ଏହି ଚାଷ କରି ଅନ୍ୟ ଚାଷୀଙ୍କ ପାଇଁ ଶିବ ପ୍ରସାଦ ପାଲଟିଛନ୍ତି ଉଦାହରଣ

ସୋର: ଚାଷ କାମ ଯାହାର, କି ଆନନ୍ଦ ତାହାର। ସେହି ସିନା ଦୁନିଆକୁ ଯୋଗାଉଛି ଆହାର। କଠିନ ପରିଶ୍ରମ ଓ ମନର ଆତ୍ମବିଶ୍ୱାସ ଥିଲେ ଜଣେ ଶିର୍ଷ ସ୍ଥାନରେ ପହଁବ ନିହାତୀ। ଏମିତି ଜଣେ ବ୍ୟକ୍ତି ବିଶେଷଙ୍କ ବିଷୟରେ ଆଜି ଆମେ କଥା ହେବା । ପାଠପଢି ଚାକିରୀ କରିବା ସମସ୍ତଙ୍କ ମୂଳ ଲକ୍ଷ୍ୟ ହେବ ତାହା ନୁହେଁ ଚାଷ କରି ମଧ୍ୟ ଜଣେ ସଫଳ ଚାଷି ହେବା ସହିତ ଲକ୍ଷାଧିକ ଟଙ୍କା ରୋଜଗାର କରିବା ସହ ସ୍ୱାବଲମ୍ବି ହୋଇପାରିବ । ଯାହାର ଉଦାହରଣ ସାଜିଛନ୍ତି ଶିବ ପ୍ରସାଦ ବେହେରା ।

ବାଲେଶ୍ୱର ଜିଲ୍ଲା ବାହାନଗା ବ୍ଲକ କରଞ୍ଜାବିନ୍ଧା ଗ୍ରାମର ଶିବ ପ୍ରସାଦ ବେହେରା । ପାଣି ଫଳ ଚାଷକୁ ବେଉସା ଭାବେ ଆଦରି ନେଇଛନ୍ତି । ଆଉ ପାଣି ଫଳ ବିକି ଯାହା ରୋଜଗାର କରୁଛନ୍ତି, ସେଥିରେ ୧୦ ପ୍ରାଣୀ କୁଟୁମ୍ବଙ୍କ ମୁହଁରେ ଦାନା ଦେଇପାରୁଛନ୍ତି ସେ । ଥୁଆ ହୋଇଛି ଡାଲାରେ ଭର୍ତ୍ତି ଭର୍ତ୍ତି ପାଣି ଫଳ । ଯାହା ଦେଖିବାକୁ ଯେମିତି ସୁନ୍ଦର ଖାଇବାକୁ ବି ସେମିତି ସୁଆଦିଆ ।

ଏବେ ମୌସୁମୀର ଅନିଶ୍ଚିତତା ପାଇଁ ଧାନ ଚାଷରେରେ ସମସ୍ୟା ଦେଖିବାକୁ ମିଳୁଛି । ବନ୍ୟା, ବାତ୍ୟା ଓ ରୋଗପୋକ ପାଇଁ ଫସଲ ବିନାଶ ହେବା ସହ ବିଭିନ୍ନ କାରଣରୁ ଚାଷୀ ଘରେ ବସି ଦୁର୍ଦ୍ଦଶା ଭୋଗୁଥିବାବେଳେ ଶିବ ପ୍ରସାଦ ଅନ୍ୟମାନଙ୍କ ପାଇଁ ଉଦାହରଣ ପାଲଟିଛନ୍ତି । ଶିବ ପ୍ରସାଦ ପୂର୍ବରୁ ଧାନଚାଷ କରି ପରିବାର ଭରଣପୋଷଣ କରୁଥିଲେ। ପରେ ଲଙ୍କା ଚାଷ କରିଥିଲେ ମଧ୍ୟ ଲାଭ ମିଳିନଥିଲା ।

ଚଳିତ ବର୍ଷ ବିଳମ୍ବରେ ବର୍ଷା ହୋଇଥିଲେ ମଧ୍ୟ ସେ ଧାନ ଚାଷ କରିଛନ୍ତି । ଆଉ ନୂତନ କରି ୧୫ ଗୁଣ୍ଠ ଜମିରେ ପାଣି ଫଳ ଚାଷ ଆରମ୍ଭ କରିଛନ୍ତି । ଯାହା ସୂଚନା ମିଳିଛି ଗୋଟିଏ ଡେସିମଲ ଜମିରେ ପାଣିଫଳ ଚାରା ଲଗାଇବା ପାଇଁ ୧ ହଜାର ଟଙ୍କାରରୁ ଅଧିକ ଅର୍ଥ ବ୍ୟୟ ହେଉଛି । ଶିବ ପ୍ରସାଦଙ୍କ ସହ ତାଙ୍କ ସ୍ତ୍ରୀ ଦୁତିଦେଇ, ପୁଅ ମନ୍ମଥ, ବୋହୂ ମନ୍ଦାକିନ ଓ ସାନ ପୁଅ କମଳାକାନ୍ତ ୩ ମାସ ଆଗରୁ ପାଣିଫଳ ପୁହା ପୋତିଥିଲେ । ଏବେ ପ୍ରତି ୨ ଦିନରେ ୨୫ରୁ ୩୦ କିଗ୍ରା ପାଣିଫଳ ବାହାରୁଛି । ଏହାକୁ ବିକିଳେ ୧ ହଜାର ଟଙ୍କା ମିଳୁଥିବା ଶିବ ପ୍ରସାଦ କହିଛନ୍ତି ।

ସେ ସ୍ଥାନୀୟ ଅଞ୍ଚଳର ଆରୁହାବାଡ଼, ଅଭଣା, ବିଷ୍ଣୁପୁର, ଖରାସାହାପୁର ଖଞ୍ଜ ହାଟରେ ପାଣିଫଳ ବିକ୍ରି କରୁଥିବାବେଳେ ଅଧିକ ପାଣିଫଳ ବାହାରିଲେ ତାହାକୁ ବିକିବା ପାଇଁ କିନ୍ତୁ ବଜାରର ସୁବିଧା ନଥିବା କଥା କହିଛନ୍ତି ସେ । ଅନ୍ୟମାନେ ଏହି ପାଣି ଫଳ ଚାଷ କରି ଭଲ ରୋଜଗାର କରିପାରିବେ ବୋଲି କହିବା ସହ ସହ ଏହି ଚାଷ ପାଇଁ ସରକାରୀ ସହାୟତା ମିଳିବା ଆବଶ୍ୟକ ସେ ମତ ଦେଇଛନ୍ତି ।

 

You might also like