ଏହି ଦିନରେ ଜନ୍ମ ହୋଇଥିବା ବ୍ୟକ୍ତିଙ୍କ ଉପରେ ରହିଥାଏ ଶନିଦେବଙ୍କ କୃପା, ଧୀରେ ଧୀରେ ହୋଇଥାଆନ୍ତି ଧନୀ

ଅଙ୍କ ଶାସ୍ତ୍ରରେ ମୂଳାଙ୍କ ୮ର ପ୍ରତିନିଧି ଗ୍ରହ ଶନିଙ୍କୁ ମନାଯାଇଥାଏ । ତେଣୁ ଏହି ମୂଳାଙ୍କର ଲୋକଙ୍କ ଉପରେ ଶନିଦେବଙ୍କ ବିଶେଷ ପ୍ରଭାବ ରହିଥାଏ । ଯେଉଁ ଲୋକଙ୍କ ଜନ୍ମ ତାରିଖ ୮, ୧୭ ଓ ୨୬ ହୋଇଥାଏ, ସେମାନଙ୍କ ମୂଳାଙ୍କ ୮ ମନାଯାଇଥାଏ । ଏହି ମୂଳାଙ୍କର ଲୋକେ ପରିଶ୍ରମୀ ଓ ବୁଦ୍ଧିମାନ ହୋଇଥାନ୍ତି । ଏମାନେ କୌଣସି ବି କଥା ସମ୍ପର୍କରେ ଗମ୍ଭୀରତାର ସହ ଚିନ୍ତା କରିଥାନ୍ତି । ଏମାନେ ଶାନ୍ତ ରହିଥାନ୍ତି । ଏମାନଙ୍କ ମନ ଭିତରେ କେତେବେଳେ କ’ଣ ଚାଲିଥାଏ କେହି ଜାଣି ପାରନ୍ତି ନାହିଁ ।

ଏହି ମୂଳାଙ୍କର ଲୋକେ କମ କଥା ହୋଇଥାନ୍ତି । ଏହି ଲୋକଙ୍କୁ ଦେଖେଇହେବା ବିଲକୁଲ ବି ପସନ୍ଦ ନୁହେଁ । ଏମାନେ ଚୁପଚାପ ନିଜ କାମ କରିଚାଲିଥାନ୍ତି । ଯେମିତି ଶନି ଗ୍ରହ ଧିରେ ଧିରେ ଚାଲିଥାନ୍ତି, ସେହିପରି ଏହି ଲୋକ ଧିରେ ଧିରେ ନିଜ ଜୀବନରେ ସଫଳତା ପାଇଥାନ୍ତି । ଜୀବନରେ ଆସୁଥିବା ବାଧା ପ୍ରତି ଏମାନେ ଭୟ କରିନଥାନ୍ତି । ଏମାନେ କୌଣସି ବି କାମ ମନଦେଇ କରିଥାନ୍ତି,ଫଳରେ ଏମାନଙ୍କୁ ସଫଳତା ମିଳିକରି ହିଁ ରହିଥାଏ ।

ଏମାନେ ଅତ୍ୟନ୍ତ ସଫଳ ହୋଇଥାନ୍ତି ତ ନହେଲେ ଅସଫଳ । ଏମାନେ ଜିଦି ସ୍ୱଭାବର ହୋଇଥିବାରୁ ମନରେ ଯାହା ଆସିଥାଏ କରିଥାନ୍ତି । ନିଜ କଥା ଅନ୍ୟ ଦ୍ୱାରା କରାଇବାରେ ଚେଷ୍ଟା କରିଥାନ୍ତି । ଏମାନେ ଜଲଦି କାହା ସହିତ ମିଶି ପାରନ୍ତି ନାହିଁ । ତେଣୁ ଏମାନଙ୍କର ମିତ୍ର ମଧ୍ୟ କମ ହୋଇଥାନ୍ତି । ଅନ୍ୟର ସପୋର୍ଟ ଏମାନଙ୍କୁ କମ ମିଳିଥାଏ । ଏମାନେ ଜୀବନରେ ଯାହା କିଛି କରିଥାନ୍ତି ନିଜ ଦମରେ କରିଥାନ୍ତି ।

ଏମାନଙ୍କ ଆର୍ଥିକ ସ୍ଥିତି ପ୍ରାୟତଃ ଭଲ ହୋଇଥାଏ । କାରଣ ଏମାନେ ବିଲକୁଲ ଟଙ୍କା ଖର୍ଚ୍ଚ କରିନଥାନ୍ତି । ବରଂ ଟଙ୍କା ସଂଚୟ କରି ରଖିଥାନ୍ତି । ଏମାନଙ୍କ କିଛି ନା କିଛି ଯୋଗୁ ପାଠ ପଢ଼ା ମଝିରେ ଛାଡ଼ି ଦେଇଥାନ୍ତି । ମୂଳାଙ୍କ ୮ ର ବ୍ୟକ୍ତିଙ୍କୁ ସଫଳତା ସେହି କାର୍ଯ୍ୟରେ ମିଳିଥାଏ,ଯେଉଁଥିରେ ଏମାନେ ପରିଶ୍ରମ କରିଥାନ୍ତି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.