ପଦକ୍ଷପ ଗ୍ରହଣ କରିବା ଆବଶ୍ୟକ ।

ଆହୁରି ପଢ଼ନ୍ତୁ : ବିବାଦ ଘେରରେ ଯାତ୍ରା କଳାକାର ପିୟୁଷ ତ୍ରିପାଠୀ, ଚୁକ୍ତି ପରେ କହିଲେ ଯିବିନି ସିଂହବାହିନୀ