ଦୀର୍ଘ ୧୧୭ ବର୍ଷ ପରେ ଚଳିତ ବର୍ଷ ମହାଶିବରାତ୍ରିରେ ରହିଛି ଶୁଭ ଯୋଗ

ହିନ୍ଦୁ ଧର୍ମାବଲମ୍ବି ମାନେ ଭଗବାନ ଶିବଙ୍କ ଉପରେ ଖୁବ ଆସ୍ଥା ରଖିଥାନ୍ତି । ତେଣୁ ଦେବାଧିଦେବ ମହାଦେବଙ୍କୁ ସନ୍ତୁଷ୍ଟ କରିବା ପାଇଁ ମହାଶିବରାତ୍ରୀ ବ୍ରତକୁ ଖୁବ ଆସ୍ଥାର ସହ ପାଳନ କରିଥାନ୍ତି । କହି ରଖିବା ଉଚିତ କି ଚଳିତ ବର୍ଷର ମହାଶିବରାତ୍ରି ଖୁବ ସ୍ୱତନ୍ତ୍ର ବୋଲି ଜ୍ୟୋତିଷ ମାନେ ମତ ଦେଇଛନ୍ତି । ପ୍ରାୟ ୧୧୭ ବର୍ଷ ପରେ ଏହି ଦିନ ହିଁ ଶନି ଓ ଶୁକ୍ର ପରି ଗ୍ରହ ମାନଙ୍କର ଅଦ୍ଭୁତ ମିଳନ ହେଉଛି । ଏମିତିରେ ବର୍ଷର ପ୍ରତି ମାସରେ ଶିବ ଚତୁର୍ଦ୍ଦଶୀ ବ୍ରତ ପଡିଥାଏ । କିନ୍ତୁ ଫାଲ୍ଗୁନ ମାସରେ ପଡୁଥିବା ଶିବଚତୁର୍ଦ୍ଦଶୀ ବ୍ରତର ଏକ ସ୍ୱତନ୍ତ୍ର ମହତ୍ୱ ରହିଛି । କହି ରଖିବା ଉଚିତ କି ଏହି ବର୍ଷ ଫେବୃଆରୀ ମାସ ୨୧ ତାରିଖରେ (ଶୁକ୍ରବାର) ଅବସରରେ ପଡୁଛି ।

shiva

ଵିଜ୍ଞ ଜ୍ୟୋତିଷଙ୍କ ଅନୁଯାୟୀ ଏହି ବର୍ଷ ଶିବରାତ୍ରିରେ ଶନି ମକର ରାଶିରେ ପ୍ରବେଶ କରିବେ । ଯେବେକି ଶୁକ୍ର ନିଜ ଉଚ୍ଚ ରାଶି ମିନ ଗ୍ରହରେ ପ୍ରବେଶ କରିବେ । ଜ୍ୟୋତିଷଙ୍କ ମତରେ ଏହା ହେଉଛି ଏକ ଦୁର୍ଲଭ ଯୋଗ । ଦୁଇଟି ବଡ ଗ୍ରହର ଏପରି ଏକ ସ୍ଥିତିରେ ରହିବା ଏକ ଅତ୍ୟନ୍ତ ବିରଳ ଘଟଣା । ଏହା ପୂର୍ବରୁ ଏପରି ଯୋଗ ୧୯୦୩ ମସିହା ଫେବୃଆରି ମାସ ୨୫ ତାରିଖରେ ପଡିଥିଲା । ଏହାବାଦ ଏହି ବର୍ଷର ମହାଶିବରାତ୍ରିରେ ବି ଏକ ସର୍ବାର୍ଥ ଯୋଗ ରହିଛି । ଏହି ବର୍ଷ ଗୁରୁ ବି ନିଜ ରାଶି ଧନୁରେ ପ୍ରବେଶ କରିବେ ବୋଲି ଜଣାଯାଇଛି । ତେଣୁ ଏହି ଯୋଗରେ ଶିବ ପୂଜା କରିବା ଦ୍ୱାରା ଶନି, ଗୁରୁ, ଶୁକ୍ର ପରି ଦୋଷ ଗୁଡ଼ିକରୁ ମୁକ୍ତି ମିଳି ପାରିବ ।

shiva

ଏହି ବର୍ଷର ଶିବରାତ୍ରି ଅବସରରେ କୌଣସି ନୂଆ କାର୍ଯ୍ୟ ଆରମ୍ଭ କରିବା ବି ଖୁବ ଶୁଭଦାୟକ । ଏହି ଶୁଭ ଅବସରରେ ଶନିଙ୍କ ସହ ଚନ୍ଦ୍ର ବି ଅବସ୍ଥାନ କରିବେ । ଯାହା ଦ୍ୱାରା ଏକ ବିଷ ଯୋଗ ହେବ ବୋଲି ବି ଜଣାଯାଇଛି । ଠିକ ୨୮୭ ବର୍ଷ ପୂର୍ବରୁ ବି ଏମିତି ଏକ ଅପୂର୍ବ ଯୋଗ ସୃଷ୍ଟି ହୋଇଥିଲା ।

Leave A Reply

Your email address will not be published.