ଦେଶରେ ଥିବା ଏମିତି ଏକ ମନ୍ଦିର, ଯାହାର ବିଭୂତିକୁ ବିଦେଶକୁ ପଠାଯାଏ, ଜାଣନ୍ତୁ ଏହି ସ୍ଥାନର ମହତ୍ୱ
ଶ୍ରୀ ରାଜ ରାଜେଶ୍ୱରୀଙ୍କ ଚମତ୍କାରୀ ପୀଠ। କୁହାଯାଏ ଯେ ଏଠାରେ ମାତା ମନ୍ଦିରେ ବାସ କରନ୍ତି ନାହିଁ। ପାଖରେ ହୋଇଥିବା ଛୋଟ ଘରେ ମାଆଙ୍କର ମୂର୍ତ୍ତି ଓ ଯନ୍ତ୍ର ପୂଜା କରାଯାଏ। ତେଣୁ ମନ୍ଦିରର ମୂର୍ତ୍ତି ଓ ଯନ୍ତ୍ର ଘରେ ରହିଥାନ୍ତି । ଏହା ପ୍ରତିଦିନ ପୂଜା ହୋମ ପରମ୍ପରା ଅନୁଯାୟୀ ହୋଇଥାଏ ।

ମନ୍ଦିର ଯିବା ଠାକୁରଙ୍କ ଦର୍ଶନ କରି ପ୍ରାର୍ଥନା କରିବା ଦ୍ୱାରା ଜୀବନରେ ସକାରାତ୍ମକ ଉର୍ଜା ବଢ଼ିଥାଏ। ଏଥିପାଇଁ ତ ସକାଳୁ ଉଠିବା ଠୁ ଆରମ୍ଭ କରି ରାତିରେ ଶୋଇବା ପର୍ଯ୍ୟନ୍ତ ସମସ୍ତେ ଭଗବାନଙ୍କ ନାମ ନିଅନ୍ତି। କୁହନ୍ତି ଭଗବାନଙ୍କୁ ସ୍ମରଣ କଲେ ମନରେ ଭୟ ଦୂର ହୋଇଯାଏ । ଆତ୍ମବିଶ୍ୱାସ ବଢ଼ିଥାଏ।ସନାତନ ଧର୍ମ କେବଳ ଭାରତ ନୁହେଁ ସାରା ବିଦେଶରେ ମଧ୍ୟ ଏହାର ପ୍ରଭାବ ରହିଛି । ଭାରତରେ ଏପରି ଏକ ମନ୍ଦିର ରହିଛି ଯେଉଁଠୁ ଯଜ୍ଞର ଭସ୍ମ ଯାଇଥାଏ ଆମେରିକା, ଅଷ୍ଟ୍ରେଲିଆ ଓ ୟୁଏଇକୁ । ଆସନ୍ତୁ ଜାଣିବା କ’ଣ ରହିଛି ସେହି ମନ୍ଦିର କାହାଣୀ ।
ଶ୍ରୀ ରାଜ ରାଜେଶ୍ୱରୀଙ୍କ ସିଦ୍ଧ ପୀଠ ଦେବଭୂମି ଉତ୍ତରାଞ୍ଚଳ ର ଶ୍ରୀନଗର ଗଢ଼ବାଲ୍ ଠାରୁ ୧୮ କିମି ଦୂରରେ ଅବସ୍ଥିତ । ଏଠାରେ ମା’ଙ୍କ ଦର୍ଶନ ପାଇଁ ବର୍ଷ ସାରା ଭିଡ଼ ଲାଗିଥାଏ । ଧନ,ଯଶ, ଯୋଗ ଓ ମୋକ୍ଷ ର ଦେବୀ କୁହାଯାଉଥିବା ଶ୍ରୀ ରାଜ ରାଜେଶ୍ୱରୀଙ୍କ ସିଦ୍ଧ ପୀଠ ଘନ ଜଙ୍ଗଲ ଓ ଗ୍ରାମୀଣ ପରିବେଶ ଦେବଲଗଡ଼ରେ ଅବସ୍ଥିତ । ପ୍ରାଚୀନ କାଳରେ ଏହି ମନ୍ଦିର କେହି ରାଜବଂଶର କୁଳ ଦେବତା ରୂପରେ ପୂଜା ପାଉଥିଲେ । ଏବେ ଏଠାକୁ ଦେଶ ଓ ଦେଶ ବାହାରର ଭକ୍ତମାନେ ସେମାନଙ୍କର ମନସ୍କାମନା ପୂର୍ଣ୍ଣ ପାଇଁ ଆସିଥାନ୍ତି ।
