ସ୍ପେଶାଲ

ଏମିତି ରଙ୍ଗ ଯାହା ଜୀବନକୁ କରିଦେଲା ରଙ୍ଗହୀନ

ଜୀବନର ସାତରଙ୍ଗ । ଅନେକଙ୍କୁ ଏ ରଙ୍ଗ ଦେଖିବାକୁ ବି ସୌଭାଗ୍ୟ ମିଳେନି । ହେଲେ ଜାଣନ୍ତି ଜଣେ ଲକ୍ଷ ଲକ୍ଷ ରଙ୍ଗକୁ ଦେଖିବାର କ୍ଷମତା ରଖିପାରେ । ହେଲେ ଏହା କିପରି ସମ୍ଭବ । ଏହା କେତେଦୂର ଭଲ ଅବା ଖରାପ । ଏହା ପଛରେ କଣ ରହିଛି ରହସ୍ୟ । କାରଣ ଏମିତି କଥା ଏବେ ସାମନାକୁ ଆସିଛି ଯାହା ଶୁଣିଲେ ଆପଣ ବି ଜାଣିବାକୁ ଚାହିଁବେ ଯେ ସେ ଆଖିରେ କଣ ବିଶେଷ ରହିଛି ଯାହା ଆପଣଙ୍କ ଆଖିରେ ନାହିଁ ।

ଅଷ୍ଟ୍ରେଲିଆରେ ରହୁଥିବା କନକେଟା ଆଣ୍ଟିକୋଙ୍କର ବିଶେଷ ଆଖିକୁ ନେଇ ଚର୍ଚ୍ଚା । ତାଙ୍କ ଆଖି ୧୦୦ମିଲିୟନ ରଙ୍ଗକୁ ଚିହ୍ନିପାରେ । ତାଙ୍କର କହିବା କଥା କି ପିଲାଦିନରୁ ସେ ଏହାର ପ୍ରଭାବ ଦେଖିବା ଆରମ୍ଭ କରିଥିଲେ । ସେ ଏହା ମଧ୍ୟ କହନ୍ତି କି ସବୁକିଛିରେ ସେ ଅନେକ ରଙ୍ଗ ଦେଖିପାରନ୍ତି ଯାହାକୁ ତାଙ୍କ ପେଣ୍ଟିଂରେ ପ୍ରୟୋଗ ବି କରିଛନ୍ତି । କିନ୍ତୁ ଏହା ଜଣାନଥିଲା ଯେ ତାଙ୍କ ଆଖି ଏତେ ସ୍ୱତନ୍ତ୍ର କେମିତି । ଏକ ଅନୁସନ୍ଧାନ ପରେ ଏହି ସୂଚନା ମିଳିଲା ଯେ ଦୁନିଆରେ ଏଭଳି ଆଖିଥିବା ଲୋକେ ୧ପ୍ରତିଶତ ଅଛନ୍ତି ।

