Categories: ସ୍ପେଶାଲ

ଭଗବାନ ଶିବଙ୍କ ସାତ ରହସ୍ୟ, ଯାହାକୁ ଆଜି ଯାଏ ଜାଣି ନାହିଁ ଦୁନିଆ

ଦେବଙ୍କ ଦେବ ମହାଦେବ । ଆଦିନାଥ ଭଗବାନ ଶିବଙ୍କୁ ଶଙ୍କର, ମହାଦେବ ଏବଂ ଭୋଳାନାଥ ମଧ୍ୟ କୁହାଯାଏ । ଶିବ ପୁରାଣ ଅନୁସାରେ ଭଗବାନ ଶିବଙ୍କ ଇଛାରେ ହିଁ ସମ୍ପୂର୍ଣ୍ଣ ସୃଷ୍ଟିର ରଚନା କରିଥିଲେ ଭଗବାନ୍ ବ୍ରହ୍ମା । ଆଉ ଏହି ସୃଷ୍ଟିର ପାଳନ କରୁଛନ୍ତି ଭଗବାନ୍ ବିଷ୍ଣୁ । ତେଣୁ ଭଗବାନ ଭୋଳାନାଥଙ୍କ ପୂଜା କଲେ ବଡ ବଡ ସମସ୍ୟାର ଦୂର ହୋଇଥାଏ । ଭଗବାନ୍ ଶିବଙ୍କ ପୂଜା ପାଇଁ ସୋମବାର ହେଉଛି ସବୁଠାରୁ ଶ୍ରେଷ୍ଠ ଦିନ । ଜାଣନ୍ତୁ ଭଗବାନ ଭୋଳାନାଥଙ୍କ ବିଷୟରେ ୭ ରହସ୍ୟ ।

ଶିବଙ୍କ ପତ୍ନୀ

ଭଗବାନ୍ ଶିବ ଶଙ୍କର ସର୍ବପ୍ରଥମେ ବିବାହ ପ୍ରଜାପତି ଦକ୍ଷଙ୍କ ପୁତ୍ରୀ ସତୀଙ୍କୁ କରିଥିଲେ । ସତୀ ଯଜ୍ଞକୁଣ୍ଡରେ ଭଷ୍ମ ହେବା ପରେ ଦ୍ବିତୀୟ ଜନ୍ମ ନେଇଥିଲେ । ଏଥର ସେ ହିମବାନଙ୍କ ପୁତ୍ରୀ ପାର୍ବତୀ ରୂପରେ ଜନ୍ମ ନେଇଥିଲେ । କୁହାଯାଏ ଗଙ୍ଗା, କାଳୀ ଏବଂ ଉମା ମଧ୍ୟ ଶିବଙ୍କ ପତ୍ନୀ ଥିଲେ ।

ଶିବଙ୍କ ପୁତ୍ର

ପାର୍ବତୀଙ୍କୁ ବିବାହ କରିବା ପରେ ଭଗବାନ୍ ଶିବଙ୍କର କାର୍ତ୍ତିକେୟ ନାମକ ପୁତ୍ର ହୋଇଥିଲା । ଗଣେଶ ମାତା ପାର୍ବତୀଙ୍କ ଶରୀରର ମଳିରୁ ଜନ୍ମ ହୋଇଥିଲା । ସୁକେଶ ନାମକ ଏକ ଅନାଥ ବାଳକକୁ ସେ ପାଳିଥିଲେ । ଜଲନ୍ଧର ଶିବଙ୍କ ତେଜରୁ ଜନ୍ମ ହୋଇଥିଲା । ଶିବ ଏବଂ ମୋହିନୀଙ୍କ ସଂଯୋଗରୁ ଜନ୍ମ ହୋଇଥିଲେ ଅୟପ୍ପା । ଭୁମା ଜନ୍ମ ହୋଇଥିଲେ ଲଲାଟର ଝାଳ ବୁନ୍ଦାରୁ । ଅନ୍ଧକ ଏବଂ ଖୁଜା ନାମକ ଦୁଇ ପୁତ୍ର ମଧ୍ୟ ଥିଲେ ଯେଉଁମାନଙ୍କ ବିଷୟରେ ଉଲ୍ଲେଖ ନାହିଁ ।

ଶିବଙ୍କ ଶିଷ୍ୟ

ଶିବଙ୍କ ପ୍ରମୁଖ ୭ ଋଷିଙ୍କୁ ସପ୍ତଋଷି କୁହାଯାଏ । ଏହି ସପ୍ତଋଷି ହିଁ ଶିବଙ୍କ ଜ୍ଞାନକୁ ଧରିତ୍ରୀରେ ପ୍ରଚାରିତ କରିଥିଲେ । ଯାହା ଫଳରେ ଭିନ୍ନ ଭିନ୍ନ ଧର୍ମ ଏବଂ ସଂସ୍କୃତିର ଉତ୍ପତ୍ତି ହୋଇଥିଲା । ଶିବ ହିଁ ଗୁରୁ ଶିଷ୍ୟର ପରମ୍ପରା ଆରମ୍ଭ କରିଥିଲେ । ଶିବଙ୍କ ଶିଷ୍ୟ ହେଉଛନ୍ତି ବୃହସ୍ପତି,ବିଶାଲାକ୍ଷ,ଶୁକ୍ର,ସହସ୍ରାକ୍ଷ,ମହେନ୍ଦ୍ର,ପ୍ରାଚେତସ୍ ମନୁ,ଭରଦ୍ବାଜ । ଶିବଙ୍କ ଶିଷ୍ୟ ମାନଙ୍କ ମଧ୍ୟରେ ବଶିଷ୍ଠ ଏବଂ ଅଗସ୍ତ୍ୟ ମୁନିଙ୍କ ନାମ ମଧ୍ୟ ସାମିଲ୍ ଅଛି ।

