ଛାଡ଼ପତ୍ରର ପ୍ରକୃତ କାରଣ କଣ? IAS ଇଣ୍ଟରଭ୍ୟୁରେ ପଚରାଯାଇଥିଲା ଏହି ପ୍ରଶ୍ନ, ଯାହାର ଉତ୍ତର କେହି ଦେଇପାରିନଥିଲେ

 

ୟୁପିଏସସିର ସିଭିଲ ସର୍ଭିସ ପରୀକ୍ଷା ଖୁବ ଟଫ୍‌ ହୋଇଥାଏ। ମାତ୍ର ଏହି ପରୀକ୍ଷା ପାସ କରିବା ପରେ ହିଁ ଜଣେ ଅଫିସର ହୋଇଥାଏ।ତେବେ କେବଳ ଲିଖିତ ପରୀକ୍ଷା ନୁହେଁ ପ୍ରାର୍ଥୀଙ୍କୁ ଇଣ୍ଟରଭ୍ୟୁ ମଧ୍ୟ ପାସ କରିବା ଜରୁରୀ ହୋଇଥାଏ। ୟୁପିଏସସିରେ ଏହି ପ୍ରଶ୍ନ ଖୁବ ଚର୍ଚ୍ଚାରେ ରହିଥାଏ।ଏଥିରେ ପଚରା ଯାଉଥିବା ପ୍ରଶ୍ନ ଶୁଣିବାକୁ ଯେତେ ସହଜ ହୋଇଥାଏ ଏହାର ଉତ୍ତର ମଧ୍ୟ ସେତିକି କଠିନ ହୋଇଥାଏ। ଆଜି ଆମେ ଆପଣଙ୍କୁ ୟୁପିଏସସି ଇଣ୍ଟରଭ୍ୟୁରେ ପଚରା ଯାଉଥିବା କିଛି ପ୍ରଶ୍ନ ଓ ତାର ଉତ୍ତର ବିଷୟରେ ଜଣାଇବୁ।

ପ୍ର: ଜଣେ ଓକିଲ ଏବଂ ତାଙ୍କ ପୁଅର ଆକ୍ସିଡେଣ୍ଟ ହୋଇଯାଇଥିଲା। ତାଙ୍କ ପୁଅକୁ ଅପରେସନ ଥିଏଟରରେ ଡାକ୍ତର ଦେଖିଲା ପରେ ତାକୁ ନିଜ ପୁଅ ବୋଲି କହିଥିଲେ?

ଉ:-ପ୍ରକୃତରେ ଡାକ୍ତର ଜଣକ ପୁଅର ମାଆ ଥିଲେ।

ias2

ପ୍ର: ମୃତ୍ୟୁ ପରେ ମଣିଷ ଶରୀରରେ କେତେ କିଲୋ ଓଜନ କମ୍‌ ହୋଇଥାଏ?
ଉ:- ୨୧ ଗ୍ରାମ।

ପ୍ର: ପାଣି ଏବଂ ନିଆଁ ମଧ୍ୟରୁ ସବୁଠାରୁ ଶକ୍ତିଶାଳୀ କିଏ?
ଉ:- ପାଣି ଓ ନିଆଁ ଉଭୟ ନିଜ ନିଜ ସ୍ଥାନରେ ଭୟଙ୍କର ହୋଇଥାନ୍ତି। ନିଆଁ ଲାଗିଲେ ପାଣି ଦ୍ୱାରା ଲିଭା ଯାଇ ପାରିବ କିନ୍ତୁ ବନ୍ୟା ବାତ୍ୟା ସମୟରେ ତାହାକୁ ନିଆଁ ସାହାଯ୍ୟରେ ରୋକିବା ଅସମ୍ଭବ। ନିଆଁ ବିନା ଜୀବନ ସମ୍ଭବ ହୋଇପାରିବ କିନ୍ତୁ ପାଣି ବିନା ମଣିଷର ବଞ୍ଚିବା ଅସମ୍ଭବ।

ପ୍ର: ଯଦି ପୃଥିବୀ ଓଲଟା ବୁଲିବା ଆରମ୍ଭ କରେ, ତେବେ ଏହାର ପରିଣାମ କଣ ହେବ?
ଉ:- ପୃଥିବୀ ଓଲଟା ବୁଲିଲେ ପବନ ନିଜ ଦିଗ ବଦଳାଇ ଦେବ। ପୃଥିବୀର ପଶ୍ଚିମ ଭାଗ ଥଣ୍ଡା ଏବଂ ପୂର୍ବ ଭାଗ ଗରମ ହୋଇଯିବ ଓ ଜଳବାୟୁରେ ମଧ୍ୟ ପରିବର୍ତ୍ତନ ନଜର ଆସିବ। ଆଜି ପୃଥିବୀରେ ସମୁଦାୟ ୪୨୦ ଲକ୍ଷ କିଲୋମିଟରର ୨ ଭାଗ ମରୁଭୂମି ରହିଛି କିନ୍ତୁ ଯଦି ପୃଥିବୀ ଓଲଟା ବୁଲେ ତେବେ ତାହା କମିଯାଇ ୩୨୦ ଲକ୍ଷ କିଲୋମିଟର ହୋଇଯିବ। ମରୁଭୂମିର ମାତ୍ରା କମ୍‌ ହୋଇଯିବ ଓ ଚାରିଆଡେ ସବୁଜିମା ଦେଖାଯିବ।ଜଳବାୟୁରେ ପରିବର୍ତ୍ତନ ହେବା ଯୋଗୁଁ ବିଭିନ୍ନ ଜୀବଜନ୍ତୁ ସମୁଦ୍ରର ଭିନ୍ନ ଭିନ୍ନ ସ୍ଥାନରେ ଦେଖାଯିବ।ପୃଥିବୀ ଓଲଟା ବୁଲିଲେ ପୃଥିବୀରେ ମଣିଷ ରହିବେ ନାହିଁ ଓ ସବୁକିଛି ପରିବର୍ତ୍ତନ ହୋଇଯିବ।

