ସ୍ପେଶାଲ

ସକାଳୁ ଏହି ସବୁ କାମ କଲେ ହୋଇଯିବେ ଲକ୍ଷ୍ମୀଛଡା, ଦୁର୍ଭାଗ୍ୟ ଛାଡିବନି ଆପଣଙ୍କ ହାତ

ଲକ୍ଷ୍ମୀଙ୍କ କୃପା, ଅନୁଗ୍ରହ ବିନା ଜୀବନରେ ଆର୍ଥିକ ଉନ୍ନତି ସମ୍ଭବ ନୁହେଁ। ମା’ ଲକ୍ଷ୍ମୀ ସ୍ୱଭାବରେ ଚଞ୍ଚଳ ହୋଇ ଥାଆନ୍ତି। ଏହି କାରଣରୁ ଲକ୍ଷ୍ମୀ ସବୁବେଳେ ଜଣଙ୍କ ପାଖରେ ହିଁ ରହି ନ ଥାଆନ୍ତି। କୁହାଯାଏ, ଯାହାଙ୍କ ଉପରେ ମା’ ଲକ୍ଷ୍ମୀ ଦୟାଳୁ ଅବା ପ୍ରସନ୍ନ ହୁଅନ୍ତି, ସେମାନଙ୍କ ପାଖରେ ଧନ, ଦୌଲତର ଅଭାବ ରହି ନ ଥାଏ। ସେଠି ଯେତେବେଳେ ଲକ୍ଷ୍ମୀ ରାଗି ଯାଆନ୍ତି, ତ ଧନବାନଙ୍କୁ ମଧ୍ୟ କାଙ୍ଗାଳ ହେବାକୁ ବେଶି ସମୟ ଲାଗି ନ ଥାଏ। ଶାସ୍ତ୍ରରେ ଏପରି କିଛି କାର୍ଯ୍ୟ ବିଷୟରେ କୁହାଯାଇଛି, ଯାହାକୁ କରିବା ଦ୍ୱାରା ଧନର ଦେବୀ ଲକ୍ଷ୍ମୀ ଘର ଛାଡ଼ି ଚାଲି ଯାଆନ୍ତି। ଏମିତିରେ ଆସନ୍ତୁ ଜାଣିବା କି, କେଉଁ ଭୁଲ୍ ଆମେ କରିବା ଉଚିତ୍ ନୁହେଁ।

ଅନେକ ଥର ଲୋକଙ୍କ କଥା ଶୁଣିଥିବେ ଯେ ଆଜି ପୂରା ଦିନ ବହୁତ ଖରାପ ଗଲା। ଅର୍ଥାତ୍‌ ଦିନଟା ସାରା ଗୋଟେ ପରେ ଗୋଟେ ସମସ୍ୟାକୁ ସାମ୍ନା କରୁଛନ୍ତି ହିଁ କରୁଛନ୍ତି। ଏତେ ପରିଶ୍ରମ ପରେ ବି ସକରାତ୍ମକ ଫଳ ମିଳିନଥାଏ। ବାସ୍ତୁ ଶାସ୍ତ୍ର ମୁତାବକ ଏମିତି ସ୍ଥିତି ପଛରେ ଆମର ଭୁଲ ରହିଥାଏ। ଏହିସବୁ କାରଣ ପାଇଁ ଆମେ ହିଁ ଦାୟୀ ରହିଥାଉ। ଯଦି ଏମିତି ଭୁଲ ବାରମ୍ବାର ପ୍ରତିଦିନ କରନ୍ତି ତାହେଲେ ଆପଣଙ୍କ ସୁଭାଗ୍ୟ କୁଭାଗ୍ୟରେ ପରିଣତ ହୋଇଯିବ।

Photo credit: Newskari

ସକାଳ ସମୟ ବହୁତ ଖାସ ହୋଇଥାଏ। ଯଦି ସକାଳର ଆରମ୍ଭ ସକରାତ୍ମକ ଠାରୁ ହୁଏ ତାହେଲେ ପୂରା ଦିନ ଆପଣଙ୍କର ଭଲରେ ଯିବ। ସେହିପରି ସକାଳ ସମୟରେ କିଛି ଏମିତି ଭୁଲ କରନ୍ତୁନାହିଁ ଯେ ଦୁର୍ଭାଗ୍ୟ ଆପଣଙ୍କ ସାଥିରେ ହିଁ ରହିବ। ଏହାଦ୍ୱାରା ନା ମନକୁ ଶାନ୍ତି ମିଳିଥାଏ, ନା କାମରେ ସଫଳତା ମିଳିଥାଏ। ଟୋଟାଲ ଉପରେ କହିବାକୁ ଗଲେ ସବୁ ଭଲରେ ଭଲରେ ହୋଇନଥାଏ। ଆଜି ଆମେ ୪ ଏମିତି ଭୁଲ ବିଷୟରେ ଆପଣଙ୍କୁ କହିବୁ, ଯାହା ଅଜଣାତରେ ଲୋକେ ସକାଳୁ କରିଦିଅନ୍ତି। ଯାହାଫଳରେ ଦୁର୍ଭାଗ୍ୟ ପାଖ ଛାଡିନଥାଏ।