କଣ ଶିବ ହିଁ ବୁଦ୍ଧ ଥିଲେ

ଶଙ୍କର ହିଁ ବୁଦ୍ଧ ରୂପରେ ଜନ୍ମ ନେଇଥିବା ବିଶ୍ବାସ ରହିଛି । ପାଳି ଗ୍ରନ୍ଥରେ ବର୍ଣ୍ଣିତ ୨୭ ବୁଦ୍ଧଙ୍କ ଉଲ୍ଲେଖ କରି କୁହାଯାଇଛି ଏମାନଙ୍କ ମଧ୍ୟରେ ବୁଦ୍ଧଙ୍କ ୩ ବୁଦ୍ଧଙ୍କ ନାମ ଅତିପ୍ରାଚୀନ – ତଣଙ୍କର, ଶଣଙ୍କର ଏବଂ ମେଘଙ୍କର ।

କଣ ଶିବ ଏବଂ ଶଙ୍କର ଏକ

କିଛି ପୁରାଣ ଅନୁସାରେ ଭଗବାନ୍ ଶଙ୍କରଙ୍କୁ ଏଥିପାଇଁ ଶିବ କୁହାଯାଏ କାରଣ ସେ ନିରାକାର ଶିବଙ୍କ ସହ ସମାନ । ନିରାକାର ଶିବଙ୍କୁ ଶିବଲିଙ୍ଗ ରୂପରେ ପୂଜା କରାଯାଏ । ଅନେକ ଲୋକ ଶିବ ଏବଂ ଶଙ୍କରଙ୍କୁ ଗୋଟିଲ ସତ୍ତାର ଦୁଇଟି ନାମ କୁହନ୍ତି । ଅସଲରେ ଉଭୟଙ୍କ ପ୍ରତିମା ଭିନ୍ନ ଭିନ୍ନ ଆକୃତିର । ଶଙ୍କରଙ୍କୁ ସର୍ବଦା ତପସ୍ବୀ ରୂପରେ ଦେଖାଯାଇଛି । ଅନେକ ସ୍ଥାନରେ ଶଙ୍କରଙ୍କୁ ଶିବଲିଙ୍ଗଙ୍କର ଧ୍ୟାନ କରୁଥିବାର ଦେଖାଯାଇଛି । ଅର୍ଥାତ୍ ଶିବ ଏବଂ ଶଙ୍କର ଦୁଇ ଅଲଗା ଅଲଗା ସତ୍ତା ।

ସବୁ କାଳରେ ଶିବ

ଭଗବାନ ଶିବ ସବୁ କାଳରେ ଲୋକଙ୍କୁ ଦର୍ଶନ ଦେଇଥାନ୍ତି । ସତ୍ୟଯୁଗରେ ସମୁଦ୍ରମନ୍ଥନ ସମୟରେ ଥିଲେ ଶିବ ଆଉ ତ୍ରେତୟାରେ ରାମଙ୍କ ସହ ମଧ୍ୟ ଥିଲେ । ଦ୍ବାପର ଯୁଗରେ ମହାଭାରତ ସମୟରେ ବି ଥିଲେ ଶିବ ଏବଂ କଳିକାଳରେ ବିକ୍ରମାଦିତ୍ୟଙ୍କ ସମୟରେ ଶିବଙ୍କ ଦର୍ଶନ ଉଲ୍ଲେଖ ରହିଛି । ଭବିଷ୍ୟ ପୁରାଣ ଅନୁସାରେ ରାଜା ହର୍ଷବର୍ଦ୍ଧନଙ୍କୁ ମରୁଭୂମିରେ ଦର୍ଶନ ଦେଇଥିଲେ ଶିବ ।

