ସ୍ପେଶାଲ

ଲଗାଣ ବର୍ଷାରେ ଧୋଇଗଲା ରାସ୍ତା, ବୁଡ଼ିଗଲା ପୋଲ

ଲଗାଣ ବର୍ଷାରେ ଧୋଇଗଲା ରାସ୍ତା। ବର୍ଷା ଦିନରେ ଯିବା ଆସିବା କଷ୍ଟ ହେଉଥିବାରୁ ବ୍ରିଜ ତିଆରି ପାଇଁ ଯୋଜନା ହେଲା । ସେଥପାଇଁ ପାଖରେ ଏକ ଅସ୍ଥାୟୀ ରାସ୍ତା ତିଆରି ମଧ୍ୟ କରାଗଲା । କିନ୍ତୁ କଣ ହେବ ଲଗାଣ ବର୍ଷାରେ ଅସ୍ଥାୟୀ ରାସ୍ତା ମଧ୍ୟ ଧୋଇଗଲା । ଯାହାକୁ ନେଇ ଏବେ ଅଂଚଳ ବାସୀ ତୀବ୍ର ପ୍ରତିକ୍ରିୟା ରଖିଛନ୍ତି । ଘଟଣାଟି ଗଜପତି ଜିଲ୍ଲା ର ..ଗଜପତି ଜିଲ୍ଲା ପାରଳାଖେମୁଣ୍ଡି ନିକଟ କେରାଣ୍ଡି ଡାଳିମପୁର ରେ ନୂଆ ବ୍ରିଜ୍‌ କାମ ଚାଲିଥିବାରୁ ଏକ ଅସ୍ଥାୟୀ ରାସ୍ତା ନିର୍ମାଣ ହୋଇଥିଲା । ଲଗାଣ ବର୍ଷା ଯୋଗୁ ଗତ କାଲି ଅପରାହ୍ନରେ ଏହି ରାସ୍ତାଟି ସମ୍ପୂର୍ଣ୍ଣ ଧୋଇଯାଇଛି । ଆପଣ ତାହା ଭଲ ଭାବେ ଦେଖିପାରୁଥିବେ । ଏଭଳି ସ୍ଥିତିରେ ଲୋକ ମାନେ ଅସନ୍ତୋଷ ପ୍ରକାଶ କରିଛନ୍ତି । ଏହି ରାସ୍ତା ଟି ତିନି ଖଣ୍ଡ ଗାଁ କୁ ସଂଯୋଗ କରୁଥିଲା । ଆଉ ଏବେ ର ସ୍ଥିତିରେ ଲୋକମାନେ ଯିବା ଆସିବା ପାଇଁ ଆନ୍ଧ୍ର ସୀମା ଦେଇ ଆସିବାକୁ ହେବ । ଏମିତିରେ ପିଲାଙ୍କ ପାଠ ପଢ଼ାଠୁ ଆରମ୍ଭ କରି ସେମାଙ୍କ ବେପାର ଏମିତିକି ଜରୁରୀ ପରିସ୍ଥିତିରେ ଡାକ୍ତରଖାନା ମଧ୍ୟ ଯିବା ଏବେ ଅସମ୍ଭଵ ।

ସୂଚନା ଅନୁସାରେ ଅମରା, ରାଟିଣି, ଢାଳିମପୁର ସହ ପାରଳାଖେମୁଣ୍ଡିକୁ ଯୋଗାଯୋଗ ବିଚ୍ଛିନ୍ନ ହୋଇଛି । ଏବେ ପାରଳାଖେମୁଣ୍ଡି ଆସିବାକୁ ହେଲେ ୧୪କିମି ଦେଇ ଆନ୍ଧ୍ର ସୀମା ଦେଇ ଆସିବାକୁ ପଡିବ । ଯେହେତୁ ଆନ୍ଧ୍ର ଏବଂ ଓଡିଶା ସୀମାରେ ଏହି ଗାଁ ରହିଛି । ଏଠାକାର ଲୋକ ପ୍ରତ୍ୟେକ କାମ ପାଇଁ ପାରଳାଖେମୁଣ୍ଡି ଉପରେ ନିର୍ଭର କରିଥାଆନ୍ତି । ଅସ୍ଥାୟୀ ବ୍ରିଜ୍‌ ଧୋଇଯିବାରୁ ବର୍ତ୍ତମାନ ସଂପୃକ୍ତ ଅଞ୍ଚଳ ଏକ ପ୍ରକାର ବାହ୍ୟ ଜଗତରୁ ବିଛିନ୍ନ ହୋଇଯାଇଛି ।