  • ବାସ୍ତୁ ଶାସ୍ତ୍ରରେ ଅଇଁଠା ବାସନକୁ ନେଇ ଅନେକ ବିଶେଷ କଥା ଉଲ୍ଲେଖ ରହିଛି। ରାତିରେ କିଚେନକୁ ଭଲଭାବେ ସଫା କରନ୍ତୁ। ସକାଳୁ ଉଠିବା କ୍ଷଣି ଅଇଁଠା ବାସନ ଦେଖିବା ଦ୍ୱାରା ଦାରିଦ୍ର୍ୟ ଆସିଥାଏ। ଶାସ୍ତ୍ରରେ ଏମିତି କରିବାକୁ ବାରଣ କରାଯାଇଛି। ଏମିତି କରିବା ଦ୍ୱାରା ମା’ ଲକ୍ଷ୍ମୀ ରାଗି ଯାଆନ୍ତି। ତେଣୁ ଚେଷ୍ଟା କରନ୍ତୁ କି ଯେପରି ଘରେ ଅଇଁଠା ବାସନ ପଡ଼ି ରହିବ ନାହିଁ।ରାତିରେ ଅଇଁଠା ବାସନ ରଖିବା ଦ୍ୱାରା ମାତା ଲକ୍ଷ୍ମୀ କ୍ରୋଧାନ୍ଵିତ ହୋଇଯାନ୍ତି।
  • ବାସ୍ତୁ ଶାସ୍ତ୍ର ମୁତାବକ ସକାଳୁ ଉଠି ଦର୍ପଣ ଦେଖିବା ଉଚିତ ନୁହେଁ। ଏମିତି କରିବା ଦ୍ୱାରା ଜୀବନରେ ବାଧା ବିପଦ ବଢ଼ିପାରେ। ସେହିପରି ବେଡରୁମରେ ଦର୍ପଣ ରଖିବା ଦ୍ୱାରା ବୈବହାହିକ ସମ୍ପର୍କରେ ତିକ୍ତତା ବଢ଼ିଥାଏ।
  • ସୂର୍ଯ୍ୟାପ୍ତ ସମୟରେ ଘରେ ଝାଡ଼ୁ, ପୋଛା କରିବା ଉଚିତ ନୁହେଁ। ଏହି ସମୟରେ ଘର ଝାଡ଼ୁ କରିବା ଦ୍ୱାରା ଦୁର୍ଭାଗ୍ୟ ମାଡ଼ି ଆସିଥାଏ। ଏଥି ସହିତ ମା’ ଲକ୍ଷ୍ମୀ କ୍ରୋଧିତ ହୋଇ ଘରୁ ପଳାଇ ଯାଆନ୍ତି।
  • ସକାଳୁ ଉଠି ନିଜର କିମ୍ବା ଅନ୍ୟ ବ୍ୟକ୍ତିଙ୍କ ଛାଇ କେବେବି ଦେଖନ୍ତୁନାହିଁ। ଏହା ଚିନ୍ତା ଏବଂ ଅବସାଦକୁ ବୃଦ୍ଧି କରିଥାଏ। ଏହାଦ୍ୱାରା ଜୀବନକୁ ଶାନ୍ତି ମିଳିଥାଏ।
photo: rkopposition.quora.com
  • ସକାଳୁ କେବେବି ହିଂସ୍ର ଜନ୍ତୁଙ୍କ ଫଟୋ କିମ୍ବା ତାଙ୍କର ଛାଇ ଦେଖନ୍ତୁନାହିଁ। ଏହାଦ୍ୱାରା ଆପଣଙ୍କ ଜୀବନରେ ଅନେକ ଅସୁବିଧା ଆସିଥାଏ। ଆପଣଙ୍କର ନିଜ ସମ୍ପର୍କୀୟ ପରିଜନଙ୍କ ସହ ସମ୍ପର୍କ ଖରାପ ହୋଇଥାଏ।
  • ଉତ୍ତର ଦିଗର ସ୍ୱାମୀ ଧନର ଦେବତା କୁବେର ହୋଇ ଥାଆନ୍ତି। ଏହି ସ୍ଥାନକୁ ମାତୃ ସ୍ଥାନ ଭାବରେ ବିବେଚନା କରାଯାଏ। ଏମିତିରେ ଏହି ସ୍ଥାନରେ ଅଳିଆ, ଆବର୍ଜନା, ଜିନିଷ ଆଦି ରଖିବା ଉଚିତ୍ ନୁହେଁ। ଏହି ଦିଗକୁ ସର୍ବଦା ସଫାସୁତରା, ପରିଷ୍କାର ପରିଚ୍ଛନ୍ନ ରଖିବା ଉଚିତ୍।
  • ଏହିସବୁ ନିୟମ ମାନିଲେ ମାତା ଲକ୍ଷ୍ମୀ ଆପଣଙ୍କ ପାଖରୁ କେବେ ଯିବେ ନାହିଁ। ତାଙ୍କ ଆଶିର୍ବାଦ ସବୁବେଳେ ଆପଣଙ୍କ ସହ ରହିବ।
D Sonali

