ଯେଉଁଠି ଦେଖିବ ଚାରିଆଡ଼େ ଭେଜାଲ । ସୁସ୍ଥ ଖାଦ୍ୟ ମିଳିବା ଆଜି କା ସମୟରେ ବଡ଼ ମୁସ୍କିଲ । କେଉଁଠି ଚାଉଳରେ ପ୍ଲାଷ୍ଟିକ ମିଶାଯାଉଛି ତ କେଉଁଠି କ୍ଷୀରରେ ରଙ୍ଗ । ଖାଦ୍ୟ ସାମଗ୍ରୀରେ ଅପମିଶ୍ରଣକୁ ନେଇ ଦେଶରେ ଅନେକ ବିବାଦ ମଧ୍ୟ ଦେଖାଦେଇଛି । ଏଭଳି ଅନେକ ଅଭିଯୋଗ ଆପଣ ପ୍ରତିଦିନ ଶୁଣୁଥିବେ । କିନ୍ତୁ ଆଜି ଏମିତି ଏକ ଅଭିଯୋଗ ସାମ୍ନାକୁ ଆସିଛି ଯାହା ବିଷୟରେ ଜାଣିଲେ ଆପଣଙ୍କ ପାଦ ତଳୁ ମାଟି ଖସି ଯିବ । ଯଦି ଆପଣ ମାର୍କେଟରେ ଜୁସ୍ ପିଉଛନ୍ତି ତେବେ ଏବେ ଠାରୁ ହୋଇଯାଆନ୍ତୁ ସାବଧାନ । କାରଣ ନିକଟରେ ଜଣେ ଜୁସ ଦୋକାନୀ ଜୁସରେ ଏମିତି କିଛି ଜିନିଷ ମିଶାଇଛନ୍ତି, ଯାହା ବିଷୟରେ ଜାଣିଲେ ଆପଣ ବି ହୁଏତ ଜୁସ ପିଇବା ଛାଡ଼ିଦେବେ ।
ଜୁସ ଦୋକାନରେ ଚାଲିଥିଲା ବଡ଼ ଧରଣର ହେରଫର । ଫଳ ରସ ସ୍ୱାସ୍ଥ୍ୟ ପାଇଁ ଭଲ ହୋଇଥିବା ଭାବି ଲୋକମାନେ ଜୁସ୍ ଦୋକାନକୁ ଆସନ୍ତି । କିନ୍ତୁ ଜୁସ୍ ଦୋକାନରେ ମାଲିକ ଜୁସରେ ମିଶାଉଥିଲେ ପରିସ୍ରା । ଉତ୍ତରପ୍ରଦେଶର ଗାଜିଆବାଦରୁ ଏଭଳି ଏକ ମାମଲା ସାମ୍ନାକୁ ଆସିଛି । ଏଠାରେ ଜଣେ ଜୁସ୍ ବିକ୍ରେତା ଫଳ ରସରେ ପରିଶ୍ରା ମିିଶାଇ ଲୋକଙ୍କୁ ପିଇବାକୁ ଦେଉଥିବାର ସଙ୍ଗୀନ ଅଭିଯୋଗ ହୋଇଛି । ଅଭିଯୋଗ ପରେ ଜୁସ୍ ବିକ୍ରେତା ଓ ତା ୧୫ ବର୍ଷିୟ ପୁଅକୁ ଗିରଫ କରାଯାଇଛି ।
ଏସିପି ଅଙ୍କୁର ବିହାର ଭାସ୍କର ବର୍ମା କହିବା ଅନୁସାରେ ଘଟଣା ବିଷୟରେ ଜାଣିବା ପରେ ପୋଲିସ ଦୋକାନରେ ଚଢ଼ାଉ କରିଥିଲା । ଏବଂ ଦୋକାନ ଭିତରୁ ୟୁରିନରେ ଭର୍ତ୍ତିଥିବା ଏକ ପ୍ଲାଷ୍ଟିକର ପାତ୍ର ପାଇଥିଲା । ଦୋକାନ ମାଲିକକୁ ଉକ୍ତ ୟୁରିନ ଭର୍ତ୍ତିଥିବା ପାତ୍ର ବିଷୟରେ ପଚାରିବାରୁ ସେ କୌଣସି ସନ୍ତୋଷଜନକ ଉତ୍ତର ଦେଇନଥିଲା । ଜୁସ୍ ବିକ୍ରେତାଙ୍କ ଏଭଳି କାଣ୍ଡକୁ ନେଇ ବାରମ୍ବାର ଅଭିଯୋଗ ହେଉଥିଲା । ଯାହା ପରେ ପୋଲିସ ଘଟଣାକୁ ନେଇ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଥିଲା । ବର୍ତ୍ତମାନ ମାମଲାର ଅଧିକ ତଦନ୍ତ ଜାରି ରହିଛି ।
ଲୋକମାନେ ଭରଷା କରି ଦୋକାନ ବଜାରରେ ଏମିତି ଜୁସ୍ ପିଉଛନ୍ତି ଖାଦ୍ୟ ଖାଉଛନ୍ତି । କିନ୍ତୁ ଏଭଳି କିଛି ଦୋକାନୀ ଅଛନ୍ତି ଯେଉଁମାନେ ଗ୍ରାହକଙ୍କ ବିଶ୍ୱାସର ଫାଇଦା ଉଠେଇ ଏମିତି ନିଚ୍ଚ କାମ କରୁଛନ୍ତି । ତେଣୁ ଏଭଳି ବ୍ୟକ୍ତିଙ୍କ ଉପରେ ଦୃଢ଼ କାର୍ଯ୍ୟନୁଷ୍ଠାନ ଗ୍ରହଣ କରାଗଲେ ହିଁ ଅନ୍ୟମାନେ ଏଭଳି କାର୍ଯ୍ୟରୁ ଦୂରେଇ ରହିବେ ।