ସ୍ପେଶାଲ

କରୋନାକୁ ମାତ ଦେଲେ ୭୫ ବର୍ଷୀୟା ପକ୍ଷାଘାତ ବୃଦ୍ଧା, ଏଚଏଫଏନସି ମେସିନ ବଞ୍ଚାଇଲା ଜୀବନ

ମାଲକାନଗିରି ଜିଲ୍ଲାରେ କରୋନା ପ୍ରକୋପ ଏତେ ରହିଛି ଯେ ମାଲକାନଗିରି ପୌରାଞ୍ଚଳର ପ୍ରତ୍ୟେକ ଗଳିରେ ଲୋକେ ସଂକ୍ରମିତ ହୋଇଛନ୍ତି । ଲୋକେ ଯେତେ ସଚେତନ ଥିଲେ ମଧ୍ୟ ଟେଷ୍ଟ କରିବା ମାତ୍ରେ କରୋନା ପଜିଟିଭ ବାହାରୁଛି । ଜିଲ୍ଲା ପ୍ରଶାସନ ଏବଂ ମେଡିକାଲ କତ୍ତୃପକ୍ଷଙ୍କ ଅନବରତ ରୋଗୀ ସେବା ଯୋଗୁଁ ଆଜି ୭୦ ପ୍ରତିଶତରୁ ଉର୍ଦ୍ଧ ରୋଗୀ ସୁସ୍ଥ ହୋଇ ଘରକୁ ଫେରିଛନ୍ତି । ତେବେ ସେଥି ମଧ୍ୟରୁ ଆମେ ଜଣେ ଏମିତି ବୃଦ୍ଧାଙ୍କ ବିଷୟରେ କହିବୁ ଯିଏକି ମୃତ୍ୟୁକୁ ବି ହରାଇଛନ୍ତି। କରୋନାକୁ ହରାଇବାରେ ମଧ୍ୟ ବୃଦ୍ଧା ସଫଳ ହୋଇଛନ୍ତି। ସେ ହେଉଛନ୍ତି ସ୍ଥାନୀୟ ସାମବାୟଗୁଡାର ସୁଶାନ୍ତ ପଣ୍ଡାଙ୍କ ମାଆ ମହାଲକ୍ଷ୍ମୀ ପଣ୍ଡା।

ମହାଲକ୍ଷ୍ମୀ ପଣ୍ଡାଙ୍କୁ ବର୍ତ୍ତମାନ ୭୫ ବର୍ଷ। ସେ ପକ୍ଷାଘାତ ରୋଗରେ ପୀଡିତ । ଏବେ ସେ ଶେଯରୁ ଉଠି ପାରୁନାହାନ୍ତି ଏବଂ ଗୋଟିଏ ସ୍ଥାନରେ ପଡି ରହୁଛନ୍ତି । ତାଙ୍କୁ ଜ୍ବର ହେବାରୁ ତାଙ୍କର କୋଭିଡ ଟେଷ୍ଟ କରାଯାଇଥିଲା। କରୋନା ପଜିଟିଭ ବାହାରିଲା ପରେ ତୁରନ୍ତ ତାଙ୍କୁ ଗତ ୨୧ ତାରିଖରେ ସ୍ଥାନୀୟ କୋଭିଡ ହସପିଟାଲରେ ଭର୍ତ୍ତି କରାଯାଇଥିଲା। ଧିରେ ଧିରେ ସେ ଗୁରୁତର ହେବାକୁ ଲାଗିଲେ ଏବଂ ତାଙ୍କର ବଂଚିବା ଏକ ପ୍ରକାର ମୁସକିଲ ହୋଇଯାଇଥିଲା। ଗୋଟିଏ ଦିଗରେ ପକ୍ଷାଘାତ ତା ଉପରେ କରୋନା ମହାଲକ୍ଷ୍ମୀଙ୍କୁ ମୃତ୍ୟୁ ଆଡକୁ ଟାଣି ନେଉଥିଲା । ଡାକ୍ତର ମଧ୍ୟ ଆଶା ଛାଡି ଦେଇଥିଲେ । ନିଃଶ୍ୱାସ ପ୍ରଶ୍ୱାସ ନେବାରେ କଷ୍ଟ ହେଉଥିଲା କିନ୍ତୁ ଅକ୍ସିଜେନ ଦେଲେ ମଧ୍ୟ କାମ କରୁନଥିଲା। ଡାକ୍ତରମାନେ ମଧ୍ୟ କଣ କରିବେ କିଛି ଭାବି ପାରୁନଥିଲେ। ପରିବାର ଲୋକେ ଏବଂ ଡାକ୍ତର ସବୁ ପ୍ରକାର ଚେଷ୍ଟା କରିବା କରିବା ପରେ ମଧ୍ୟ ଆଶା କ୍ଷୀଣ ରହିଥିବାରୁ ଶେଷରେ ମାଲକାନଗିରିରେ ନୂତନ ଭାବେ ଅଣାଯାଇଥିବା ଏଚଏଫଏନସି ( ହାଏ ଫ୍ଲୋ ନାଜାଲ କାନ୍ୟୁଲା ) ମେସିନକୁ ମହାଲକ୍ଷ୍ମୀ ମୁହଁରେ ଲଗାଯାଇଥିଲା।