ବନବାସୀ ଏବଂ ଆଦିବାସୀଙ୍କ ଦେବତା

ଭାରତର ଅସୁର, ଦାନବ, ରାକ୍ଷସ, ଗନ୍ଧର୍ବ, ଯକ୍ଷ, ଆସିବାସୀ ଏବଂ ସମସ୍ତ ବନବାସୀଙ୍କ ଆରାଧ୍ୟ ଦେବତା ଶିବ । ଶିବ ଧର୍ମ ଭାରତର ଆଦିବାସୀଙ୍କ ଧର୍ମ । ସମସ୍ତ ଦଶନାମୀ ଶାକ୍ତ, ସିଦ୍ଧ, ଦିଗମ୍ବର, ନାଥ, ଲିଙ୍ଗାୟତ, ତାମିଲ ଶୈବ, କାଳମୁଖ ଶୈବ, କଶ୍ମୀରୀ ଶୈବ, ବୀର ଶୈବ, ନାଗ, ଲକୁଲୀଶ, ପଶୁପତ, କାପାଳିକ, କାଳଦମନ, ଏବଂ ମହେଶ୍ବର ସମସ୍ତେ ଶୈବ ଧର୍ମ ସହ ଜଡିତ । ଚନ୍ଦ୍ରବଂଶୀ, ସୂର‌୍ୟ୍ୟବଂଶୀ, ଅଗ୍ନିବଂଶୀ ଏବଂ ନାଗବଂଶୀ ମଧ୍ୟ ଶିବଙ୍କ ପରମ୍ପରାରେ ପରିଚିତ ।

KNews Bureau

Recent Posts

ଡାକ୍ତରଖାନାରେ ଶିଶୁକୁ ଚୋରି କରି ନେବା ବେଳେ ଧରିଲେ ଡାକ୍ତରଖାନାର ସୁରକ୍ଷାକର୍ମୀ

ସୁବର୍ଣ୍ଣପୁର(କେନ୍ୟୁଜ୍‌) : ପୁଣି ସାମ୍ନାକୁ ଆସିଲା ପିଲାଚୋରି ଅଭିଯୋଗ । ପୂର୍ବରୁ ଏପରି ଘଟଣା ଅନେକ ଥର ଆମ ସାମ୍ନାକୁ…

24 mins ago

ଓଡିଆ ପଣ୍ଡିତଙ୍କୁ ଗଙ୍ଗା ଘାଟ ଛାଡିବାକୁ ବାଧ୍ୟ କରାଯାଉଛି, ଚିନ୍ତାରେ ବର୍ଷ ବର୍ଷ ଧରି ରହିଆସୁଥିବା ଓଡିଆ ବ୍ରାହ୍ମଣ

କୋଲକାତା (କେନ୍ୟୁଜ) : ପୁଣ୍ୟତୋୟା ଗଙ୍ଗା ଘାଟଗୁଡ଼ିକ ଧର୍ମ ସଂସ୍କୃତି ଓ ଆସ୍ଥାର ପ୍ରମୁଖ ସ୍ଥଳୀ ଭାବରେ ପରିଚିତି ଲାଭ…

1 hour ago

ଘରେ କଳାକନା ବୁଲାଇ ୨୫ ଲକ୍ଷ ଟଙ୍କାର ସୁନା ଅଳଙ୍କାର ଓ ଆସବାବ ପତ୍ର ନେଇଗଲେ ଚୋର

ତାଳଚେର (କେନ୍ୟୁଜ) : ଯଦି ଆପଣ କେବେ ନିଜ ଘର ତାଲା ପକାଇ ବନ୍ଧୁ ଘର କିମ୍ବା ସମ୍ପର୍କୀୟଙ୍କ ଘରକୁ…

1 hour ago

କଳିଙ୍ଗ ଷ୍ଟାଡିୟମ କ୍ରୀଡ଼ା ଭିତ୍ତିଭୂମିର ସମୀକ୍ଷା କଲେ କ୍ରୀଡ଼ାମନ୍ତ୍ରୀ ସୂର୍ଯ୍ୟବଂଶୀ ସୁରଜ

ଭୁବନେଶ୍ୱର(କେନ୍ୟୁଜ୍‌): କ୍ରୀଡ଼ା ଓ ଯୁବସେବା ମାନ୍ୟବର ମନ୍ତ୍ରୀ ଶ୍ରୀ ସୂର୍ଯ୍ୟବଂଶୀ ସୁରଜ ଆଜି କଳିଙ୍ଗ ଷ୍ଟାଡିୟମ ଗସ୍ତ କରି ରାଜ୍ୟର…

1 hour ago

ଭୋଜି ଖାଇ ଫେରୁଥିଲେ ହେଲେ ଏକାସାଥିରେ ଆରପାରିକୁ ଚାଲିଗଲେ ଚାରି ସାଙ୍ଗ

ନୂଆପଡା (କେନ୍ୟୁଜ) : ଭୋଜି ଖାଇ ସାଙ୍ଗ ହୋଇ ଫେରୁଥିଲେ ଏହି ୪ ଜଣ ସାଙ୍ଗ । ଏମାନେ ୪…

2 hours ago

ଆଜି ସାରା ବିଶ୍ୱ ପାଳିଲା ‘ଆର୍ଟ ଅଫ୍ ଗିଭିଂ’ ଦିବସ

ଭୁବନେଶ୍ୱର(କେନ୍ୟୁଜ୍‌): ଜୁନ୍ ୧୭ ତାରିଖରେ ଭାରତ ସମେତ ବିଶ୍ୱର ୨୦୦ଟି ଦେଶର ୨୫ହଜାର ସ୍ଥାନରେ ୧୧ଶ ଅନ୍ତର୍ଜାତୀୟ ‘ଆର୍ଟ ଅଫ୍…

2 hours ago