ଆଶ୍ୱିନ ଶୁକ୍ଳ ପକ୍ଷରେ ଶାରଦୀୟ ନବରାତ୍ରି ଆଜିଠାରୁ ଆରମ୍ଭ ହେଉଛି । ନବରାତ୍ରି ଆଜିଠାରୁ ଅର୍ଥାତ୍ ୩ ଅକ୍ଟୋବରରୁ ଆରମ୍ଭ ହୋଇ ୧୧ ଅକ୍ଟୋବର ପର୍ଯ୍ୟନ୍ତ ଚାଲିବ। ନବରାତ୍ରି ଆରମ୍ଭ ହସ୍ତ ନକ୍ଷତ୍ରରୁ ଆରମ୍ଭ ହୋଇଛି । ଏହି ନକ୍ଷତ୍ର ବହୁତ ଶୁଭ । ଶାରଦୀୟ ନବରାତ୍ରିରେ ବୃହସ୍ପତି ସୂର୍ଯ୍ୟ ଏବଂ ଶନିଙ୍କ ଖାସ ସଂଯୋଗ ରହିଛି । ବୃହସ୍ପତି ସ୍ଥିତିରେ ଦେବୀ ମାଙ୍କ ଆରାଧନା କରିବା ଭକ୍ତଙ୍କ ଉପରେ କୃପା ବର୍ଷା ହୁଏ ।
କଳସ ସ୍ଥାପନା କରିବାର ମୁହୂର୍ତ୍ତ:
କଳସ ସ୍ଥାପନା ଆଶ୍ୱିନ ଶୁକ୍ଳ ପ୍ରତିପଦା ତିଥିରେ କରାଯାଏ । ଆଜି ସକାଳ ୧୧ ଟାର ୫୨ ମିନିଟରୁ ଆରମ୍ଭ ହୋଇ ୧୨.୩୯ ପର୍ଯ୍ୟନ୍ତ ରହିଛି ।
ନବରାତ୍ରିର ପ୍ରଥମ ଦିନରେ ମା’ ଶୈଳପୁତ୍ରୀଙ୍କୁ ପୂଜା କରାଯାଏ । ହିମାଳୟଙ୍କର ଝିଅ ହୋଇଥିବାରୁ ତାଙ୍କ ନାମ ଶୈଳପୁତ୍ରୀ । ପୂର୍ବ ଜନ୍ମରେ ତାଙ୍କ ନାମ ସତୀ ଥିଲା ଯିଏକି ଭଗବାନ ଶିବଙ୍କ ପତ୍ନୀ ରହିଥିଲେ । ସତୀଙ୍କ ପିତା ଦକ୍ଷ ପ୍ରଜାପତି ଯେତେବେଳେ ଭଗବାନ ଶିବକୁ ଅପମାନ କରିଥିଲେ, ଏହି କାରଣ ଯୋଗୁଁ ଯଜ୍ଞ ଅଗ୍ନିରେ ନିଜକୁ ଭସ୍ମ କରିଦେଇଥିଲେ ସତୀ । ପରବର୍ତ୍ତୀ ଜୀବନରେ, ଏହି ସତୀ ଶୈଳପୁତ୍ରୀ ହୋଇ କେବଳ ଭଗବାନ ଶିବଙ୍କୁ ବିବାହ କରିଥିଲେ ।
କେମିତି କରିବେ ମା’ଙ୍କ ପୂଜା ?