ସେପଟେ ଲଗାଣ ବର୍ଷା ଯୋଗୁ ବେହାଲ ହୋଇପଡ଼ିଛି ମାଲକାନଗିରିା ଜିଲ୍ଲା । ବୁଡିଲା ଏମ୍ ଭି ୩୭ ଏବଂ କାଲିମେଳା ପୋଲ। ଅନେକ ଅଞ୍ଚଳରେ ଜମି ରହିଛି ବର୍ଷା ପାଣି। ମାଲକାନଗିରି ରୁ ବାଲିମେଳା ଏବଂ ମାଲକାନଗିରି ରୁ କାଳିମେଳା , ମୋଟୁ କୁ ଯାତାୟାତ ଏବେ ସମ୍ପୂର୍ଣ ଠପ୍। ପୋଲ ନିକଟରେ ଯାତାୟତ ନ କରିବାରୁ ନାଲି ଫିତା ଟାଣିବା ସହ ପୋଲିସ ମୃତୟନ କରଯାଇଛି। ସୁଅ ପ୍ରଖର ଥିବାରୁ ଲୋକେମାନେ ଯିବାଆସିବା ସମ୍ଭବପର ହେଉ ନାହିଁ।

ଏମଭି ୩୭ରେ ପାଣି ସୁଅ କାଟୁଥିବାରୁ ମାଲକାନଗିରିରୁ ବାଲିମେଳାକୁ ଯୋଗାଯୋଗ ବିଚ୍ଛିନ୍ନ ହୋଇପଡ଼ିଛିା ଗତକାଲି ଠାରୁ ଲଗାଣ ବର୍ଷା ଯୋଗୁଁ ଜିଲ୍ଲା ର ବିଭିନ୍ନ ନଦୀ ର ଜଳ ସ୍ତର ବଢ଼ିବାକୁ ଲାଗିଛି। ଆଗକୁ ବର୍ଷା ଲାଗି ରହେ ତା ହେଲେ ବନ୍ୟା ପରିସ୍ଥିତି ଉପୁଜିବା ଆଶଙ୍କା ଅଛି। ଅନ୍ୟପକ୍ଷରେ ତଳିଆ ଅଞ୍ଚଳରେ ରହୁଥିବା ଲୋକମାନଙ୍କୁ ପ୍ରଶାସନ ପକ୍ଷରୁ ସଚେତନ କରାଯାଇଛି।ବନ୍ୟା ପରିସ୍ଥିତି କୁ ନଜର ରଖି ଜିଲ୍ଲା ପ୍ରଶାସନ ଆଲର୍ଟ ରହିଛି। ପାଣି ବଢ଼ିଲେ ସେମାନଙ୍କୁ ନିରାପଦ ସ୍ଥାନକୁ ସ୍ଥାନାନ୍ତର କରିବା ପାଇଁ ନର୍ଦ୍ଦେଶ ଦିଆଯାଇଛି । ଉପର ମୁଣ୍ଡରେ ଲଗାଣ ବର୍ଷା ଯୋଗୁଁ ଏଭଳି ପରିସ୍ଥିତି ଉପୁଜିଛି କୁହାଯାଇଛି।

ପ୍ରତିବର୍ଷ ମାଲକାନଗିରି ଜିଲ୍ଲାରେ ବର୍ଷା ଦିନ ଦିନରେ ଏପରି ସ୍ଥିତି ଉପୁଜିଥାଏ। ମାଲକାନଗିରି ଜିଲ୍ଲାର କିଛି ଅଞ୍ଚଳ ଏକ ପ୍ରକାର ବାହ୍ୟ ଜଗତରୁ ବିଚ୍ଛିନ୍ନ ହୋଇଯାଇଥାଏ। ଲୋକେମାନେ ଖାଇବା ଓ ରହିବା ପାଇଁ ବହୁ ଅସୁବିଧାର ସମ୍ମୁଖୀନ ହୋଇଥାନ୍ତି। ଖାସ କରି ତଳିଆ ଅଞ୍ଚଳର ଲୋକେ ଅନେକ ହଇରାଣ ହୋଇଥାନ୍ତି । ଯାହାକୁ ନେଇ ସାଧାରଣରେ ଅସନ୍ତୋଷ ପ୍ରକାଶ ପାଇଛି। ଅନ୍ୟ ପକ୍ଷରେ ବଡ଼ ବର୍ଷା ନେଇ ପାଣିପାଗ କେନ୍ଦ୍ର ଚେତାବନୀ ଦେଇଥିବାରୁ ମାଲକାନଗିରିବାସୀଙ୍କ ଏହା ଚିନ୍ତାର କାରଣ ପାଲଟିଛି।

