ଏସବୁ ସ୍ଥାନ ସହ ଯୋଡି ହୋଇରହିଛି ଅନେକ କାହାଣୀ

ଦୁନିଆର ୭ଟି ସ୍ଥାନ ମାନଙ୍କ ବିଷୟରେ ଆମେ ଆପଣଙ୍କୁ କହିବୁ । ଯାହା ବିଷୟରେ ହୁଏତ ଆପଣ ଭଲ ଭାବେ ଜାଣିନଥିବେ । ତେବେ କଣ ଏସବୁ ସ୍ଥାନ ଜାଣନ୍ତୁ । ଦୁନିଆର ଏସବୁ ସ୍ଥାନ କୌଣସି ଚମତ୍କାର ଠାରୁ କମ ନୁହେଁ ।

ତାଜମହଲ, ଭାରତ
ଉତ୍ତରପ୍ରଦେଶର ଆଗ୍ରାରେ ଏହା ଅବସ୍ଥିତ । ମୋଗଲ ସମ୍ରାଟ ଶାହାଜାହାନ ତାଙ୍କ ପତ୍ନୀ ମମତାଜଙ୍କ ସ୍ମୃତିରେ ତାଜମହଲ ନିର୍ମାଣ କରିଥିଲେ । ଧଳାମାର୍ବଲ ପଥରରେ ନିର୍ମିତ ଏହି ସଂରଚନା ସମଗ୍ର ବିଶ୍ୱରୁ ପର୍ଯ୍ୟଟକଙ୍କ ଆକର୍ଷଣର କେନ୍ଦ୍ରବିନ୍ଦୁ ଅଟେ । ତାଜମହଲ ହେଉଛି ପ୍ରେମର ପ୍ରତୀକ । ଯାହା ବିଶେଷ ଭାବରେ ଲୋକଙ୍କୁ ଆକର୍ଷିତ କରେ । ସୂର୍ଯୋଦୟ ଓ ପୂର୍ଣ୍ଣିମା ରାତିରେ ଏହାର ଆକର୍ଷଣ ବଢିଥାଏ । ତାଜମହଲ ଦୁନିଆର ୭ଟି ଚମତ୍କାର ମଧ୍ୟରୁ ୨୦,୦୦୦କାରିଗରଙ୍କ ଦ୍ୱାରା ନିର୍ମିତ ହୋଇଥିଲା । କୁହାଯାଏ ଯେ ଏହା ଦ୍ୱିତୀୟ ଥର ଏଭଳି ନିର୍ମାଣ ହୋଇପାରିବ ନାହିଁ । ଏହା ମଧ୍ୟ କୁହାଯାଏ ଯେ ଏହାର ନିର୍ମାଣ ପାଇଁ ଏକ ହଜାର ହାତୀ ଲାଗିଥିଲେ ।

ଗ୍ରେଟ ୱାଲ ଅଫ ଚାଇନା
ଚାଇନାର ପ୍ରଥମ ଶାସକ କିନ ଶି ହୁଆଙ୍ଗ ଚାଇନାର ଗ୍ରେଟ ୱାଲ ନିର୍ମାଣ କରିଥିଲେ । ପ୍ରାୟ ୨୦ବର୍ଷ ମଧ୍ୟରେ ୨୧,୧୯୬ କିଲୋମିଟରର ଏହି ବିଶାଳ କାନ୍ଥ ନିର୍ମାଣ କରାଯାଇଥିଲା । ଏହି କାନ୍ଥରୁ ଚାଇନାର ସୌନନ୍ଦର୍ଯ୍ୟ ଦେଖାଯାଏ । ନିଜ ସାମ୍ରାଜ୍ୟର ସୁରକ୍ଷା ପାଇଁ ଏହି ବିଶାଳ ୱାଲ ନିର୍ମାଣ କରିଥିଲେ ହୁଆଙ୍ଗ । ଆଶ୍ଚର୍ଯ୍ୟକର କଥା ଏଇଆ ଯେ ଏହାକୁ ପୃଥିବୀର ସବୁଠୁ ଲମ୍ବା ଶ୍ମସାନ ବୋଲି କୁହାଯାଏ । ଏହି ପ୍ରୀଚୀର ନିର୍ମାଣରେ ୧ଲକ୍ଷରୁ ଅଧିକ ଲୋକ ପ୍ରାଣ ହରାଇଥିବା କୁହାଯାଏ । ପ୍ରତ୍ନତତ୍ତ୍ୱବିତ ମାନେ ଏହି ପ୍ରାଚୀରରୁ ମଣିଷଙ୍କ ମୃତଦେହ ପାଇଛନ୍ତି ।

ଖ୍ରୀଷ୍ଟ ଦ ରେଡିମର, ବ୍ରାଜିଲ
୧୨୫ଫୁଟର ଖ୍ରୀଷ୍ଟ ଦ ରେଡିମରକୁ ହେଟର ସିଲଭା କୋଷ୍ଟା ନିର୍ମାଣ କରିଥିଲେ । ଏହି ପ୍ରତିମା ଏକ ପର୍ବତ ଶିଖରରେ ଅବସ୍ଥିତ । ଯାହା ଫଳରେ ଏହା ଉପରେ ବଜ୍ରପାତ ହେବାର ଆଶଙ୍କା ଥାଏ । ଏଠାରେ ବର୍ଷକୁ ୩ଥର ନିଶ୍ଚିନ୍ତ ବଜ୍ରପାତ ହୋଇଥାଏ । ୨୦୧୪ରେ ମୂର୍ତ୍ତିରେ ବିଜୁଳି ଧକ୍କା ହୋଇଥିଲା । ଫଳରେ ଏହାର ଗୋଟେ ଆଙ୍ଗୁଠି ଭାଙ୍ଗି ଯାଇଥିଲା । ଏହା ବ୍ରାଜିଲ ନୁହେଁ ଫ୍ରାନ୍ସରେ ନିର୍ମିତ ହୋଇଥିଲା ।