Recent Posts

ରିଆସି ତୀର୍ଥଯାତ୍ରୀ ବସ୍‌ ଉପରେ ଆକ୍ରମଣ: ଆତଙ୍କବାଦୀଙ୍କ ସ୍କେଚ୍ ଜାରି, ସୂଚନା ଦେଲେ ମିଳିବ ୨୦ ଲକ୍ଷ

ଜମ୍ମୁରେ ରିଆସିରେ ତୀର୍ଥଯାତ୍ରୀ ବସ୍ ଉପରେ ଆକ୍ରମଣ ଘଟଣାରେ ଆତଙ୍କବାଦୀଙ୍କ ସ୍କେଚ୍ ଜାରି କରିଛି ପୋଲିସ । ଆତଙ୍କବାଦୀଙ୍କ ସ୍କେଚ୍…

1 min ago

ଶୀତଳଷଷ୍ଠୀରେ ପୁରୀରେ ବାଣ ଫୁଟା ଉପରେ କଟକଣା, ୧୪ ତାରିଖ ଯାଏ ୧୪୪ ଧାରା ଲାଗୁ

ପୁରୀ (କେନ୍ୟୁଜ): ଶୀତଳଷଷ୍ଠୀରେ ବାଣ ଫୁଟା ଉପରେ କଟକଣା। ଶୀତଳଷଷ୍ଠୀ ଅବସରରେ ପୁରୀର ବିଭିନ୍ନ ଶିବ ମନ୍ଦିରରେ ବାଣ ଫୁଟା…

7 mins ago

ଜମ୍ମୁ କଶ୍ମୀର ଡୋଡାରେ ସେନା କ୍ୟାମ୍ପରେ ଆକ୍ରମଣ, ୬ ଯବାନ ଆହତ

ଜମ୍ମୁ କଶ୍ମୀର ଡୋଡାରେ ସେନା କ୍ୟାମ୍ପ ଉପରେ ଆତଙ୍କବାଦୀ ଆକ୍ରମଣ ହୋଇଛି । ଏଥିରେ ୬ ଜଣ ଯବାନ ଆହତ…

37 mins ago

ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେବା ପୂର୍ବରୁ ମୋହନ ମାଝୀଙ୍କ ପାଇଁ ଆସିଲା ବଡ ଦୁଃଖଦ ଖବର

ଭୁବନେଶ୍ଵର (କେନ୍ୟୁଜ): ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେବାକୁ ଯାଉଥିବା କେନ୍ଦୁଝର ବିଧାୟକ ମୋହନ ମାଝୀଙ୍କ ପାଇଁ ଦୁଃଖଦ ଖବର । ମୁଖ୍ୟମନ୍ତ୍ରୀ…

40 mins ago

ପୁଣି ଥରେ ଦାଦନ ଦୁଃଖ: ୨୫୦ଶ୍ରମିକଙ୍କୁ ଅଧା ରାସ୍ତାରେ ଛାଡି ପଳାଇଲା ବସ୍

ଜୟପୁର (କେନ୍ୟୁଜ): ଅମାନୁଷିକତା ଭଳି ଗୋଟିଏ ବସରେ ଟାଇଁ ଟାଇଁ ଖରାରେ ଆସିଲେ ୨୫୦ ଦାଦନ ଶ୍ରମିକ । ରାସ୍ତାରେ…

51 mins ago

ଶୀତଳ ଷଷ୍ଠୀ ଯାତ୍ରାର ଆଜି ଶେଷ ଦିନ: ଯୁଗଳ ଦର୍ଶନ ପାଇଁ ଭକ୍ତଙ୍କ ପ୍ରବଳ ଭିଡ଼, ୪୦ ପ୍ଲାଟୁନ ଫୋର୍ସ ମୁତୟନ

ସମ୍ବଲପୁର/ ଚାନ୍ଦବାଲି (କେନ୍ୟୁଜ); ସମ୍ବଲପୁରର ପ୍ରସିଦ୍ଧ ଶୀତଳ ଷଷ୍ଠୀ ଯାତ୍ରାର ଆଜି ହେଉଛି ଶେଷ ଦିନ ।  ଗତକାଲି ବିଳମ୍ବିତ…

1 hour ago