ଏକ ରିପୋର୍ଟ ଅନୁଯାୟୀ କନସେଟ୍ଟାଙ୍କ ଆଖିତ ଟେଟ୍ରାକ୍ରୋମାଟ ଅଟେ । ସହଜ ଅର୍ଥରେ କହିବାକୁ ଗଲେ ସାଧାରଣ ଲୋକଙ୍କ ଆଖିରେ ତିନୋଟି କୋଣ କିନ୍ତୁ ତାଙ୍କ ଆଖିରେ ୪ଟି ରହିଛି । ଏକ କୋଣରେ ୧ଲକ୍ଷରୁ ଅଧିକ ରଙ୍ଗ ଚିହ୍ନିବା କ୍ଷମତା ଥାଏ । ଏପଟେ ବୈଜ୍ଞାନିକଙ୍କର କହିବା କଥା କି ୪କୋଣୀୟ ଟେଟ୍ରାକ୍ରୋମାଟ ଆଖିରେ ୧୦୦ନିୟୁତ ରଙ୍ଗ ଚିହ୍ନିବା ପାଇଁ ଶକ୍ତି ସମ୍ଭବ । ଏହି ବିଶଷେ ଗୁଣ ଯୋଗୁଁ ପ୍ରତ୍ୟେକ ଜିନିଷର ମୂଳରଙ୍ଗ ଦେଖିପାରନ୍ତି ସେ । ଯେତେବେଳେ ସାଧାରଣ ଲୋକ ଏତେ ରଙ୍ଗ ଦେଖନ୍ତି ନାହିଁ ସେ କିନ୍ତୁ ଅତି ସହଜରେ ଦେଖିପାରନ୍ତି । ତାଙ୍କର କହିବା କଥା ଅଧ୍ୟୟନ ସମାପ୍ତ କରିବା ପରେ ସେ ଆମେରୀକାର ସୈନ ଡିଏଗୋକୁ ଆସିଥିଲେ । ୨୦୧୨ ପରେ ଜଣେ ସ୍ନାୟୁବିଜ୍ଞାନ ଡାକ୍ତର ଏହା ଉପରେ ଅଧ୍ୟୟନ କରି ଜାଣିବାକୁ ପାଇଲେ ଯେ ଏପରି ଆଖି ଥିବା ମହିଳାଙ୍କ ଶିଶୁଠାରେ ଅନ୍ଧ ହେବାର ଆଶଙ୍କା ରହିଛି ।

ଅନୁସନ୍ଧାନ ଫାଳାଫଳ ପ୍ରକାଶ ପାଇବା ପୂର୍ବରୁ ଆଣ୍ଟିକୋଙ୍କ ଝିଅ ଠାରେ କଲର ବ୍ଲାଇଣ୍ଡ ଜଣାପଡିଥିଲା । ଆଣ୍ଟିକୋ ବର୍ତ୍ତମାନ ଏପରି ସମସ୍ୟା ଥିବା ଲୋକଙ୍କୁ ସାହାଯ୍ୟ କରୁଛନ୍ତି । ତାଙ୍କର ବିଶ୍ୱାସ ଯେ ଯଦି ରୋଗୀଠାରେ ରଙ୍ଗ ଦୃଷ୍ଟିହୀନତା ଚିହ୍ନଟ ହୁଏ ତେବେ ଏହାକୁ କିଛି ପରିମାଣରେ ନିୟନ୍ତ୍ରଣ କରାଯାଇପାରନ୍ତା । କାଲିଫର୍ନିଆ ୟୁନିଭରସିଟିର କିମ୍ବର୍ଲି ଜେମସନ କହନ୍ତି ୧୫ପ୍ରତିଶତ ମହିଳାଙ୍କର ଏପରି ଜିନ ରହିଛି ଯାହା ଏପରି ଆଖି ପାଇଁ ଦାୟୀ ଅଟେ । ଏପ୍ରକାରର ଆଖିର ମାମଲା କେବଳ ମହିଳାଙ୍କ ଠାରେ ହିଁ ଦେଖାଯାଏ । କାରଣ ସେହି ଜିନ କ୍ରୋମୋଜୋମକୁ ପ୍ରଭାବିତ କରିଥାଏ । ଜିନର ପରିବର୍ତ୍ତନ ହେତୁ ଚତୁର୍ଥ କୋଣ ସୃଷ୍ଚି ହୁଏ ଏବଂ ଏହା କେବଳ ୧ପ୍ରତିଶତ ଲୋକଙ୍କ ମଧ୍ୟରେ ଘଟିଥାଏ ।

KNews Bureau

Recent Posts

ଓଡ଼ିଶା ଆସି ପୁରୀ ରଥଯାତ୍ରା ଦେଖିବେ ରାଷ୍ଟ୍ରପତି

ପୁରୀ: ରଥଯାତ୍ରା ଦେଖିବେ ରାଷ୍ଟ୍ରପତି । ୭ ଓ ୮ ତାରିଖ ଦୁଇ ଦିନ ପୁରୀରେ ରହି ଶ୍ରୀଜିଉଙ୍କୁ ଦର୍ଶନ…

