ପୋଲିସ ବାବୁଙ୍କ ନାଁରେ ଲଭ୍-ସେକ୍ସ-ଧୋକା ଅଭିଯୋଗ, ଗିରଫ ହେଲେ ଏସଆଇ

ଚାକିରି ପୂର୍ବରୁ ଅନେକ ସ୍ବପ୍ନ ଦେଖାଇଥିଲେ । କହିଥିଲେ ପୋଲିସ ଚାକିରି ମିଳିଗଲେ ଆମେ ବାହା ହେବା। ମାତ୍ର ପୋଲିସ ଚାକରି ପାଇବା ପରେ ସେ ସବୁ ଭୁଲିଗଲେ । ସବୁ କଥା ମିଛ ଥିଲା । ଏସବୁ କହି କେବଳ ମନ ରଖୁଥିଲେ । ଯାହା ଉପରେ ଭରଷା କରି ବେଶ କିଛି ଆଗେଇ ଯାଇଥିଲା ସମ୍ପର୍କ ସେହି ପ୍ରେମିକ ଏବେ ଧୋକା ଦେଲା । ଏକଥା ଆମେ କହୁନୁ କହୁଛନ୍ତି ଏହି ମହିଳା ଜଣକ….
ହଁ ଆଜ୍ଞା, ପୋଲିସ ବାବୁଙ୍କ ନାଁରେ ଲଭ୍-ସେକ୍ସ-ଧୋକା ଭଳି ଅଭିଯୋଗ ଆସିଛି । ପୋଲିସ ଚାକିରି ପୂର୍ଵରୁ ନାରୀକୁ ସୁରକ୍ଷା ଦେବେ ବୋଲି ଶପଥ ନେଲେ । ମାତ୍ର ପୋଲିସ ଚାକରି ପାଇବା ପରେ ଭୁଲିଗଲେ ଯୁବତୀକୁ ଦେଇଥିବା ବିବାହ ପ୍ରତିଶୃତି। ଯେଉଁଥିପାଇଁ ଆଜି ପୋଲିସକୁ ବାନ୍ଧିଛି ପୋଲିସ । ୨୦୧୭ ମସିହାରେ ଯୁବତୀ ଜଣକ ବାଲିଆପାଳ ଶାରୀରିକ ବିଦ୍ୟାଳୟରେ BPED(Bachelor of Physical Education) ପାଠ ପଢୁଥିଲେ । ସେହି ସମୟରେ ବଡ଼ ତଳପଦା ଗାଁର ପୁର୍ଣ୍ଣ ଚନ୍ଦ୍ର ସାହୁଙ୍କ ପୁଅ ବିଜୟ କୁମାର ସାହୁଙ୍କୁ ପ୍ରଥମେ ପ୍ରେମ ପରେ ମନ୍ଦିରରେ ବିବାହ ଏବଂ ପରେ ଶାରୀରିକ ସମ୍ପର୍କ ରଖିଥିଲେ।
ବିଜୟ ପୋଲିସ ବିଭାଗରେ sub inspector(sog) ଟ୍ରେନିଂରେ ଥଲେ । ଚାକିରି ପାଇବା ପରେ ସ୍ତ୍ରୀ ହୋଇ ଘରକୁ ନେବେ ବୋଲି ପ୍ରତିଶୃତି ଦେଲେ। ମାତ୍ର ପୋଲିସ ଚାକିରି ପାଇବା ପରେ ଏବେ ବିବାହ କରିବେ ନାହିଁ ବୋଲି ମନା କଲେ । ବିଜୟମାଲକାନଗିରି ଜିଲ୍ଲାରେ ସବ୍ ଇନସପେକ୍ଟର ଭାବେ କାର୍ଯ୍ୟ କରୁଛନ୍ତି । ଯୁବତୀ ଜଣକ ପ୍ରତାରଣାର ଶିକାର ହେବା ପରେ ଗତ ଡିସେମ୍ବର ମାସରେ ବାଲିଆପାଳ ଥାନାରେ ଲିଖିତ ଅଭିଯୋଗ କରିଥିଲେ । ଅଭିଯୋଗ ପରେ ବାଲିଆପାଳ ପୋଲିସ ବିଜୟ ସାହୁଙ୍କୁ ଗିରଫ କରିଛନ୍ତି । ଏନେଇ ଯୁବତୀ ଜଣକ ନ୍ୟାୟ ପାଇଁ ମୁଖ୍ୟମନ୍ତ୍ରୀଙ୍କୁ ନିବେଦନ କରିଛନ୍ତି ।
Also Read:ବାର୍ଦ୍ଧକ୍ୟ ଭତ୍ତା ପାଇଁ ମାଆକୁ କାନ୍ଧରେ ବୋହି ବୋହି ଆଣିଲେ ଅଫିସ