ଆଶ୍ଚର୍ଯ୍ୟ! ହଠାତ୍‌ ଏହି ସୁନ୍ଦରୀ ଝିଅ ପାଲଟିଗଲା ପୁଅ, କପଡ଼ା ଖୋଲି ଦେଖାଇଲା ୬ ପ୍ୟାକ୍ସ ବଡି

ବିଶ୍ୱରେ ଏମିତି କିଛି ଲୋକ ଅଛନ୍ତି, ଯେଉଁମାନେ ଜନ୍ମ ହୁଅନ୍ତି ଗୋଟିଏ ଜେଣ୍ଡରରେ, କିନ୍ତୁ ସମୟ ସହିତ ଅନ୍ୟ ଜେଣ୍ଡରରେ ନିଜକୁ ପରିବର୍ତ୍ତନ କରେଇ ନିଅନ୍ତି। ସେମାନଙ୍କ ଚାଲିଚଳନ, ମନୋଭାବ, ହାବଭାବ ସବୁକିଛି ପରିବର୍ତ୍ତନ ହେବାରେ ଲାଗିଥାଏ। କାଲିଫର୍ଣ୍ଣିଆରେ ରହୁଥିବା ମ୍ୟାଟ୍‌ ମିଲରଙ୍କ ସହିତ ବି ଠିକ୍‌ ଏମିତି ହିଁ ହୋଇଥିଲା।

ମ୍ୟାଟ୍‌ ଝିଅ ରୂପେ ଜନ୍ମ ହୋଇଥିଲେ, କିନ୍ତୁ ୫ ବର୍ଷ ବୟସରେ ତାଙ୍କୁ ଅନୁଭବ ହୋଇଥିଲା କି, ସେ ପୁଅଙ୍କ ଜିନିଷ ପ୍ରତି ଅଧିକ ଆକର୍ଷିତ ରହିଛନ୍ତି। ଯୁବାବସ୍ଥା ପର୍ଯ୍ୟନ୍ତ ସେ ଝିଅ ଭଳି ଜୀବନ ବିତାଇ ନେଲେ, ହେଲେ ଏହାପରେ ସର୍ଜରୀ କରାଇ ନିଜର ଜେଣ୍ଡର ପରିବର୍ତ୍ତନ କରାଇଥିଲେ। ଏବେ ମ୍ୟାଟ୍‌ ଫିଟନେସ୍‌ ଇଣ୍ଡଷ୍ଟ୍ରୀରେ ବେଶ୍‌ ନାଁ କମାଉଛନ୍ତି।

ସୋସିଆଲ ମିଡିଆରେ ମ୍ୟାଟ୍‌ ପୂରା ଛାଇ ଯାଇଛନ୍ତି। ନିଜର ଟ୍ରାନ୍ସଫର୍ମେଶନ ଯାତ୍ରା ସେ ଲୋକଙ୍କ ସହିତ ଶେୟାର କରିଛନ୍ତି। ମ୍ୟାଟ୍‌ ଯେଉଁଠି ସ୍କୁଲ ଶିକ୍ଷା ପର୍ଯ୍ୟନ୍ତ ଜଣେ ଲାଜକୁଳି ଝିଅ ଥିଲେ, ଏବେ ନିଜର ୬ ପ୍ୟାକ୍ସ ବଡି ଦେଖାଉଛନ୍ତି, ଯାହାକୁ ଦେଖି ଲୋକେ ମଧ୍ୟ ବେଶ୍‌ ଆଶ୍ଚର୍ଯ୍ୟଚକିତ ହୋଇଯାଉଛନ୍ତି। ବର୍ତ୍ତମାନ ମ୍ୟାଟ୍‌ ପର୍ସନାଲ ଟ୍ରେନର ରୂପେ କାମ କରୁଛନ୍ତି। ଅନ୍ୟ ଟ୍ରାନ୍ସଜେଣ୍ଡର୍ସଙ୍କୁ ଟ୍ରାନ୍ସଫର୍ମେଶନ ବ୍ୟତୀତ ମୋରାଲ୍‌ ସପୋର୍ଟ ବି ସେ କରିଥାଆନ୍ତି।

ମ୍ୟାଟ୍‌ କହିଥିଲେ କି, ୧୭ ବର୍ଷ ବୟସରେ ସେ ଫେସ୍‌ବୁକରେ ଜଣେ ସାଙ୍ଗକୁ ଭେଟିଥିଲେ। ତାଙ୍କ ସହାୟତାରେ ନିଜର ଟ୍ରାନ୍ସଫର୍ମେଶନ କରେଇ ନେଇଥିଲେ। ସେ ସର୍ଜରୀ ସହିତ ହର୍ମୋନାଲ ଇଞ୍ଜେକ୍ସନ ନେଇଥିଲେ। ବର୍ତ୍ତମାନର ରୂପକୁ ନେଇ ସେ ବହୁତ ଖୁସି ଅଛନ୍ତି। ସେପଟେ ଦୁଇ ବର୍ଷ ପୂର୍ବେ ତାଙ୍କର ମୌଲି ନାମ୍ନୀ ଝିଅ ସହିତ ଦେଖା ହୋଇଥିଲା। ଏବେ ଦୁହେଁ ରିଲେଶନଶିପ୍‌ରେ ଅଛନ୍ତି। ମୌଲି ତାଙ୍କୁ ବହୁତ ସପୋର୍ଟ କରନ୍ତି ବୋଲି ମ୍ୟାଟ୍‌ କୁହନ୍ତି।

 

View this post on Instagram

 

A post shared by Matt Miller (@mattmiller_fitness)

 

View this post on Instagram

 

A post shared by Matt Miller (@mattmiller_fitness)

Leave A Reply

Your email address will not be published.