ପ୍ରଥମେ ୬୦ ଲିଟର ଲେଖାଏଁ ଅକ୍ସିଜେନ ଦିଆଗଲା। ଏହା କାମ କଲା ଧିରେ ଧିରେ ମହାଲକ୍ଷ୍ମୀ ସୁସ୍ଥ ହେବାକୁ ଲାଗିଲେ । ଡାକ୍ତର ମଧ୍ୟ ଏହି ମେସିନ ଦ୍ବାରା ଧିରେ ଧିରେ ଅକ୍ସିଜେନ ପରିମାଣ କମାଇ ବାରେ ଲାଗିଲେ। ମହାଲକ୍ଷ୍ମୀ ଏହି ମେସିନ ବଳରେ ସଂପୂର୍ଣ୍ଣ ସୁସ୍ଥ ହୋଇଯାଇଥିଲେ। ଡାକ୍ତରମାନେ ମଧ୍ୟ ହତବାକ ହୋଇଯାଇଥିଲେ ଯେଉଁ ରୋଗୀ ମୃତ୍ୟୁ ଆଡକୁ ଏକ ପ୍ରକାର ସଜବାଜ ହୋଇଯାଇଥିଲା ସେହି ରୋଗୀ ଆଜି ସୁସ୍ଥ ହୋଇ କଥାବାର୍ତ୍ତା କରୁଛନ୍ତି କିପରି ? କିନ୍ତୁ ଏହା ସତ୍ୟ ଯେ ମହାଲକ୍ଷ୍ମୀ ସଂପୂର୍ଣ୍ଣ ସୁସ୍ଥ ହୋଇ ଯାଇଛନ୍ତି । ସେ ପୂର୍ବରୁ କାହାକୁ ଚିହ୍ନି ପାରୁନଥିଲେ କି ଶେଯରୁ ଉଠି ପାରୁନଥିଲେ । ଏବେ ସେ ଶେଯରୁ ଉଠି ବସି ପାରୁଛନ୍ତି , କଥାବାର୍ତ୍ତା ହୋଇପାରୁଛନ୍ତି। ଯାହାକୁ ନେଇ ଡାକ୍ତର ଏବଂ ପରିବାର ଲୋକଙ୍କ ଖୁସି କହିଲେ ନସରେ। କେବଳ ମାଲକାନଗିରି ଜିଲ୍ଲାରେ ହିଁ ଏହି ଏଚଏଫଏନସି ମେସିନ ରହିଥିବା କୁହାଯାଇଛି । ଏପରିକି କୋରାପୁଟ ବଡ ମେଡିକାଲରେ ମଧ୍ୟ ଏହି ମେସିନ ନାହିଁ ଆଜି ୭୫ ବର୍ଷିଆ ବୃଦ୍ଧା କରୋନାକୁ ମାତ ଦେଇପାରୁଛନ୍ତି । ତେବେ ଅନ୍ୟମାନେ ମଧ୍ୟ କରୋନାକୁ ହରାଇପାରିବେ ବୋଲି କୁହାଯାଇଛି ।