ସନାତନ ଧର୍ମ ଅନୁଯାୟୀ ମାଘ ମାସରେ ଆରମ୍ଭ ହୋଇଥାଏ ଗୁପ୍ତ ନବରାତ୍ର । କୁମ୍ଭ ସଂକ୍ରାନ୍ତି ରୁ ଆରମ୍ଭ ହୋଇଥିବା ଗୁପ୍ତ ନବରାତ୍ର ଅବସରରେ ଏମିତି ଏକ ମନ୍ଦିର ରହିଛି ଯେଉଁଠୁ ପୋଷ୍ଟ ଅଫିସ ମାଧ୍ୟମରେ ବିଦେଶକୁ ବିଭୁତି ପଠାଯାଏ । ଏହି ମନ୍ଦିରରେ ରହିଛନ୍ତି ଦେବୀ ଭଗବତୀ ଯାହାଙ୍କୁ ଏଠାରେ ରାଜ ରାଜେଶ୍ୱରୀ ଦେବୀ ରୂପରେ ପୂଜା କରାଯାଇଥାଏ ।
କୁହାଯାଏ, ଗଢ଼ବାଲ ରାଜା ଅଜୟପାଳ ଚାନ୍ଦପୁର ଗଢ଼ିରୁ ତାଙ୍କର ରାଜଧାନୀ ବଦଳାଇ ଦେବଲଗଡ଼ ଆସିଥିଲେ । ଏଠାରେ ରାଜା ଶ୍ରୀଯନ୍ତ୍ର ସ୍ଥାପନ କରିଥିଲେ । ପରେ ମହିଷାମର୍ଦ୍ଦିନ ଯନ୍ତ୍ର ଓ କାମେଶ୍ୱରୀ ଯନ୍ତ୍ର ସ୍ଥାପନ କରିଥିଲେ । ଏହା ପ୍ରାୟ ୧୫୧୨ ମସିହାର କଥା ବୋଲି କୁହାଯାଏ ।
ରାଜରାଜେଶ୍ୱରୀ ମନ୍ଦିରର ବିଶେଷତ୍ତ୍ୱ :
ବଶେଷତ୍ତ୍ୱ ହେଉଛି ଏହି ମନ୍ଦିରରେ ମା’ କିମ୍ବା ଯନ୍ତ୍ର ରୁହନ୍ତି ନାହିଁ । କୁହାଯାଏ ଯେ ଏଠାରେ ମାତା ମନ୍ଦିରେ ବାସ କରନ୍ତି ନାହିଁ। ପାଖରେ ହୋଇଥିବା ଛୋଟ ଘରେ ମାଆଙ୍କର ମୂର୍ତ୍ତି ଓ ଯନ୍ତ୍ର ପୂଜା କରାଯାଏ। ତେଣୁ ମନ୍ଦିରର ମୂର୍ତ୍ତି ଓ ଯନ୍ତ୍ର ଘରେ ରହିଥାନ୍ତି । ଏହା ପ୍ରତିଦିନ ପୂଜା ହୋମ ପରମ୍ପରା ଅନୁଯାୟୀ ହୋଇଥାଏ । ନବରାତ୍ର ସମୟରେ ଯନ୍ତ୍ରଙ୍କ ପୂଜାର୍ଚ୍ଚନା ସହ ପ୍ରସାଦ ରୂପରେ ହରିୟାଲି ବଣ୍ଟା ଯାଇଥାଏ । ୧୯୮୧ ରୁ ଏଠାରେ ଅଖଣ୍ଡ ଜ୍ୟୋତି ପରମ୍ପରା ଆରମ୍ଭ ହୋଇଥିବା ଏଠାକାର ପୂଜକ କୁହନ୍ତି ।
ବିଦେଶରେ ମଧ୍ୟ ରହିଛି ଅତୁଟ ବିଶ୍ୱାସ :
କେବଳ ଦେଶରେ ନୁହେଁ ବିଦେଶରେ ମଧ୍ୟ ମା’ଙ୍କ ଉପରେ ରହିଛି ଅତୁଟ ବିଶ୍ୱାସ । ଯେଉଁଥିପାଇଁ ମନ୍ଦିରର ଅଫିସ ମାଧ୍ୟମରେ ବିଦେଶକୁ ଯଜ୍ଞର ବିଭୂତି ପୋଷ୍ଟାଲ୍ ମାଧ୍ୟମରେ ଯାଇଥାଏ । ଏଠାରୁ ବିଭୂତି ଯାଉଥିବା ଦେଶଗୁଡିକ ମଧ୍ୟରେ ରହିଛି ଆମେରିକା, ଅଷ୍ଟ୍ରେଲିଆ, ସାଉଦୀ ଆରବ ଓ ଲଣ୍ଡନ । ଏହିଥିରୁ ଆପଣ ଜାଣିପାରୁଥିବେ ଏହି ଶକ୍ତି ପୀଠର ମାହାତ୍ମ୍ୟ ।