୧୪୧ ଦିନ ଯାଏ ନିଜ ସ୍ୱରାଶିରେ ବକ୍ରୀ ରହିବେ ଶନି ଦେବ, ଏହି ରାଶିମାନଙ୍କୁ କରିବେ କଲ୍ୟାଣ

ଶନିଙ୍କ ବକ୍ରୀ ଚଳନ ଜ୍ୟୋତିଷ ଦୃଷ୍ଟିକୋଣରୁ ବହୁତ ମହତ୍ୱପୂର୍ଣ୍ଣ ମନାଯାଇଥାଏ । କାରଣ ଏହାର ପ୍ରଭାବ ସବୁ ରାଶିର ଲୋକଙ୍କ ଉପରେ ପଡିଥାଏ । ଶନି ୫ ଜୁନରୁ ୨୩ ଅକ୍ଟୋବର ଯାଏ ବକ୍ରୀ ରହିବେ । ଅର୍ଥାତ ଏହି ୧୪୧ ଦିନ ଯାଏ କିଛି ରାଶିଙ୍କୁ ଶୁଭ ପରିଣାମ ଦେବେ ଓ କିଛି ରାଶିଙ୍କୁ ଅଶୁଭ ପରିଣାମ ଦେବେ । ଏହି ସମୟରେ କିଛି ରାଶିଙ୍କୁ ଶନି ସାଢ଼େ ସାତି ଓ ଦେଢ଼୍ୟା ଯୋଗୁ କଷ୍ଟ ଉଠାଇବାକୁ ପଡିପାରେ । ଆସନ୍ତୁ ଜାଣିବା କେଉଁ ରାଶିଙ୍କ ପାଇଁ ଏହି ସମୟ ଶୁଭ ଓ କଲ୍ୟାଣ ହେବ ।

ଏହି ରାଶିଙ୍କ ପାଇଁ ଶୁଭ ଓ କଲ୍ୟାଣକାରୀ ହେବ ଶନିଙ୍କ ବକ୍ରୀ ଚଳନ :

ମେଷ ରାଶି :

ଏହି ସମୟରେ ଆପଣଙ୍କୁ ଅନୁକୂଳ ଫଳ ପ୍ରାପ୍ତି ହେବାର ସମ୍ଭାବନା ରହିବ । ଆପଣଙ୍କ କ୍ୟାରିଅରକୁ ଭଲ ଫଳ ମିଳିବ । ଚାକିରି ମିଳିବାର ସମ୍ଭାବନା । ଭାଗ୍ୟ ସାଥ ଦେବ ଓ ଆପଣଙ୍କ ଅଧୁରା ଇଚ୍ଛା ପୁରଣ ହେବ ।

ବିଚ୍ଛା ରାଶି :

ଶନି ଦେବଙ୍କ ଏହି ଚଳନ ଆପଣଙ୍କ କ୍ୟାରିଅର ଲାଇଫରେ ମିଳିବ । କ୍ୟାରିଅରରେ ଲାଭ ହେବାର କିଛି ସୁଯୋଗ ମିଳିବ । ଆର୍ଥିକ କଷ୍ଟରୁ ମୁକ୍ତି ମିଳିବ । ନିବେଶରୁ ଭଲ ଅର୍ଥପ୍ରାପ୍ତି ହେବ । ଶିକ୍ଷା କ୍ଷେତ୍ରରେ ଅପାର ସଫଳତା ପ୍ରାପ୍ତି ହେବ ।

ଧନୁ ରାଶି :

ଏହି ଚଳନ ଜୀବନର ବହୁ କ୍ଷେତ୍ରରେ ସଫଳତା ମିଳିବ । ସରକାରୀ ଚାକିରି ପାଇଁ ପ୍ରସ୍ତୁତି କରୁଥିବା ବ୍ୟକ୍ତିଙ୍କୁ ସଫଳତା ମିଳିବ । ନିବେଶରୁ ଭଲ ଲାଭ ମିଳିବ ।

କୁମ୍ଭ ରାଶି :

ଏହି ରାଶିର ବ୍ୟକ୍ତିଙ୍କୁ ପରିଶ୍ରମର ପୂର୍ଣ୍ଣ ଫଳ ମିଳିବ । ଆର୍ଥିକ ସ୍ଥିତି ଭଲ ରହିବ । ଏକରୁ ଅଧିକ ମାଧ୍ୟମରେ ଧନ ପ୍ରାପ୍ତି ହେବାର ଯୋଗ ବନୁଛି । କାର୍ଯ୍ୟକ୍ଷେତ୍ରରେ କଡା ପରିଶ୍ରମରୁ ଲାଭ ଯୋଗ ରହିଛି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.