ପ୍ର: ବିନା ହୃଦୟରେ ମନୁଷ୍ୟ କେତେ ଦିନ ପର୍ଯ୍ୟନ୍ତ ଜୀବିତ ରହିପାରିବ?
ଉ:- ବିନା ହୃଦୟରେ ଜୀବିତ ରହିବା ମଣିଷ ପକ୍ଷରେ ସମ୍ଭବ ନୁହେଁ କିନ୍ତୁ ଆମେରିକାରେ ଜଣେ ବ୍ୟକ୍ତି ବିନା ହୃଦୟରେ ଦେଢ ବର୍ଷ ଯାଏଁ ଜୀବିତ ରହିଥିଲା।

ପ୍ର: ଉଡାଜାହଜ ଅତିକ୍ରମ କଲା ପରେ ଏହାର ଶବ୍ଦ କାହିଁକି ଶୁଣା ଯାଇଥାଏ?
ଉ:- ପ୍ରକାଶର ଗତି ଶବ୍ଦର ଗତି ଠାରୁ ଅଧିକ ହୋଇଥିବାରୁ ଏପରି ହୋଇଥାଏ।

ias2

ପ୍ର: Email କୁ ହିନ୍ଦୀରେ କଣ କୁହାଯାଏ?
ଉ:- Email କୁ ହିନ୍ଦୀରେ ଇଲେକଟ୍ରୋନିକ ଡାକ କୁହାଯାଏ।ଏହା ଛଡା ଇଣ୍ଟରନେଟ ଡାକ,ଅନଲାଇନ ଖତ୍ ମେସିନ, ଇ ପତ୍ର ଇତ୍ୟାଦି ମଧ୍ୟ କୁହାଯାଏ।

ପ୍ର: କିଛି ଲୋକ ନିଦରେ କାହିଁକି ଚାଲିଥାନ୍ତି?
ଉ:- ଆମ ଶରୀରରେ ଥିବା କ୍ରମୋସୋମ ନଷ୍ଟ ହୋଇଗଲେ ଏପରି ହୋଇଥାଏ ବୋଲି ଏକ ଅଧ୍ୟୟନରୁ ଜଣାପଡିଛି। ଏହା ଛଡା ଜେନେଟିକରେ ଅସୁବିଧା, ନିଦ ପୂରା ନ ହେବା, ଆଲକହଲ, ଡିପ୍ରେସନ ଓ ଚିନ୍ତା ମଧ୍ୟ ଏହାର କାରଣ ହୋଇଥାଏ।

ପ୍ର: ଛାଡପତ୍ରର ପ୍ରକୃତ କାରଣ କଣ?
ଉ:- ଛାଡପତ୍ରର ପ୍ରକୃତ କାରଣ ହେଉଛି ବାହାଘର। ବାହାଘର ହେଲେ ହିଁ ଛାଡପତ୍ର ଭଳି ପରିସ୍ଥିତି ଆସିବ।

ପ୍ର: IPL କ୍ରିକେଟକୁ ବର୍ବାଦ କରୁଛି କି? ଟି-୨୦ ଏବଂ ଟେଷ୍ଟ ମଧ୍ୟରୁ ଆପଣଙ୍କର ପସନ୍ଦ କଣ?
ଉ:- ଏହି ପ୍ରଶ୍ନ ଜଣେ IAS କ୍ୟାଣ୍ଡିଡେଟକୁ ପଚରା ଯାଇଥିଲା।ଏହାର ଉତ୍ତରରେ ସେ କହିଥିଲେ ଯେ ଖେଳର ଦୁଇଟି କମେଣ୍ଟ୍ରି ପାଇଁ ଭିନ୍ନ ଭିନ୍ନ ସ୍କିଲ ରହିବା ଜରୁରୀ। IPL ର ଭିନ୍ନ ଫ୍ୟାନ ଫଲୋଇଙ୍ଗ ଅଛନ୍ତି, ତେଣୁ ଟେଷ୍ଟ ଏବଂ ଆଇପିଏଲରେ ଖେଳାଳୀ ମାନେ ଭିନ୍ନ ଭିନ୍ନ ତରିକାରେ ଖେଳିଥାନ୍ତି। ବ୍ୟକ୍ତିଗତ ଭାବରେ ଟେଷ୍ଟ ମ୍ୟାଚକୁ ପସନ୍ଦ କରୁଛନ୍ତି ବୋଲି ସେ କହିଥିଲେ।

Leave A Reply

Your email address will not be published.