‘ଭାଟିକନ’ ସହର, ଯାହା ଆକାରରେ ଦେଖିବାକୁ ଭଗବାନ ଶିବଙ୍କ ଲିଙ୍ଗ ସଦୃଶ

ଆପଣ ଶୁଣି ଆଶ୍ଚର୍ଯ୍ୟ ହେଉଥିବେ ନିଶ୍ଚିତ। ଏହା କେଉଁ ସହରରେ ଯେ, ଏହାର ଆକାର ଶିବଲିଙ୍ଗ ପରି ତାହା ପୁଣି ୟୁରୋପରେ। ଆମ୍ଭେ ସମେସ୍ତ ଜାଣିଛେ ଯେ, ସବୁ ଧର୍ମର ଭଗବାନଙ୍କ ଅସ୍ତିତ୍ୱ ନେଇ ଭିନ୍ନ ଭିନ୍ନ ପ୍ରକାର ତର୍କ ରହିଛି। କିଏ ଭଗବାନଙ୍କୁ ସବୁ ଜାଗାରେ ମାନୁଥିବା ବେଳେ ଆଉ କିଏ ଭଗବାନ କେବଳ ମନ୍ଦିର ରହିଥାନ୍ତି ବୋଲି ମାନିଥାଏ। କିନ୍ତୁ ଏପର୍ଯ୍ୟନ୍ତ ଏହି ତର୍କର କୌଣସି ସମାଧାନ ହୋଇନାହିଁ। କିନ୍ତୁ ଆପଣ ଜାଣି ଆଶ୍ଚର୍ଯ୍ୟ ହେବ ଯେ, ୟୁରୋପର ଭାଟିକନ ସହର ‘ଶିବଲିଙ୍ଗ’ ଆକାର ପରି ଏହାର ଡିଜାଇନ କରାଯାଇଛି। ଏହି ‘ଭାଟିକନ’ ସହର, ଯେଉଁଠି ରହିଛି ଶିବଙ୍କ ମହତ୍ତ୍ୱ ।

vatican 2

ଐତିହାସିକ ପିଏନ୍‌ ଓକେଙ୍କ ମତରେ ଭାଟିକନ ସହର ଏବଂ ଶିବଲିଙ୍ଗକୁ ନେଇ ଏପରି ତର୍କ ରଖିଛନ୍ତି ଯାହା ବହୁତ ରୋଚକପୂର୍ଣ୍ଣ । ଆପଣମାନେ ଭାଟିକନ ସହରର ଏରିଅଲ ଭ୍ୟୁ ଦେଖିଲେ ନିଶ୍ଚିତ ଭାବେ ଜାଣିପାରିବେ। ଏହି ସହରର ଆକାର ଦେଖିବାକୁ ଶିବଲିଙ୍ଗ ପରି। ଅତି ଧ୍ୟାନର ସହିତ ଦେଖିଲେ ଆପଣମାନେ ଜାଣିପାରିବେ ଯେ, ଏହି ସହରର ଗୋଟେ ପଟେ ତ୍ରିପୁଣ୍ଡ ( ଭଗବାନ ଶିବଙ୍କ ମଥାରେ ଲାଗିଥିବା ତିନି ଲାଇନ) ଦେଖିବାକୁ ମିଳିବ। ଯାହାର ସମ୍ବନ୍ଧ ଭଗବାନ ଶିବଙ୍କ ସହିତ ରହିଛି। ପିଏନ ଓକେ ଏହି ତ୍ରିପୁଣ୍ଡକୁ ନେଇ ତର୍କ କରିଛନ୍ତି କି ଭାଟିକନ ଶବ୍ଦର ଅର୍ଥ ସଂସ୍କୃତରେ ଭାଟିକାରୁ ନିଆଯାଇଛି। ଏଥିରୁ ସ୍ପଷ୍ଟ ପ୍ରମାଣିତ ଯେ, ଭାଟିକନ ସହ ଅସ୍ତିତ୍ୱକୁ ଆସିବା ପୂର୍ବରୁ ହିନ୍ଦୁମାନଙ୍କର ଧାର୍ମିକ କେନ୍ଦ୍ର ଥିଲା। ଏହାଛଡା ପ୍ରତ୍ନତାତ୍ତ୍ୱିକ ଖଦନ ସହରରୁ ଶିବଲିଙ୍ଗ ମଧ୍ୟ ମିଳିଥିଲା। ଏହି ଖନନ ବେଳେ ମିଳିଥିବା ଶିବଲିଙ୍ଗକୁ ଏଥ୍ରୁସ୍କାନ ସଂଗ୍ରହାଳୟରେ ରଖାଯାଇଛି। ଓକେଙ୍କ ମତରେ ଖ୍ରୀଷ୍ଟୀଆନ ଏବଂ ଇସଲାମ ଧର୍ମ ହିନ୍ଦୁ ଧର୍ମରୁ ବିତ୍ପନ୍ନ ହୋଇଛି। ତାଙ୍କ କହିବାନୁଯାୟୀ, ତାଜମହଲ ମଧ୍ୟ ଏକ ହିନ୍ଦୁ ମନ୍ଦିର, ଯାହା ଭଗବାନ ଶିବଙ୍କୁ ସମର୍ପିତ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.