ଯଦି ସ୍ୱପ୍ନରେ ଶିବ ଲିଙ୍ଗ ଦେଖନ୍ତି ତେବେ ଭବିଷ୍ୟତରେ ଏହି ଘଟଣା ଘଟିବାକୁ ଯାଉଛି, ଜାଣନ୍ତୁ ଏହି ଜିନିଷର ଅର୍ଥ

ପ୍ରତ୍ୟକ ବ୍ୟକ୍ତି ଶୋଇବା ସମୟରେ କିଛିନା କିଛି ସ୍ୱପ୍ନ ଦେଖନ୍ତି | କିଛି ସ୍ୱପ୍ନ ଉଠିବା ପରେ ଭୁଲିଯାଇଥାନ୍ତି ଓ କିଛି ସ୍ୱପ୍ନ ମନେ ରହିଥାଏ | ଯେଉଁ ସ୍ୱପ୍ନ ମନେ ରହିଥାଏ ତାହା ଦିନସାରା ବ୍ୟକ୍ତିକୁ ଚିନ୍ତିତ ରଖିଥାଏ ଯେ ଏହା ଶୁଭ କି ଅଶୁଭ | ଆଜି ଆସନ୍ତୁ ଜାଣିବା ଏମିତି କିଛି ସ୍ୱପ୍ନ ବିଷୟରେ |

ସ୍ୱପ୍ନରେ ଶିବ ଲିଙ୍ଗ ଦେଖିବା :

ଏହି ସ୍ୱପ୍ନ ଶୁଭ ସଂକେତ ଦେଇଥାଏ | ସାମୁଦ୍ରିକ ଶାସ୍ତ୍ର ଅନୁଯାଇ ଯଦି କେହି ସ୍ୱପ୍ନରେ ଶିବ ଲିଙ୍ଗ ଦେଖନ୍ତି, ଏହାର ଅର୍ଥ ଭବିଷ୍ୟତରେ ଆପଣଙ୍କୁ ଶୁଭ ଫଳ ଲାଭ ହେବ | ବ୍ୟକ୍ତିର କିଛି ମନସ୍କାମନା ପୂର୍ଣ୍ଣ ହେବ |

ସ୍ୱପ୍ନରେ ମନ୍ଦିର ଦେଖିଲେ :

ସ୍ୱପ୍ନରେ ମନ୍ଦିର କିମ୍ବା କିଛି ବଡ ଅଟ୍ଟାଳିକା ଦେଖିଲେ ବା ସୁଯ୍ୟ ଉଦୟ ଦେଖିଲେ ଭବିଷ୍ୟତରେ ଶୁଭ ସଂକେତ ଦେଇଥାଏ | ଅର୍ଥ ଭବିଷ୍ୟତରେ ବ୍ୟକ୍ତିର କାର୍ଯ୍ୟ ସଫଳ ହେବ |

ଆକାଶରେ ଉଡ଼ୁଥିବାର ଦେଖିଲେ :

ସ୍ୱପ୍ନରେ ନିଜକୁ ନଦୀ ବା ପୋଖରୀରେ ପହଁରିବା କିମ୍ବା ଆକାଶରେ ଉଡ଼ୁଥିବାର ଦେଖିଲେ ଜାଣିବେ କିଛି କାମରେ ଖୁବ ଶୀଘ୍ର ସଫଳତା ପାଇବେ | ସବୁ କାମ ଖୁବ ଶୀଘ୍ର ସିଦ୍ଧ ହେବ |

କିଛି ମହିଳାଙ୍କୁ ଲାଲ ଶାଢୀରେ ଦେଖିବା :

ସ୍ୱପ୍ନରେ କାହାକୁ ଲାଲ ଶାଢୀରେ କିମ୍ବା ଶୃଙ୍ଗାର କରୁଥିବା ଦେଖିଲେ ଖୁବ ଶୀଘ୍ର ଆପଣଙ୍କ ଘରେ ମା’ ଲକ୍ଷ୍ମୀଙ୍କ କୃପା ବର୍ଷା ହେବାକୁ ଯାଉଛି |

Leave A Reply

Your email address will not be published.