ନବରାତ୍ରୀ ୨୦୨୧ : ଏଥର ନବରାତ୍ରୀ ପାଳନ ହେବ ୮ ଦିନ, ମା’ ଦୁର୍ଗା ଆସୁଛନ୍ତି ଦୋଳି ବାହନରେ, ଶୁଭ ହେବନି ଏତେ

ଚଳିତ ବର୍ଷ ଶାରଦୀୟ ନବରାତ୍ର ୭ ଅକ୍ଟୋବର ରୁ ଆରମ୍ଭ ହେବାକୁ ଯାଉଛି । ବର୍ଷକର ୪ ଟି ନବରାତ୍ରୀ ମଧ୍ୟରୁ ଚୈତ୍ର ଓ ଶାରଦୀୟ ନବରାତ୍ରର ମହତ୍ତ୍ୱ ରହିଛି । ଶାରଦୀୟ ନବରାତ୍ରରେ ଶ୍ରଦ୍ଧାଳୁ ପେଣ୍ଡାଲ ରେ ମା’ ଦୁର୍ଗାଙ୍କ ମୂର୍ତ୍ତି ସ୍ଥାପିତ କରିଥାନ୍ତି । ସେଠାରେ ୯ ଦିନ ଧରି ପୂଜା ଉପାସନା କରାଯାଏ । ନବରାତ୍ରୀରେ ମା’ ଦୁର୍ଗାଙ୍କୁ ୯ ରୂପରେ ପୂଜା କରାଯାଏ ।

ପଞ୍ଚାଙ୍ଗ ଅନୁସାରେ ଶାରଦୀୟ ନବରାତ୍ର ପ୍ରତି ବର୍ଷ ଆଶ୍ୱିନ ମାସ ଶୁକ୍ଳ ପକ୍ଷ ପ୍ରତିପଦା ଠାରୁ ଆରମ୍ଭ ହୋଇଥାଏ । ଏହି ଦିନ ମା’ଙ୍କ ଘଟ ସ୍ଥାପନ ହୋଇଥାଏ । ନବରାତ୍ରରେ ପ୍ରତିପଦା ତିଥି, ଅଷ୍ଟମୀ ଓ ନବମୀ ତିଥି ବିଶେଷ ମହତ୍ତ୍ୱ ରଖିଥାଏ । ଏହି ଦିନ ପ୍ରତି ଘରକୁ ମା’ଙ୍କ ଆଗମନ ହୋଇଥାଏ । ଅଷ୍ଟମୀ ଓ ନବମୀ ତିଥିରେ କନ୍ୟାମାନଙ୍କୁ ପୂଜା କରିବା ପରେ ମା’ଙ୍କୁ ବିଦାୟୀ ଦିଆଯାଇଥାଏ ।

ନବରାତ୍ର ୯ ଦିନ ବଦଳରେ ୮ ଦିନ ହେବା ଶୁଭ ନୁହେଁ

ପ୍ରତି ଥର ମା’ଙ୍କ ଶାରଦୀୟ ପୂଜା ୯ ଦିନ ଧରି ପାଳନ କରାଯାଇଥାଏ । ହେଲେ ଚଳିତବର୍ଷ ମା’ଙ୍କ ନବ ଦିନାତ୍ମକ ପୂଜା ୮ ଦିନ ଚାଲିବ । କାରଣ ଏଥର ତିଥି କ୍ଷୟ ଯୋଗୁଁ ଏପରି ହୋଇଥିବା ଜଣାଯାଇଛି । ଧାର୍ମିକ ମାନ୍ୟତା ଅନସାରେ ଯେବେ ୯ ରାତ୍ର ୮ ଦିନ ପଡ଼ିଥାଏ ସେଥର କିଛି ଶୁଭ ହୋଇନଥାଏ । ଯଦି ନବ ରାତ୍ର ୯ ଦିନ ସ୍ଥାନରେ ୧୦ ଦିନ ହୋଇଥାଏ ତାହେଲେ ଏହା ଶୁଭ ହୋଇଥାଏ ।

ଚଳିତ ଶାରଦୀୟ ପୂଜାରେ ମା’ଙ୍କ ଦୋଳି ବାହାନରେ ଆସିବା କଲ୍ୟାରକାରୀ ହେବ ନାହିଁ

ମା’ ପ୍ରତି ବର୍ଷ ଶାରଦୀୟ ପୂଜାରେ ବିଭିନ୍ନ ବାହାନରେ ପୃଥିବୀ ପୃଷ୍ଟକୁ ଆସିଥାନ୍ତି । ଯାହର ପ୍ରଭାବ ମଧ୍ୟ ନବରାତ୍ର ଉପରେ ପଡ଼ିଥାଏ । ଏଥର ମା’ ଦୁର୍ଗା ଦୋଳି ବାହାନରେ ଧରାପୃଷ୍ଟକୁ ଆସୁଛନ୍ତି । ଜ୍ୟୋତିଷ ଶାସ୍ତ୍ର ମତରେ ମା’ଙ୍କ ଆଗମନ ଦୋଳି ବାହାନରେ ହେଲେ ଏହା ଅଶୁଭ ହୋଇଥାଏ । ଜ୍ୟୋତିଷ ବିଶାରଦଙ୍କ ମତରେ ମା’ଙ୍କ ଦୋଳି ବାହନରେ ଆସିବା ଓ ନବରାତ୍ର ୮ ଦିନ ହେବା ପୃଥିବୀ ଉପରେ ବିଭିନ୍ନ ପ୍ରକାର ପ୍ରାକୃତିକ ବିପର୍ଯ୍ୟୟର ସଂକେତ ଦେଇଥାଏ ।

You might also like