ଶନିଙ୍କ ପ୍ରକୋପରୁ ରକ୍ଷା ପାଇବା ପାଇଁ ହେଲେ ଦର୍ଶନ କରନ୍ତୁ ଏହି ମନ୍ଦିର, ମିଳିବ ଦୋଷରୁ ଶୀଘ୍ର ମୁକ୍ତି

ହିନ୍ଦୁ ଧର୍ମ ଓ ଜ୍ୟୋତିଷ ଶାସ୍ତ୍ରରେ ଶନିଦେବଙ୍କୁ ନ୍ୟାୟର ଦେବତା ମନାଯାଏ। ତେବେ କେତେକ ଶନି ଗ୍ରହକୁ ପାପି ଗ୍ରହ ବୋଲି କୁହାଯାଏ। ଯେକୌଣସି ଜାତକର କୁଣ୍ଡଳୀରେ ଶନି ଅଶୁଭ ସ୍ଥିତିରେ ଥିଲେ ତାହା ଖରାପ ହୋଇଥାଏ। ଏହାସହ ଶନିଙ୍କୁ କର୍ମ ଦେବତା ବୋଲି ମଧ୍ୟ କୁହନ୍ତି। ମନାଯାଏ ଯେ ଶନିଦେବ ମଣିଷଙ୍କୁ ତାଙ୍କ କର୍ମ ଅନୁସାରେ ଫଳ ଦେଇଥାନ୍ତି। ଶନି ସାଢ଼େ ସତୀ ଚାଲିବା ସମୟରେ ଯଦି କିଛି ଖରାପ ହେଉଛି ତେବେ ଜାଣିି ରଖନ୍ତୁ ଯେ ଶନିଙ୍କର ଖରାପ ପ୍ରକୋପ ରହିଛି। ଏମିିତିରେ କିଛି ଉପାୟ କଲେ ଆପଣଙ୍କ ଶନିଦଷାରୁ ମୁକ୍ତି ମିଳିପାରିବ।

ଭାରତରେ ଅନେକ ଶନିଦେବ ଙ୍କ ମନ୍ଦିର ରହିଛି ଯାହାକୁ ଖୁବ ଚମତ୍କାରୀ ମନାଯାଏ। ମାନ୍ୟତା ରହିଛି ଯେ ଏହି ମନ୍ଦିରକୁ ଦର୍ଶନ କଲେ ଜୀବନରୁ ସବୁ କଷ୍ଟ ଦୂର ହୋଇଯିବ। ଏବେ ଜାଣନ୍ତୁ ସେହି ମନ୍ଦିର ସମ୍ପର୍କରେ..

ଶନିଧାମ:
ଶନିଦେବଙ୍କୁ ସମର୍ପିତ ଏହି ମନ୍ଦିର ଦିଲ୍ଲୀ ଛତରପୁରରେ ରହିଛି। ଏହି ମନ୍ଦିରରେ ଶନିଦେବଙ୍କର ଦୁନିଆର ସବୁଠୁ ଉଚ୍ଚା ପ୍ରତିମା ରହିଛି। ଏଠାରେ ଦର୍ଶନ ପାଇଁ ଲକ୍ଷାଧିକ ଶ୍ରଦ୍ଧାଳୁଙ୍କ ଆଗମନ ହୋଇଥାଏ। ଏହାସହ ଶନିଦେବଙ୍କର ପ୍ରାକୃତିକ ମୂର୍ତ୍ତିକୁ ପୂଜା କରାଯାଏ। ବିଶ୍ୱାସ ରହିଛି ଯେ ଏଠାରେ ଶନି ଭଗବାନଙ୍କ ଦର୍ଶନ କଲେ ସବୁ ପାପ ସମାପ୍ତ ହୋଇଯାଏ।

ଶନିମନ୍ଦିର:
ଇନ୍ଦୋରରେ ରହିଛି ଶନି ଦେବଙ୍କ ପ୍ରାଚୀନ ଓ ଚମତ୍କାରୀ ମନ୍ଦିର । ଏହା ଇନ୍ଦୋରର ଜୁନୀ;ର ରହିଛି। ଏହି ମନ୍ଦିରରେ ଅନେକ କଥା ପ୍ରଚଳିତ ଅଛି। ମାନ୍ୟତା ରହିଛି ଯେ ଏହ ି ସ୍ଥାନରେ ଅହଲ୍ୟାବାଈ ଶନିଦେବଙ୍କ ପୂଜା କରୁଥିଲେ। ମାନ୍ୟତା ଏମିତିବି ରହିଛି ଯେ ଏହି ମନ୍ଦିରର ସ୍ଥାପନା ହୋଇନାହିଁ।