D Sonali

Recent Posts

ଆଜିର ରାଶିଫଳ : ଏହି ରାଶିର ଲୋକେ ଆଜି ବାହାରକୁ ଯାତ୍ରା କରିବେ ଏବଂ ପରିବାର ସହ ଖୁସିର ସମୟ କାଟିବେ

ମେଷ : ଏହି ରାଶିର ବ୍ୟକ୍ତିମାନେ କର୍ମକ୍ଷେତ୍ରରେ ଆଗକୁ ଯିବେ, ଏହା ସହ ସମ୍ମାନ ମିଳିବା ସହିତ ଆପଣ ଏକ…

40 mins ago

ଚାଇଲ୍ଡ ଲାଇନ କର୍ମଚାଚାରୀଙ୍କ ଉପରେ ଆକ୍ରମଣ ଅଭିଯୋଗ

 ଯାଜପୁର ଟାଉନ : ରେସ୍ତୁରାଣ୍ଟରେ ଶିଶୁ ଶ୍ରମିକ କାମ କରୁଥିବା ଖବର ପାଇ ଚଢ଼ାଉ କରିବାକୁ ଯାଇଥିବା ଚାଇଲ୍ଡ ଲାଇନ…

2 hours ago

ଆସନ୍ତାକାଲି ବିଜେଡିର ରାଜ୍ୟସଭା ସାଂସଦଙ୍କ ସହ ଆଲୋଚନା କରିବେ ସୁପ୍ରିମୋ ନବୀନ ପଟ୍ଟନାୟକ

 ଭୁବନେଶ୍ବର : ଆସନ୍ତାକାଲି ବିଜେଡିର ରାଜ୍ୟସଭା ସାଂସଦଙ୍କ ସହ ଆଲୋଚନା କରିବେ ସୁପ୍ରିମୋ ନବୀନ ପଟ୍ଟନାୟକ । ନବୀନ ନିବାସରେ…

2 hours ago

ତୁଟିଲା ବିବାଦ, ଆଜି ବାରିପଦା ବସଷ୍ଟାଣ୍ଡରୁ ସ୍ବାଭାବିକ ହେଲା ଘରୋଇ ବସ୍ ଚଳାଚଳ

ମୟୁରଭଞ୍ଜ : ତୁଟିଲା ବିବାଦ ।  ମୟୁରଭଞ୍ଜ ଜିଲ୍ଲାରେ ସ୍ବାଭାବିକ ହେଲା ବସ୍ ଚଳା ଚଳ । ୩ ଦିନ…

2 hours ago

ଘଟଗାଁ ତାରିଣୀ ପୀଠର ବିକାଶ ପାଇଁ ଆଉ ୫୦ କୋଟିର ଅନୁଦାନ

କେନ୍ଦୁଝର : ଘଟଗାଁ ତାରିଣୀ ପୀଠର ବିକାଶ ପାଇଁ ଆଉ ୫୦ କୋଟିର ଅନୁଦାନ। କେନ୍ଦୁଝର ଜିଲ୍ଲାକୁ ଦୁଇ ଦିନିଆ…

3 hours ago

ଅଜଣା ରୋଗରେ ଆକ୍ରାନ୍ତ ହୋଇ ବିଛଣାରେ ପଡ଼ି ରହିଛି ୩୫ ବର୍ଷୀୟ ପୁଅ

ବାଲେଶ୍ବର: ଆଶା କରିଥିଲୁ ବୁଢ଼ା କାଳେ ଆମ ପୁଅ ଆମ ସାହାରା ପାଲଟିବ । ଆମେ ଜମି ବାଡ଼ି ବିକ୍ରି…

4 hours ago