ଯଦି ଚାହୁଁଛନ୍ତି ଶନିଦେବ ଅନିଷ୍ଟ କରନ୍ତୁ ନାହିଁ, ଭୁଲରେ ବି କରନ୍ତୁ ନାହିଁ କାମ, ନଚେତ ହେବ ସର୍ବନାଶ

ଶନିଦେବଙ୍କୁ କର୍ମଫଳ ଦାତା କୁହାଯାଏ । ଅର୍ଥାତ କର୍ମ ଅନୁସାରେ ଫଳ ପ୍ରଦାନ କରିବା ବାଲା ଗ୍ରହ । ଶନିଦେବଙ୍କୁ ଅସନ୍ତୁଷ୍ଟ କରିବା ଅନୁଚିତ୍‌ । କାରଣ କଳିଯୁଗରେ ଶନି ଏକ ମୁଖ୍ୟ ଗ୍ରହ ଭାବେ ଫଳ ପ୍ରଦାନ କରିଥାନ୍ତି । ଶନି ଶୁଭ ହେଲେ ମାନ, ସମ୍ମାନ, ପଦ, ପ୍ରତିଷ୍ଠା ମିଳିଥାଏ । ଶନି ଅଶୁଭ ହେଲେ ପଦ ପ୍ରତିଷ୍ଠା ନେଇଯାଇଥାନ୍ତି । ଟଙ୍କା ପଇସାର ଅଭାବର ଦେଖାଯାଇଥାଏ । ସମ୍ପର୍କ ଖରାପ କରିଦେଇଥାଏ । ଏପରିକି ଛାଡପତ୍ର ଭଳି ସମସ୍ୟା ମଧ୍ୟ ସୃଷ୍ଟି କରିଥାନ୍ତି । ଶନି ଭୟଙ୍କର ଖରାପ ହେଲେ ଜେଲ ମଧ୍ୟ ପଠାଇ ଦେଇଥାନ୍ତି । ଗମ୍ଭୀର ରୋଗ ଦେଇ ଜୀବନକୁ କଷ୍ଟରେ ଭରିଦେଇଥାନ୍ତି ।

ଶନି କେବେ ଦେଇଥାନ୍ତି ଅଶୁଭ ଫଳ

ଶନି ନିୟମ ଓ ଅନୁଶାସନର ଅତି ପ୍ରିୟ ହୋଇଥାନ୍ତି । ଯେଉଁ ଲୋକ ଏହାକୁ ପାଳନ କରନ୍ତି ନାହିଁ । ନିୟମ ଭାଙ୍ଗିଥାନ୍ତି ଓ ଭୁଲ ଢ଼ଙ୍ଗରେ ଆଚରଣ କରିଥାନ୍ତି । ଶନି କେବେ ତାଙ୍କୁ କ୍ଷମା କରିନଥାନ୍ତି । ସମୟ କ୍ରମେ ଖରାପ ଫଳ ପ୍ରଦାନ କରିଥାନ୍ତି ।

୧. ପରିଶ୍ରମ କରି ପେଟ ପୋଷୁଥିବା ଲୋକଙ୍କୁ କେବେ ହଇରାଣ କରନ୍ତୁ ନାହିଁ । ଏମାନଙ୍କ ହକ କେବେ ନିଅନ୍ତୁ ନାହିଁ । ଯିଏ ଏପରି କରିଥାନ୍ତି, ଶନି ସମୟ ଆସିଲେ ଉପଯୁକ୍ତ ଦଣ୍ଡ ଦେଇଥାନ୍ତି ।

୨. ଶନି ସେହି ଲୋକଙ୍କ ସବୁ କିଛି ନେଇଯାଇ ଥାନ୍ତି, ଯିଏ ଅନ୍ୟର ଖରାପ କରିଥାନ୍ତି । ଅନ୍ୟକୁ କଷ୍ଟ ପହଞ୍ଚାଇବା ପାଇଁ ଯୋଜନା କରିଥାନ୍ତି । ଏପର ଲୋକଙ୍କୁ ଶନି ନିଜର ଦଶା, ଅନ୍ତର୍ଦ୍ଦଶା, ସାଢ଼େ ସାତି ଓ ଦେଢ଼୍ୟା ଆସିଲେ ଅଶୁଭ ଫଳ ପ୍ରଦାନ କରିଥାନ୍ତି ।

୩. ନିଜ ପଦର ଅଂହକାର କରିବା, ଧନର ଦେଖାଇହେବା, ନିଜ ଅଧୀକାରର ଭୁଲ ପ୍ରୟୋଗ କରିବା ବାଲାଙ୍କୁ ମଧ୍ୟ ଶନି କ୍ଷମା କରିନଥାନ୍ତି । ଶନି ଏପରି ଲୋକଙ୍କୁ କଠୋର ଦଣ୍ଡ ଦେଇଥାନ୍ତି ।

୪. ପ୍ରକୃତି ଓ ଜୀବ ଜନ୍ତୁଙ୍କୁ କ୍ଷତି ପହଞ୍ଚାଇବା କଥା ନୁହେଁ । ଏହାଦ୍ୱାରା ଶନିଦେବ ଅସନ୍ତୁଷ୍ଟ ହୋଇଯାଇ ଥାନ୍ତି । ଯେତେଦୂର ସମ୍ଭବ ଏହାର ସଂରକ୍ଷଣ ଓ ସୁରକ୍ଷା କରିବା ଦରକାର ।

Leave A Reply

Your email address will not be published.