ନବରାତ୍ରିର ପ୍ରଥମ ଦିନରେ ପୂଜାରେ ଅନେକ ବିଶେଷ ଜିନିଷର ଯତ୍ନ ନେବାକୁ ପଡିଥାଏ । ତେବେ ମା’ଙ୍କୁ ପୂଜା କରିବାର ବିଧି ଓ ବିଧାନ ଅଲଗା ହୋଇଥାଏ । ଦେବୀ ଶୈଳପୁତ୍ରୀ ଜ୍ଞାନ ଏବଂ ସ୍ଥିରତାର ପ୍ରତୀକ । ନବରାତ୍ରିର ପ୍ରଥମ ଦିନରେ କାଠ ଥାଳିରେ ନାଲି କିମ୍ବା ଧଳା କପଡା ରଖି ମାତା ଶୈଳପୁତ୍ରୀଙ୍କ ଦେବତା କିମ୍ବା ଚିତ୍ର ସ୍ଥାପନ କରନ୍ତୁ । ଧଳା ବସ୍ତୁ ମାତାଙ୍କର ଅତ୍ୟନ୍ତ ପ୍ରିୟ, ତେଣୁ ମାତାଙ୍କୁ ଧଳା ପୋଷାକ କିମ୍ବା ଧଳା ଫୁଲ ପ୍ରଦାନ କରନ୍ତୁ ଏବଂ ଧଳା ବର୍ଫି ପ୍ରଦାନ କରନ୍ତୁ । ମା’ ଶୈଳପୁତ୍ରୀଙ୍କୁ ପୂଜା ଏବଂ ଆରାଧନା କରିବା ଯୋଗୁଁ ସମସ୍ତ ମନୋବାଞ୍ଝା ପୂର୍ଣ୍ଣ ହେବା ସହିତ ଝିଅମାନଙ୍କୁ ମନ ମୁତାବକ ବର ମିଳିଥାଏ । ନବରାତ୍ରିରେ ମା’ ଶୈଳପୁତ୍ରୀଙ୍କୁ ପୂଜା କରିବା ଦ୍ୱାରା ଜୀବନରୁ ସମସ୍ତ ସଙ୍କଟ, ଦୁଃଖ ଏବଂ ନକରାତ୍ମକ ଶକ୍ତି ଦୂର ହୁଏ । ତେଣୁ ଏକ ପାନ ପତ୍ରରେ ଲବଙ୍ଗ ଏବଂ ମିଶିରି ରଖି ମା’ ଶୈଳପୁତ୍ରୀଙ୍କୁ ଅର୍ପଣ କରନ୍ତୁ । ସମସ୍ତ ମନସ୍କାମନା ପୂର୍ଣ୍ଣ ହେବ ।
ମା’ଙ୍କୁ ପୂଜା କରିବାର ଉପାୟ :
ପ୍ରଥମ ଦିନରେ ମା’ଙ୍କୁ ପୂଜା କରିବା ସମୟରେ ଲାଲ ବସ୍ତ୍ର ଧାରଣ କରନ୍ତୁ। ତା’ ପରେ ଦେବୀ ମା’ଙ୍କୁ ନାଲି ଫୁଲ, ନାଲି ଫଳ ଅର୍ପଣ କରନ୍ତୁ। ଆପଣ ତମ୍ବା କଏନ ମଧ୍ୟ ଅର୍ପଣ କରିପାରିବେ । ଏହା ପରେ ଓଁ ଦୁର୍ଗାୟ ନମଃ କିମ୍ବା ଓଁ ଶୈଳପୁତ୍ରୟେ ନମଃ ମନ୍ତ୍ର ଜପ କରନ୍ତୁ। ମା’ଙ୍କ ପାଖରେ ଓଁ ଶୈଳପୁତ୍ରୟେ ନମଃ ମନ୍ତ୍ର ୧୦୮ ଥର ଜପ କରନ୍ତୁ ।
ତା’ ପରେ ସୂର୍ଯ୍ୟ ମନ୍ତ୍ର ଅତିକମରେ ୩ ମାଳା ଜପ କରିବା ପରେ ତମ୍ବାର ଜିନିଷକୁ ଧାରଣ କରନ୍ତୁ ।
ମା ଶୈଳପୁତ୍ରୀଙ୍କୁ ପୂଜା କରିବା ଦ୍ୱାରା ସୂର୍ଯ୍ୟ ସମ୍ବନ୍ଧୀୟ ସମସ୍ୟା ଦୂର ହୋଇଥାଏ । ମା’ଙ୍କ ପାଖରେ ଶୁଦ୍ଧ ଘିଅରେ ଭୋଗ ଲଗାଇବା ଉଚିତ ।