ଅକ୍ଟୋବର ୭ରୁ ଆରମ୍ଭ ନବରାତ୍ରି, ଜାଣନ୍ତୁ ଘଟସ୍ଥାପନାର ଶୁଭ ମୁହୂର୍ତ୍ତ

ହିନ୍ଦୁ ଧର୍ମରେ ନବରାତ୍ରୀ ପୂଜାର ବିଶେଷ ମହତ୍ୱ ରହିଛି। ନବରାତ୍ରୀ ପର୍ବ ମା’ ଦୁର୍ଗାଙ୍କୁ ସମର୍ପିତ କରାଯାଏ । ଚଳିତ ବର୍ଷ ଅକ୍ଟୋବର ୭ରୁ ନବରାତ୍ରି ଆରମ୍ଭ ହୋଇଯିବ। ଅକ୍ଟୋବର ୧୪ ତାରିଖରେ ମହାନବମୀ ପାଳନ କରାଯିବ। ସେହିପରି ଅକ୍ଟୋବର ୧୫ରେ ଦଶହରା ପାଳନ କରାଯିବ । ଅକ୍ଟୋବର ୧୪ ତାରିଖ ପର୍ଯ୍ୟନ୍ତ ଚାଲିଥିବା ଏହି ଦିନଗୁଡିକରେ, ମା ଦୁର୍ଗାଙ୍କର ବିଭିନ୍ନ ରୂପ ପୂଜା କରାଯାଏ । ଶାସ୍ତ୍ରରେ ମା ଦୁର୍ଗାଙ୍କର ନଅ ପ୍ରକାର ରୂପକୁ ବର୍ଣ୍ଣନା କରାଯାଇଛି । ନବରାତ୍ରୀ ସମୟରେ ମା ଦୁର୍ଗାଙ୍କର ବିଭିନ୍ନ ପ୍ରକାରର ସ୍ବରୂପକୁ ପୂଜା କରିବା ଦ୍ବାରା ବିଶେଷ ପୂର୍ଣ୍ଣ୍ୟ ମିଳିଥାଏ । ବିଶ୍ୱାସ କରାଯାଏ ଯେ ମା ଦୁର୍ଗା ତାଙ୍କ ଭକ୍ତଙ୍କ ସମସ୍ତ ଅସୁବିଧା ଦୂର କରନ୍ତି।

ନବରାତ୍ରି ପ୍ରଥମଦିନ ଘଟସ୍ଥାପନା ସହିତ ନଅ ଦିନ ପାଇଁ ଦେବୀ ମାଆଙ୍କ ପୂଜା ଆରମ୍ଭ କରାଯାଏ। ଘଟସ୍ଥାପନା ପାଇଁ ଶୁଭ ମୁହୂର୍ତ୍ତର ବିଶେଷ ରୂପରେ ଧ୍ୟାନ ରଖନ୍ତୁ। ଅକ୍ଟୋବର ୭ରେ ଘଟସ୍ଥାପନାର ଶୁଭ ମୁହୂର୍ତ୍ତ ସକାଳ ୬ ଟା ୧୭ ମିନିଟରୁ ସକାଳ ୭ଟା ୭ମିନିଟ ପର୍ଯ୍ୟନ୍ତ ରହିଛି। ଏହି ସମୟରେ ଘଟସ୍ଥାପନା କରିବା ଦ୍ବାରା ନବରାତ୍ରି ଫଳପ୍ରଦ ହୋଇଥାଏ।

durga-pujan

କଳସ ସ୍ଥାପନ ବେଳେ କଣ କରିବେ :

ଘଟସ୍ଥାପନା କରିବା ପୂର୍ବରୁ ସେହି ସ୍ଥାନକୁ ଗଙ୍ଗା ପାଣିରେ ଭଲ ଭାବରେ ଧୋଇଦେବା । ଏହାପରେ କଳସକୁ ପାଞ୍ଚ ପ୍ରକାରର ପତ୍ରରେ ସଜାଇବା । କଳସ ପ୍ରତିଷ୍ଠା ପାଇଁ ଏହା ତଳେ ବାଲିର ଏକ ବେଦୀ ତିଆରି କରିବା । ଏହା ପରେ ପୂଜା ସ୍ଥାନରେ ମା’ ଦୁର୍ଗାଙ୍କ ଫଟୋ କିମ୍ବା ପ୍ରତିମାକୁ ସ୍ଥାପନ କରିବା । ଦେବୀ ଦୁର୍ଗାଙ୍କୁ ଚାଉଳ, ସିନ୍ଦୁର, ଫୁଲମାଳ, ଫୁଲ, ଓଢଣୀ, ଅଳଙ୍କାର , ବିଭିନ୍ନ ପ୍ରକାର ଭୋଗ ,ଧୂପ ,ଦୀପ ଆଦି ଦେଇ ପୂଜା କରିବା । ଏବଂ କଳସ ନିକଟରେ ଏକ ଅଖଣ୍ଡ ଦୀପ ପ୍ରଜ୍ୱଳନ କରିବା । ଯାହା ଉପବାସର ଶେଷ ଦିନ ପର୍ଯ୍ୟନ୍ତ ପ୍ରଜ୍ୱଳିତ ହେଇ ରହିଥିବା ଦରକାର ।

କେଉଁ ଦିନ କେଉଁ ଦେବୀଙ୍କ ପୂଜା :

ଅକ୍ଟୋବର ୭ – ମା ଶୈଳପୁତ୍ରିଙ୍କ ଉପାସନା

ଅକ୍ଟୋବର ୮ – ମାତା ବ୍ରହ୍ମଚାରିଣୀଙ୍କ ଉପାସନା

ଅକ୍ଟୋବର ୯ – ମାତା ଚନ୍ଦ୍ରଘଣ୍ଟା ଏବଂ ମାତା କୁଶମଣ୍ଡାର ଉପାସନା

ଅକ୍ଟୋବର ୧୦ – ମାତା ସ୍କନ୍ଦମାତାଙ୍କର ଉପାସନା

ଅକ୍ଟୋବର ୧୧ – ମାତା କାତ୍ୟାୟନୀଙ୍କ ଉପାସନା

ଅକ୍ଟୋବର ୧୨ – ମା କାଳରାତ୍ରିଙ୍କ ଉପାସନା

ଅକ୍ଟୋବର ୧୩ – ମା ମହାଗୌରୀଙ୍କ ପୂଜା

ଅକ୍ଟୋବର ୧୪ – ମାତା ସିଦ୍ଧିଦାତ୍ରୀଙ୍କ ପୂଜା

ଅକ୍ଟୋବର ୧୫ – ଦଶମୀ ତିଥି, ବିଜୟଦାସମୀ ବା ଦଶହରା

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.