ପ୍ରତିଦିନ ଡ୍ୟୁଟି ସାରି ଗରିବ ପିଲାକୁ ପାଠ ପଢାନ୍ତି ଏହି ପୋଲିସ, କାରଣ ଜାଣିବା ପରେ ଆପଣ ବି ହୋଇଯିବେ ଇମୋସନାଲ

ପୋଲିସ ଚାକିରି ସହଜ ନୁହେଁ । କରୋନା ସମୟରେ ଆପଣ ବୁଝିପାରୁଥିବେ ଯେ ପୋଲିସ ଆଉ ଡାକ୍ତର ଚାକିରି କେତେ କଷ୍ଟ । କାରଣ ପରିସ୍ଥିତି ଯେପରି ହେଉନା କାହିଁକି ଏମାନଙ୍କୁ ନିଜର କର୍ତ୍ତବ୍ୟ କରିବାକୁ ଯେମିତି ହେଲେ ବି କରିବାକୁ ପଡିଥାଏ । ଅନ୍ୟକୁ ସୁରକ୍ଷା ଦେବାକୁ ଯାଇ ଏମାନେ ନିଜେ ସଂକ୍ରମିତ ହୋଇଥାନ୍ତି । କେବଳ ସେତିକି ନୁହେଁ ନିଜ ପରିବାରଠୁ ମଧ୍ୟ ଦୁରେଇ ରହିବାକୁ ପଡେ । ବର୍ତ୍ତମାନ ସମୟରେ ସ୍କୁଲ କଲେଜ ପ୍ରାୟ ସମସ୍ତ ଅନୁଷ୍ଠାନ ବନ୍ଦ ରହିଛି ଏବଂ ପିଲାମାନେ ଘରେ ରହି ଅନଲାଇନ କ୍ଳାସ କରୁଛନ୍ତି । କିନ୍ତୁ କିଛି ପିଲାଙ୍କ ପାଖରେ ସ୍ମାର୍ଟଫୋନ, ଇଣ୍ଟରନେଟ ଇତ୍ୟାଦିର ସୁବିଧା ଉପଲବ୍ଧ ନାହିଁ ଯେଉଁଥିପାଇଁ ସେମାନେ ପାଠ ପଢି ପାରୁନାହାନ୍ତି । ଏପରିସ୍ଥଳେ ଇନ୍ଦୋରର ପଲାସିୟା ଥାନାର SHO ବିନୋଦ ଦୀକ୍ଷିତ ଜଣେ ଗରିବ ପିଲାକୁ ନିଜେ ପଢ଼ାଇବା ଆରମ୍ଭ କରିଦେଇଛନ୍ତି ଏବଂ ସୋସିଆଲ ମିଡିଆରେ ଲୋକମାନଙ୍କର ହୃଦୟ ଜିତି ନେଇଛନ୍ତି ।


ମିଳିଥିବା ଖବର ଅନୁଯାୟୀ ବିନୋଦ ଦୀକ୍ଷିତ ପଲାସିୟା ଥାନାରେ SHO ଭାବେ କାମ କରନ୍ତି । ଯିଏକି ନିଜ ଡ୍ୟୁଟି ସାରିବା ପରେ ପ୍ରତିଦିନ ଏକ ଗରିବ ପିଲାକୁ ପଢ଼ାଇବାକୁ ଯାଇଥାନ୍ତି । ପିଲାଟିର ନାମ ହେଉଛି ରାଜ । ଯାହାକୁ ସେ ପାଟ୍ରୋଲିଙ୍ଗ ସମୟରେ ଦେଖିଥିଲେ । ସେହି ସମୟରେ ପିଲାଟି ତାଙ୍କୁ କହିଥିଲା ଯେ ମୁଁ ପାଠ ପଢି ଜଣେ ପୋଲିସ ହେବାକୁ ଚାଁହୁଛି କିନ୍ତୁ ଅର୍ଥ ଅଭାବରୁ ମୁଁ ଟ୍ୟୁସନ ଫିସ ଦେଇପାରୁନାହିଁ । ଏହାପରେ ବିନୋଦ ନିଜେ ତାଙ୍କୁ ଗଣିତ ଏବଂ ଇଂଲିଶ ପଢ଼ାଇବା ପାଇଁ ନିଷ୍ପତ୍ତି ନେଇଥିଲେ । ତେବେ ଏଭଳି ଏକ କାମ ପାଇଁ ଏସଏଚଓ ବିନୋଦଙ୍କୁ ସୋସିଆଲ ମିଡିଆରେ ଖୁବ ପ୍ରଶଂସା ମିଳୁଛି । କିଛି ଲୋକ ତ କହୁଛନ୍ତି ଏହିଭଳି ଲୋକଙ୍କୁ ଦେଶର ଲିଡର ବନାଇବା ଆବଶ୍ୟକ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.