ହୋଲିର ଦିନକ ପୂର୍ବରୁ କୁମ୍ଭ ରାଶିରେ ପ୍ରବେଶ କରିବେ ଶନି, ଏହି ୫ଟି ରାଶିର ବଢ଼ିପାରେ ସମସ୍ୟା

ନ୍ୟାୟର ଦେବତା ଶନି ହୋଲିର ଦିନକ ପୂର୍ବରୁ ଅର୍ଥାତ୍‌ ମାର୍ଚ୍ଚ ୬ ରାତି ପାଖାପାଖି ୧୧ଟା ୩୬ ମିନିଟ୍‌ରେ କୁମ୍ଭ ରାଶିରେ ପ୍ରବେଶ କରିବେ। ଜ୍ୟୋତିଷଙ୍କ କହିବା ଅନୁସାରେ, ଶନି ପ୍ରବେଶ କରିବା ପରେ ୫ଟି ରାଶି ପାଇଁ ସମସ୍ୟା ସୃଷ୍ଟି କରିବେ।

ନ୍ୟାୟର ଦେବତା ଶନି ହୋଲିର ଦିନକ ପୂର୍ବରୁ ଅର୍ଥାତ୍‌ ମାର୍ଚ୍ଚ ୬ ରାତି ପାଖାପାଖି ୧୧ଟା ୩୬ ମିନିଟ୍‌ରେ କୁମ୍ଭ ରାଶିରେ ପ୍ରବେଶ କରିବେ। ଜ୍ୟୋତିଷଙ୍କ କହିବା ଅନୁସାରେ, ଶନି ପ୍ରବେଶ କରିବା ପରେ ୫ଟି ରାଶି ପାଇଁ ସମସ୍ୟା ସୃଷ୍ଟି କରିବେ। ଏଥିପାଇଁ ଏହି ରାଶିର ଲୋକମାନଙ୍କୁ ମାର୍ଚ୍ଚ ୬ ପରେ ବହୁ ସତର୍କତା ଅବଲମ୍ବନ କରିବାକୁ ପଡ଼ିବ। ଆସନ୍ତୁ ଜାଣିବା କେଉଁ ରାଶିର ଲୋକ ମାନେ ସତର୍କତା ଅବଲମ୍ବନ କରିବେ…

ମେଷ: ଯଦି ଆପଣ କୌଣସି ଜମି ପାଇଁ ନିବେଶ କରିବାକୁ ଚାହୁଁଥାନ୍ତି, ତେବେ ଏହି ଯୋଜନାକୁ କିଛି ସମୟ ପାଇଁ ଟାଳି ଦିଅନ୍ତୁ। ନିବେଶ କରିବା ଲୋକ ପାଇଁ ସମୟ କଷ୍ଟକର ରହିବ। ଟଙ୍କା ପଇସାର ଅସୁବିଧା ହୋଇପାରେ। ଖର୍ଚ୍ଚ ଅଧିକ ହୋଇପାରେ। କରଜ ଓ ଖର୍ଚ୍ଚ ଯୋଗୁଁ ହଇରାଣ ହୋଇପାରନ୍ତି। ଶନି ପ୍ରବେଶ କରିବା ପରେ ସହକର୍ମୀ ସହ ମତଭେଦ ବଢ଼ିପାରେ।

କନ୍ୟା: ଶନି ଦେବ ଆପଣଙ୍କ ଆତ୍ମବିଶ୍ୱାସକୁ ପ୍ରଭାବିତ କରିବେ। ପରିବାର ମଧ୍ୟରେ ମତଭେଦ ସୃଷ୍ଟି ହୋଇପାରେ। ଅଜଣା ଲୋକଙ୍କ ପ୍ରତି ସାବଧାନ ରୁହନ୍ତୁ। ଟଙ୍କା ଦେବା ନେବାରେ ସାବଧାନତା ଅବଲମ୍ବନ କରିବେ। କଥା କହିବାରେ ନିୟନ୍ତ୍ରଣ ନ ରହିଲେ ସମ୍ପର୍କ ଖରାପ ହୋଇପାରେ। ଦାମ୍ପତ୍ୟ ଜୀବନରେ ତିକ୍ତତା ଦେଖାଯାଇପାରେ।

ବୃଷ: ବ୍ୟାପାରରେ କ୍ଷତି ହେବାର ପ୍ରବଳ ଯୋଗ ରହିଛି। କୌଣସି ବଡ ଓ ଲାଭକାରୀ ଡିଲ ହାତଛଡ଼ା ହେଇପାରେ। ବେପାରୀ ବର୍ଗର ଲୋକଙ୍କ ପାଇଁ ସମୟ ଅନୁକୂଳ ନୁହେଁ। ଦାମ୍ପତ୍ୟ ଜୀବନରେ ଅସୁବିଧାର ସମ୍ମୁଖୀନ ହେବାକୁ ପଡ଼ିପାରେ। ପତି-ପତ୍ନୀଙ୍କ ମଧ୍ୟରେ ଝଗଡ଼ା ମଧ୍ୟ ହୋଇପାରେ। ଗୃହରେ କଳହ ଉତ୍ପନ୍ନ ହୋଇପାରେ।

ମକର: ଶନି ଦେବ ମକର ରାଶିର ଲୋକଙ୍କର ସମ୍ପର୍କକୁ ପ୍ରଭାବିତ କରିବେ। ଭାଇ ଭଉଣୀ ମଧ୍ୟରେ ସମ୍ପତ୍ତି ପାଇଁ କଳହ ଲାଗି ରହିପାରେ। ଦେହ ଭଲ ନ ରହିପାରେ। କ୍ୟାରିୟରରେ ସମୟ ଭଲ ନଥିବାର ଦେଖାଯାଉଛି। ଚାକିରି-ବ୍ୟାପାରର ଭଲ ସୁଯୋଗ ହାତଛଡା ହୋଇପାରେ। ଶନିଙ୍କ ପ୍ରବେଶ ପରେ ଆପଣଙ୍କ ଦୈନନ୍ଦିନ ଜୀବନରେ ସାବଧାନତାର ସହ ରହିବାକୁ ହେବ।

ମୀନ: ଶନି ପ୍ରବେଶ କରିବା ପରେ ଅଚାନକ ନେଇ ଥିବା ନିଷ୍ପତ୍ତି ଅସୁବିଧା କରିପାରେ। ଚାକିରି- ବ୍ୟାପାରରେ ମିଳୁଥିବା ଲାଭ କମ୍‌ ହୋଇପାରେ। ଦୁର୍ଘଟଣା ଘଟିବାର ସମ୍ଭାବନା ରହିଛି, ଏଥିପାଇଁ ଯାନବାହନ ସାବଧାନତାର ସହ ଚଲାଇବେ। ଆଉ କାହାର ବାହନ ମାଗି କରି ଚଲାନ୍ତୁ ନାହିଁ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.