ଶନି ଶିନଗାପୁର ମନ୍ଦିର:
ଏହି ମନ୍ଦିର ମହାରାଷ୍ଟ୍ର ରାଜ୍ୟର ଅହମ୍ମଦାବାଦରେ ରହିଛି। ଏହି ମନ୍ଦିର ପାଖାପାଖି ୩୦୦ ବର୍ଷ ପୁରୁଣା। ଏଠାରେ କୌଣସି ପ୍ରକାର ଛାତ କିମ୍ବା କାନ୍ଥ ନାହିଁ। ଏଠାରେ ୫ଫୁଟ ଉଚ୍ଚା କଳା ପଥର ରହିଛି। ଯାହାକୁ ଶନିଦେବଙ୍କ ମୂତ୍ତି ରୂପେ ପୂଜା କରାଯାାଏ। କୁହାଯାଏ ଏଠାରେ ରହୁଥିବା ଲୋକଙ୍କ ଘରର କବାଟ ନାହିଁ। ମାନ୍ୟତା ରହିଛି ଯେ ଏଠାରେ ଶନି ଦେବ ନିଜେ ରକ୍ଷା କରନ୍ତି। ତେବେ ଏହି ମନ୍ଦିରରେ ମହିଳାଙ୍କ ପ୍ରବେଶ କୁ ନିଷିଦ୍ଧ କରାଯାଇଛି।

ଶନିଚରା ମନ୍ଦିର:
ଏହା ମଧ୍ୟପ୍ରଦେଶର ସବୁଠୁ ପ୍ରାଚୀନ ମନ୍ଦିର। ଏହା ମୁରେନ୍ନା ଜିଲ୍ଲାର ଏନ୍ତି ଗାଁର ପାହାଡ଼ ଉପରେ ରହିଛି। ମନା ରହିଛି ଯେ ଏହି ମନ୍ଦିର ରାମାୟଣ କାଳରୁ ରହିଛି। ପୁରାଣରେ ବର୍ଣ୍ଣିତ କଥା ଅନୁଯାୟୀ ରାବଣ କବଳରୁ ମୁକ୍ତ ହେବା ପରେ ହନୁମାନ ଶନିଦେବଙ୍କୁ ଏହିଠାରେ ଛାଡ଼ିଥିଲେ। ମାନ୍ୟତା ରହିଛି ଯେ ଏଠାରେ ଶନି ପର୍ବତର ପରିକ୍ରମା କରିବା ଦ୍ୱାରା ଶିନଙ୍କ ଅଭିଶାପରୁ ଛୁଟକାରା ମିଳିଥାଏ।

ଥିରୁନଲ୍ଲର ମନ୍ଦିର:
ଏହି ମନ୍ଦିର ପୁଣ୍ଡୁଚେରୀର ଥିରୁନଲ୍ଲରରେ ରହିଛି। ଶନିଦେବଙ୍କୁ ସମର୍ପିତ ଏହି ମନ୍ଦିର ତାମିଲନାଡ଼ୁରେ ରହିଛି। ଏହି ମନ୍ଦିରକୁ ନବଗ୍ରହ ମନ୍ଦିର ରୂପେ ମନାଯାଏ। କାବେରୀ ନଦୀ କୂଳରେ ଅବସ୍ଥିତ ଶନି ମନ୍ଦିର ସବୁଠୁ ପବିତ୍ର ମନାଯାଏ। ମାନ୍ୟତା ରହିଛି ଯେ ଏହି ମନ୍ଦିରରେ ପୂଜା କରିବା ଦ୍ୱାରା ରାଜା ନଳଙ୍କୁ ଶନି ପ୍ରକୋପରୁ ମୁକ୍ତି ମିଳିଥିଲା। ତେଣୁ ଏଠାରେ ଆସି ଭଗବାନଙ୍କ ଦର୍ଶନ କଲେ ଆପଣ ମଧ୍ୟ ଶନିଙ୍କର ଖରାପ ପ୍ରକୋପରୁ ବର୍ତ୍ତିଯିବେ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.