ଶାରଦୀୟ ନବରାତ୍ରି ସପ୍ତମ ଦିନ : ମା’ କାଳରାତ୍ରିଙ୍କୁ ଆରାଧନା କରିବାର ଶୁଭ ମୁହୂର୍ତ୍ତ

ଶାରଦୀୟ ନବରାତ୍ରି ବ୍ରତ ପ୍ରତିବର୍ଷ ଆଶ୍ବିନ ମାସ କୃଷ୍ଣପକ୍ଷ ପ୍ରତିପଦା ତିଥିରେ ଆରମ୍ଭ ହୋଇଥାଏ । ନବରାତ୍ରିର ୯ଦିନରେ ମାଙ୍କ ୯ଟି ସ୍ବରୂପକୁ ପୂଜା କରାଯାଏ । ଏହି କ୍ରମରେ ମା’ କାଳରାତ୍ରି ନବଦୁର୍ଗାଙ୍କ ସପ୍ତମ ସ୍ବରୂପ । ମା’ ଏହି ବେଶରେ ତିନିଟି ନେତ୍ର ଧାରଣ କରନ୍ତି । ମା’ କାଳରାତ୍ରିଙ୍କ ଗଳାରେ ବିଦ୍ଯୁତର ଅଦ୍ଭୁତ ମାଳା ସହିତ ହାତରେ ଖଡ୍ଗ ଏବଂ କଣ୍ଟା ରହିଥାଏ । ଆଉ ମା’ଙ୍କ ବାହାନ ରହିଥାଏ ଗଧ । କିନ୍ତୁ ମା’ ସବୁବେଳେ ଭକ୍ତଙ୍କ କଲ୍ଯାଣ କରନ୍ତି । ତେଣୁ ମା’ଙ୍କୁ ଶୁଭଙ୍କାରୀ ବୋଲି କହନ୍ତି ।

ଶୁଭ ମୁହୂର୍ତ୍ତ :

ଶୁଭ ଉତ୍ତମ ମୁହୂର୍ତ୍ତ : ୧୦.୪୧ରୁ ୧୨.୦୮ ପର୍ଯ୍ୟନ୍ତ
ସାମାନ୍ୟ ମୁହୂର୍ତ୍ତ : ୩.୦୩ ରୁ ୪.୩୦ ଟା ପର୍ଯ୍ୟନ୍ତ
ଲାଭ ଉନ୍ନତ ମୁହୂର୍ତ୍ତ : ୪.୩୦ରୁ ୫.୫୮ଟା ପର୍ଯ୍ୟନ୍ତ

ଜ୍ଯୋତିଷ ଶାସ୍ତ୍ର ଅନୁସାରେ, ଦେବୀ କାଳରାତ୍ରି ଶନିଦେବଙ୍କୁ ନିୟନ୍ତ୍ରିତ କରନ୍ତି । ନବରାତ୍ରିରେ ମା’ଙ୍କ ବିଧିବିଧାନରେ ପୂଜା କରିବା ଦ୍ବାରା ଶନିଙ୍କ ସାଢେସାତୀ ପ୍ରଭାବରୁ ମୁକ୍ତି ମିଳିଥାଏ । କାଳରାତ୍ରିରେ କାଳର ନାଶ ହୋଇଥାଏ ବୋଲି କୁହାଯାଏ । ଏଥିପାଇଁ ମା’ ଦୁର୍ଗାଙ୍କ ଏହି ସ୍ବରୂପକୁ କାଳରାତ୍ରି କୁହାଯାଏ । ମା’ ଭକ୍ତର ସମସ୍ତ ଦୁଃଖ ଏବଂ କଷ୍ଟ ଦୂର କରିଥାନ୍ତି । ପ୍ରାଣୀର ଅକାଳ ମୃତ୍ଯୁ ଭୟରୁ ମୁକ୍ତି ମିଳିଥାଏ ।

ମା’ଙ୍କ ପୂଜା ବିଧି :

ମା’ଙ୍କୁ ପୂଜା କରିବା ସମୟରେ ଘିଅ ଦୀପ ଜଳାନ୍ତୁ । ମାଙ୍କୁ ଲାଲ ଫୁଲ ଅର୍ପଣ କରନ୍ତୁ । ଏହାସହିତ ଗୁଡ ଭୋଗ ମଧ୍ୟ ଲଗାନ୍ତୁ । ମା’ଙ୍କୁ ମନ୍ତ୍ର ଜପ କରନ୍ତୁ କିମ୍ବା ସପ୍ତସତୀ ପାଠ କରନ୍ତୁ। ମା’ଙ୍କୁ ଦିଆଯାଇଥିବା ଭୋଗ ଲାଗିଥିବା ଗୁଡକୁ ପରିବାର ମଧ୍ୟରେ ବାଣ୍ଟନ୍ତୁ । ବାକି ଅଧା ଗୁଡକୁ କୌଣସି ବ୍ରାହ୍ମଣକୁ ଦାନ କରିଦିଅନ୍ତୁ । କଳା ରଙ୍ଗର ବସ୍ତ୍ର ଧାରଣ କରି କାହାର କ୍ଷତି କରିବା ଉଦ୍ଦେଶ୍ଯରେ କେବେ ବି ପୂଜା କରନ୍ତୁ ନାହିଁ ।

ଶତ୍ରୁ ଓ ବିରୋଧିଙ୍କୁ କିପରି ଶାନ୍ତ କରିବେ ?

ଧଳା କିମ୍ବା ଲାଲ ବସ୍ତ୍ର ଧାରଣ କରି ରାତିରେ ମା’ କାଳରାତ୍ରିଙ୍କ ପୂଜା କରିବା ଉଚିତ । ମା’ଙ୍କ ସମକ୍ଷରେ ଦୀପ ଜଳାନ୍ତୁ ଏବଂ ଗୁଡ ଭୋଗ ଲଗାନ୍ତୁ । ଏହା ପରେ ୧୦୮ ଥର ନର୍ବାଣ ମନ୍ତ୍ର ପଢନ୍ତୁ ଏବଂ ଲବଙ୍ଗ ଭୋଗ ଲଗାନ୍ତୁ। ମା’ଙ୍କ ମନ୍ତ୍ର ‘ ଓଁ ଏଁ ହ୍ରି କ୍ଲିଂ ଚାମୁଣ୍ଡାୟେ ବିଚୈ’ କହି ୧୦୮ ଲବଙ୍ଗକୁ ଅଗ୍ନିରେ ଅର୍ପଣ କରନ୍ତୁ । ଆପଣଙ୍କୁ ଶତ୍ରୁ ଓ ବିରୋଧୀ ଶାନ୍ତ ହୋଇଯିବେ । ମା’ଙ୍କ ଉପାସନା କଲେ ଭୟ, ଦୁର୍ଘଟଣା, ରୋଗ ନାଶ ହୁଏ ।

You might also like