28 mins ago

ରେଲୱେରେ ଗ୍ରୁପ ଡିରେ ୧,୦୩,୭୬୯ ପଦବୀ ଖାଲି, ଜାଣନ୍ତୁ କେମିତି କରିବେ ଆବେଦନ

ଭାରତୀୟ ରେଲୱେରେ ଚାକିରି ଖୋଜୁଥିଲେ ଆପଣଙ୍କ ପାଇଁ ଖୁସି ଖବର । ଆରଆରବି ଗ୍ରୁପ ଡି ପାଇଁ ୧,୦୩,୭୬୯ ପଦବୀ…

47 mins ago

ଦିଲ୍ଲୀ ସିଏମ୍‌ ଅରବିନ୍ଦ କେଜ୍ରିଓ୍ଵାଲଙ୍କ ସ୍ୱାସ୍ଥ୍ୟାବସ୍ଥା ବିଗିଡ଼ିଲା, କମିଲା ସୁଗାର ସ୍ତର

ବିଗିଡ଼ିଲା ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିଓ୍ଵାଲଙ୍କ ସ୍ୱାସ୍ଥ୍ୟାବସ୍ଥା । କୋର୍ଟ ରୁମ୍‌ରେ ତାଙ୍କ ସୁଗାର ସ୍ତର କମିଯାଇଥିବା ସୂଚନା ମିଳିଛି…

55 mins ago

ସୁରକ୍ଷାରେ ତ୍ରୁଟି ! ବ୍ରିଟେନ୍‌ ପ୍ରଧାନମନ୍ତ୍ରୀ ରିଷି ସୁନକଙ୍କ ଘରେ ବେଆଇନ ଭାବେ ପଶିଲେ ୪ ଯୁବକ, ଗିରଫ କଲା ପୋଲିସ

ବ୍ରିଟିଶ ପ୍ରଧାନମନ୍ତ୍ରୀ ରିଷି ସୁନକଙ୍କ ଉତ୍ତର ଇଂଲଣ୍ଡସ୍ଥିତ ଘରେ ୪ ଜଣ ଯୁବକ ବେଆଇନ ଭାବେ ପ୍ରବେଶ କରିଛନ୍ତି ।…

1 hour ago

ରତ୍ନ ଭଣ୍ଡାର ତୁରନ୍ତ ମରାମତି ପାଇଁ ମୁଖ୍ୟମନ୍ତ୍ରୀଙ୍କୁ ଚିଠି ଲେଖିଲେ ବାଲୁକା ଶିଳ୍ପୀ ସୁଦର୍ଶନ ପଟ୍ଟନାୟକ

ପୁରୀ: ରତ୍ନ ଭଣ୍ଡାର ତୁରନ୍ତ ମରାମତି ପାଇଁ ମୁଖ୍ୟମନ୍ତ୍ରୀଙ୍କୁ ଚିଠି । ଚିଠି ଲେଖି ଅନୁରୋଧ କଲେ ବାଲୁକା ଶିଳ୍ପୀ…

2 hours ago

ଅତିଶୀଙ୍କୁ ଦେଖିବା ପାଇଁ ହସ୍ପିଟାଲରେ ପହଞ୍ଚିଲେ ଅଖିଳେଶ ଯାଦବ, ପଚାରି ବୁଝିଲେ ସ୍ୱାସ୍ଥ୍ୟାବସ୍ଥା

ଦିଲ୍ଲୀର ଜଳ ଓ ଶିକ୍ଷା ମନ୍ତ୍ରୀ ଅତିଶୀ ବର୍ତ୍ତମାନ ହସ୍ପିଟାଲରେ ଅଛନ୍ତି । ତାଙ୍କ ସ୍ୱାସ୍ଥ୍ୟାବସ୍ଥା ବିଷୟରେ ପଚାରି ବୁଝିବା…

2 hours ago