ସୃପଣଖା ମଧ୍ୟ ଚାହୁଁଥିଲେ ନିଜ ଭାଇ ରାବଣର ସର୍ବନାଶ, ଜାଣନ୍ତୁ ରାମାୟଣକୁ ନେଇ ଏହି ଅଜଣା କଥା. . .

ସୃପଣଖା ରାବଣଙ୍କର ଭଉଣୀ,କିନ୍ତୁ ଆପଣ ଜାଣି ଆଶ୍ଚର୍ଯ୍ୟ ହେବେ ଯେ ସେ ମଧ୍ୟ ନିଜ ଭାଇର ସର୍ବନାଶ ଚାହୁଁଥିଲେ। ଏହା ପଛର ବହୁତ ବଡ କାରଣ ରହିଛି, ଯାହା ବିଷୟରେ ଆଜି ମଧ୍ୟ ବହୁତ ଲୋକ ଜାଣି ନାହାନ୍ତି। ଗ୍ରନ୍ଥ ଅନୁସାରେ, ରାବଣଙ୍କର ଭଉଣୀ ସୃପଣଖା ପଞ୍ଚବଟୀ ବନରେ ଭଗବାନ ରାମ ଏବଂ ରାବଣଙ୍କ ସାମ୍ନାରେ ବିବାହ ପ୍ରସ୍ତାବ ରଖିଥିଲେ ଏବଂ ମାତା ସୀତାଙ୍କୁ ମାରିବାକୁ ଚେଷ୍ଟା କରିଥିଲେ। ଏହି କଥାରେ କ୍ରୋଧିତ ହୋଇ ଲକ୍ଷ୍ମଣ ସୃପଣଖାଙ୍କର ନାକ କାଟି ଦେଇଥିଲେ। ଏହାର ପ୍ରତିଶୋଧ ନେବା ଲାଗି ରାବଣ ମାତା ସୀତାଙ୍କୁ ହରଣ କରିଥିଲେ। ଯେଉଁଥି ପାଇଁ ରାମ ତାଙ୍କର ବିନାଶ କରିଥିଲେ ।

surpanakhaକୁହାଯାଏ ଯେ ରାବଣର ସର୍ବନାଶ ହେବା ପରେ ମଧ୍ୟ ସୃପଣଖା ମାତା ସୀତାଙ୍କ ପିଛା ଛାଡି ନଥିଲେ। ଯେତେବେଳେ ଭଗବାନ ରାମ ଜଣେ ଧୋବା ଦ୍ବାରା ସୀତାଙ୍କ ଉପରେ ଆକ୍ଷେପ ଲଗାଇବା ପରେ ତାଙ୍କୁ ଛାଡି ଦେଇଥିଲେ। ସେତେବେଳେ ମାତା ସୀତା ଋଷି ବାଲ୍ମିକୀଙ୍କ ଆଶ୍ରମରେ ରହିଥିଲେ। ସେହି ସମୟରେ ସୃପଣଖାଙ୍କୁ ତାଙ୍କ ବନବାସ ବିଷୟରେ ସୂଚନା ମିଳିବାରୁ ସେ ତାଙ୍କୁ ଦେଖା କରିବାକୁ ଆସିଲେ।

sitaସୃପଣଖା ଋଷି ବାଲ୍ମିକୀଙ୍କ ଆଶ୍ରମରେ ପହଁଞ୍ଚି ମାତା ସୀତାଙ୍କୁ କହିଲା ଯେ ମୋର ଯେଉଁ ଅପମାନ ତୁମ ସ୍ବାମୀ ଏବଂ ଦିଅର କରିଥିଲେ, ତାହାର ପରିଣାମ ଆଜି ତୁମକୁ ମିଳୁଛି। ଏହି ବାକ୍ୟ ଉପରେ ମାତା ସୀତା ସୃପଣଖାଙ୍କୁ କହିଲେ ଯେ ତାଙ୍କର ଏହି ପ୍ରତିଶୋଧ ନିଆଁରେ ପୂରା ରାବଣ କୁଳ ନଷ୍ଟ ହୋଇ ସାରିଛି। ଏହା ଶୁଣି ସୃପଣଖା ନିଜ ଭୁଲ ବୁଝି ପାରି ସେଠାରୁ ଚାଲିଗଲେ।

ravanରାମାୟଣ ଅନୁଯାୟୀ ସୃପଣଖା ନିଜର ଭାଇ ରାବଣର ଏଥିପାଇଁ ବିନାଶ ଚାହୁଁଥିଲେ କାରଣ ରାବଣ ତା ସ୍ବାମୀର ବଧ କରିଥିଲେ। ସୃପଣଖାର ସ୍ବାମୀଙ୍କ ନାମ ଥିଲା ବିଦ୍ୟୁତଜିହ୍ବ । ସେ କାଳକେୟ ନାମକ ରାଜାଙ୍କର ସେନାପତି ଥିଲେ। ରାବଣ ଯେତେବେଳେ ବିଶ୍ବ ବିଜୟରେ ବାହାରିଥିଲେ ସେତେବେଳେ କାଳକେୟଙ୍କ ସହିତ ତାଙ୍କର ସାମ୍ନା ହୋଇଥିଲା। ଏହି ଯୁଦ୍ଧରେ ମଧ୍ୟ ତାଙ୍କୁ ଲଢ଼ିବାକୁ ପଡ଼ିଥିଲା ସୃପଣଖା ସ୍ବାମୀଙ୍କ ସହିତ, ଯେଉଁଥିରେ ରାବଣ ତାଙ୍କର ବଧ କରିଦେଇଥିଲେ। ସେବେ ଠାରୁ ସୃପଣଖା ମନ ଭିତରେ ରାବଣକୁ ଅଭିଶାପ ଦେଇଥିଲେ ଯେ ମୋ କାରଣରୁ ହିଁ ତୋର ସର୍ବନାଶ ହେବ।