 

 

 

 

 

 

 

 

KNews Bureau

Recent Posts

କେରଳ ନୁହେଁ ଏବେ ‘କେରଳମ୍‌’…ବଦଳିପାରେ ରାଜ୍ୟର ନାଁ, ବିଧାନସଭାରେ ପାରିତ ହେଲା ପ୍ରସ୍ତାବ

ଭାରତର ଦକ୍ଷିଣ ରାଜ୍ୟ କେରଳର ନାଁ ବହୁତ ଜଲ୍‌ଦି ବଦଳିପାରେ । କେରଳ ବିଧାନସଭା ସୋମବାର ସର୍ବସମ୍ମତିକ୍ରମେ ଏକ ପ୍ରସ୍ତାବ…

15 mins ago

ସୁଭଦ୍ରା ଯୋଜନାରେ ହେଉଥିବା ଗୁଜବକୁ ବିଶ୍ବାସ କରନ୍ତୁ ନାହିଁ: ଉପମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର : ସୁଭଦ୍ରା ଯୋଜନାରେ ହେଉଥିବା ଗୁଜବକୁ ବିଶ୍ବାସ କରନ୍ତୁ ନାହିଁ । ଯୋଜନା ଉପରେ କୌଣସି ଭୁଲ ଖବର…

17 mins ago

କାନ୍ଦି କାନ୍ଦି ବେହୋସ ହେଲା କୁନି ଝିଅ, ଉଚିତ ସମୟରେ ସିପିଆର ଦେଇ ଜୀବନ ବଞ୍ଚାଇଲେ ଡାକ୍ତର

ତାଜ ମହଲ ଦେଖିବାକୁ ଆସି ଜୀବନ ମୃତ୍ୟୁ ସହ ସଂଘର୍ଷ କଲା କୁନି ଝିଅ । ବାପା ମା’ଙ୍କ ସହ…

21 mins ago

ଲକ୍ଷ୍ମୀ ବସ୍ ସେବା ନେଇ ଲୋକଙ୍କ ମଧ୍ୟରେ ଦ୍ବନ୍ଦ୍ବ, ଲୋକେ କହୁଛନ୍ତି ବସ୍ ନାଁ ରହୁ କି ନ ରହୁ ସେବା ଜାରି ରହୁ

ମାଲକାନଗିରି : ଉପାନ୍ତ ମାଲକାନଗିରି ଜିଲ୍ଲାରେ ଗରିବ ଆଦିବାସୀ ଲୋକଙ୍କ ଯାତାୟାତର ଏବଂ ଆର୍ଥିକ ଉର୍ଣ୍ଣତି ପାଇଁ ଗତ ରାଜ୍ୟ…

22 mins ago

ବିମାନରେ ବସି ଯାତ୍ରା କରୁଥିଲେ ଯାତ୍ରୀ, କିନ୍ତୁ ଯାତ୍ରୀଙ୍କ ନାକ କାନରୁ ବାହାରିଲା ରକ୍ତ

ବିମାନରେ ବସି ଯାତ୍ରା କରୁଥିଲେ ଯାତ୍ରୀ । ହେଲେ ହଠାତ୍‌ ଯାତ୍ରୀଙ୍କ ନାକରୁ ରକ୍ତ ବାହାରିବା ସହ କାନରେ ଯନ୍ତ୍ରଣା…

27 mins ago

ଗ୍ରୁପରୁ ଋଣ ଉଠାଇ ଫେରାର୍, ଅଭିଯୁକ୍ତ ଘରେ ତାଲା ପକାଇଲେ ଗାଁର ମହିଳା

କଣ୍ଟାବାଞ୍ଜି: ଟଙ୍କା ନେଇ ଛୁ ମାରିଲେ, ହେଲେ ଚୁପ୍ ବସିଲେନି ଗାଁର ମହିଳାମାନେ । ସିଧା ଘରକୁ ଗଲେ ଆଉ…

35 mins ago