ଶ୍ରାବଣର ବାକି ଥିବା ଦିନରେ କରନ୍ତୁ ଏହି ୭ ଟି ଜିନିଷର ଦାନ, ପୁରା ମାସର ପୂଜା ସମାନ ମିଳିବ ଫଳ

ଶ୍ରାବଣ ମାସ ଶେଷ ହେବାକୁ ମାତ୍ର ଆଉ କେଇ ଦିନ ବାକି ରହିଛି । ୧୨ ଅଗଷ୍ଟ ୨୦୨୨ରେ ଶ୍ରାବଣ ମାସର ସମାପ୍ତି ଘଟିବ । ମାନ୍ୟତା ରହିଛି ଯେ ଶ୍ରାବଣ ମାସରେ ଏହି ୭ ଜିନିଷ ଦାନ କରିବା ଦ୍ୱାରା ପୁରା ମାସର ପୂଜା ଫଳ ପାଇପାରିବେ । ଆସନ୍ତୁ ଜାଣିବା କ’ଣ ସେହି ୫ ଜିନିଷ ।

ରୁପା : ଶାସ୍ତ୍ର ଅନୁସାରେ ଶ୍ରାବଣ ମାସରେ ରୁପା ଦାନ କରିବା ଦ୍ୱାରା କାଳସର୍ପ ଦୋଷରୁ ମୁକ୍ତି ମିଳିଥାଏ । ରୁପା ଦାନ କରିବା ଦ୍ୱାରା ସଫଳତାର ବାଟ ଖୋଲିଥାଏ ।

ରୁଦ୍ରାକ୍ଷ : ସନାତନ ଧର୍ମରେ ରୁଦ୍ରାକ୍ଷକୁ ମହାଦେବଙ୍କ ପ୍ରସାଦ ମନାଯାଇଥାଏ । ଶ୍ରାବଣ ମାସରେ ରୁଦ୍ରାକ୍ଷ ଦାନ କରିବା ଦ୍ୱାରା ମୋକ୍ଷ ପ୍ରାପ୍ତି ହୋଇଥାଏ । ପାପ କର୍ମରୁ ମୁକ୍ତି ମିଳିଥାଏ ।

tila
photo credit : abplive.com

କଳା ତିଳ ବା ରାଶି : ଶନି,ରାହୁ ଓ କେତୁ ଗ୍ରହର ଅଶୁଭ ପ୍ରଭାବରୁ ମୁକ୍ତି ପାଇବା ପାଇଁ ଶ୍ରାବଣ ମାସରେ କଳା ତିଳ ଦାନ କରିବା ଶୁଭ ହୋଇଥାଏ । ଏହା କରିବା ଦ୍ୱାରା ଏହି ଗ୍ରହଙ୍କ ଦୋଷ କମ ହୋଇଥାଏ ।

କପଡା : ଶ୍ରାବଣରେ ଗରୀବ ବ୍ୟକ୍ତିଙ୍କୁ ବସ୍ତ୍ର ଦାନ କରିବା ଦ୍ୱାରା ଅକ୍ଷୟ ପୂଣ୍ୟର ପ୍ରାପ୍ତି ହୋଇଥାଏ । ବସ୍ତ୍ର ଦାନ କରିବା ଦ୍ୱାରା ମାନ ସମ୍ମାନର ବୃଦ୍ଧି ଘଟିଥାଏ ।

ଚାଉଳ : ଅକ୍ଷତ ବା ଚାଉଳ ଶିବ ପୂଜାରେ ବହୁତ ବଡ଼ ମହତ୍ୱ ରଖିଥାଏ । ଶ୍ରାବଣରେ ଏହାକୁ ଦାନ କରିବା ବ୍ୟକ୍ତିଙ୍କ ଅନ୍ନ ଭଣ୍ଡାର କେବେ ଖାଲି ହୋଇ ନଥାଏ । ମା’ ଅନ୍ନପୂର୍ଣ୍ଣାଙ୍କ କୃପା ସର୍ବଦା ତାଙ୍କ ଉପରେ ରହିଥାଏ ।

ghee
photo credit : malavika

ଘିଅ : ଶିବଙ୍କ ପ୍ରିୟ ବସ୍ତୁ ଘିଅ । ଶ୍ରାବଣରେ ଘିଅ ଦାନ କରିବା ଦ୍ୱାରା ଗମ୍ଭୀର ରୋଗରୁ ମୁକ୍ତି ମିଳିଥାଏ ।

ନମକ : ଶାସ୍ତ୍ରରେ ଲୁଣକୁ ସକରାତ୍ମକ ଶକ୍ତିର ପ୍ରତୀକ ମନାଯାଇଥାଏ । ଶ୍ରାବଣରେ କୌଣସି ଗରୀବଙ୍କୁ ଲୁଣ ଦାନ କଲେ ସୁଖ ସମୃଦ୍ଧି ବୃଦ୍ଧି ହୋଇଥାଏ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.