କଲୋଜିୟମ, ଇଟଲୀ
ସମ୍ରାଟ ଟାଇଟସ ଭେସ୍ପାସିଆନ ୭୦ଦଶକ ରୁ ୮୨ଦଶକ ମଧ୍ୟରେ ଏହାକୁ ନିର୍ମାଣ କରିଥିଲେ । ରୋମରେ ଥିବା ଏହି କଲୋଜିୟମ ହେଉଛି ସବୁଠୁ ପ୍ରତିଷ୍ଠିତ ଓ ପ୍ରାଚୀନ ଆମ୍ଫିଥିଏଟର । ଏହାକୁ ନିର୍ମାଣ କରିବାକୁ ପ୍ରାୟ ୯ବର୍ଷ ସମୟ ଲାଗିଥିଲା । କୁହାଯାଏ ଏହା ଭିତରେ ପ୍ରାୟ ୪ଲ୭ ଲୋକଙ୍କ ମୃତ୍ୟୁ ଘଟିଥିଲା ।

ମାଚୁ ପିଚ୍ଚୁ, ପେରୁ
ଦକ୍ଷିଣ ଆମେରୀକାର ପେରୁରେ ଅବସ୍ଥିତ ମାଚୁ ପିକ୍ଚୁ ଇନ୍କା ସଭ୍ୟତା ସହ ଜଡିତ ଏକ ଐତିହାସିକ ସ୍ଥାନ ଅଟେ । ଏହି ସହର ଉରୁବାମ୍ବା ଉପତ୍ୟକା ଉପରେ ଏକ ପର୍ବତ ଉପରେ ପ୍ରାୟ ୮୦୦୦ଫୁଟ ଉପରେ ଅବସ୍ଥିତ । ଏହା ଦୁନିଆର ୭ଟି ଚମକ୍ତାର ମଧ୍ୟରୁ ଗୋଟିଏ । ଏହା ଇନକା ସମ୍ରାଜ୍ୟର ସବୁଠୁ ପରିଚିତ ପ୍ରତୀକ । ଏହାକୁ ଐତିହାସିକ ମନ୍ଦିର ଭାବରେ ବିବେଚନା କରାଯାଏ । ତେଣୁ ଏହାକୁ ଏକ ପ୍ରାଚୀନ ସ୍ଥାନ ବୋଲି ବିବେଚନା କରାଯାଏ । ୧୯୮୩ମସିହାରେ ୟୁନେସ୍କୋ ଦ୍ୱାରା ଏହାକୁ ବିଶ୍ୱର ଐତିହ ସ୍ଥଳର ମାନ୍ୟତା ଦିଆୟାଇଛି । ଏହାର ଖାସ ହେଉଛି ଏହା ଯେଉଁ ପଥରରୁ ନିର୍ମିତ ସେ ପଥରର ଓଜନ ୫୦ପାଉଣ୍ଡ ଥିଲା । ଏହି ପଥର ଗୁଡିକୁ ପର୍ବତ ଉପରକୁ ନେବା ପାଇଁ କୌଣସି ଜିନିଷର ପ୍ରୟୋଗ କରାଯାଇନଥିଲା ।

ଚିଚେନ ଇଟଜା, ମେକ୍ସିକୋ
ଏହା ମାୟା ସଭ୍ୟତା ସହ ଡଜିତ । ଏହା ୟୁକାଟାନ ରାଜ୍ୟରେ ଅବସ୍ଥିତ । ଏହି ସ୍ଥାନ ମେକ୍ସିକୋର ସର୍ବୋତ୍ତମ ସଂରକ୍ଷିତ ପ୍ରତ୍ନତାତ୍ତିକ ସ୍ଥାନଗୁଡିକରେ ଅନ୍ତର୍ଭୁକ୍ତ । ଏହାର ଇତିହାସ ୧୨୦୦ବର୍ଷରୁ ଅଧିକ ପୁରୁଣା । କଲମ୍ବିଆର ପୂର୍ବ ମାୟା ସଭ୍ୟତାର ଲୋକେ ନବମରୁ ଦ୍ୱାଦଶ ଶତାବ୍ଦୀ ମଦ୍ୟରେ ଏହାକୁ ନିର୍ମାଣ କରିଥିବା କୁହାଯାଏ । ଏହାକୁ ସେଠାରେ ପବିତ୍ର ସ୍ଥାନ ଭାବରେ ମାନାଯାଏ । ଏହି ସ୍ଥାନ ଅସାଧାରଣ ଧ୍ୱନୀ ପାଇଁ ପ୍ରସିଦ୍ଧ ।

ପେଟ୍ରା, ଜୋର୍ଡାନ
ଏହା ଗୋଲାପି ରଙ୍ଗର ବାଲିକା ପଥରରେ ନିର୍ମିତ । ଏହି କାରଣରୁ ଏହାକୁ ରୋଜ ସିଟି ବୋଲି କୁହାଯାଏ . ଜୋର୍ଡାନର ସବୁଠୁ ପରିଦର୍ଶିତ ସ୍ଥାନ ମଦ୍ୟରୁ ପେଟ୍ରା ଅନ୍ୟତମ । ଅନେକ ସମାଧି ଓ ମନ୍ଦିର ଏଠାରେ ଅବସ୍ଥିତ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.