ଘରୁ ପିମ୍ପୁଡ଼ି ବାହାରିବା ବି ଦିଏ ଶୁଭ-ଅଶୁଭ ସଙ୍କେତ, ଜାଣନ୍ତୁ କେଉଁ ପଟୁ ପିମ୍ପୁଡ଼ି ଆସିବା ଦିଏ କି ସୂଚନା

ଘରେ ପିମ୍ପୁଡ଼ି ଜନ୍ଦାଙ୍କ ଚଳପ୍ରଚଳ ମଧ୍ୟ ଜୀବନରେ ହେବାକୁ ଥିବା କେତେକ ଜିନିଷର ସଙ୍କେତ ଦେଇଥାଏ। ଘରୁ ପିମ୍ପୁଡ଼ି ବାହାରିବା ଏକ ସାଧାରଣ କଥା କହି ଆମେ ସାଧାରଣତଃ ଅଣଦେଖା କରିଥାଉ। କିନ୍ତୁ ବାସ୍ତୁ ଅନୁସାରେ ଏହାର ବି କିଛି ଅର୍ଥ ରହିଛି। ଏହା ଆମକୁ ଭବିଷ୍ୟତର ସୂଚନା ଦେଇଥାଏ। ପିମ୍ପୁଡ଼ି ଘରେ ଉପର ଆଡ଼କୁ ଯାଆନ୍ତି କିମ୍ବା ତଳକୁ ଆସନ୍ତି। ସେହିପରି ନାଲି ପିମ୍ପୁଡ଼ି ଓ କଳା ପିମ୍ପୁଡ଼ି ଭିନ୍ନ ଭିନ୍ନ ସଙ୍କେତ ଦେଇଥାନ୍ତି।

ଯଦି ଘରକୁ କଳା ପିମ୍ପୁଡ଼ି ଆସୁଛନ୍ତି ତେବେ ଏହାର ଅର୍ଥ ହେଉଛି ଖୁବ୍‌ଶୀଘ୍ର ଘରକୁ ସୁଖ ଓ ଐଶ୍ୱର୍ଯ୍ୟ ଆସିବ। କଳା ପିମ୍ପୁଡ଼ିକୁ ଚିନି, ଅଟା ଆଦି ଖାଦ୍ୟ ଦେବା ଶୁଭ ହୋଇଥାଏ। ଚାଉଳ ବସ୍ତାରୁ ପିମ୍ପୁଡ଼ି ବାହାରିବା ଅତ୍ୟନ୍ତ ଶୁଭ ହୋଇଥାଏ। ଏଭଳି ସଙ୍କେତର ଅର୍ଥ କିଛି ଦିନ ଭିତରେ ଆପଣଙ୍କ ଧନ ବୃଦ୍ଧି ହେବ। ଏହି ସଙ୍କେତ ଦେଖାଉଥିଲେ ଘରର ଆର୍ଥିକ ସ୍ଥିତି ମଜଭୁତ ହୋଇଥାଏ।

ant

ମାତ୍ର ଯଦି ଘରେ ନାଲି ପିମ୍ପୁଡ଼ି ବୁଲୁଛନ୍ତି ତେବେ ସାବଧାନ ହୋଇଯାଆନ୍ତୁ। ନାଲି ପିମ୍ପୁଡ଼ିଙ୍କୁ ଅଶୁଭ ବିବେଚନା କରାଯାଏ। ନାଲି ପିମ୍ପୁଡ଼ି ଥିଲେ ସମସ୍ୟା, ବିବାଦ, ଖର୍ଚ୍ଚ ଭଳି ସମସ୍ୟା ଦେଖାଦେଇଥାଏ। ନାଲି ପିମ୍ପୁଡ଼ି ଘରେ ପ୍ରବେଶ କରିବା ଅଶୁଭ ହୋଇଥାଏ। କିନ୍ତୁ ଯଦି ନାଲି ପିମ୍ପୁଡ଼ି ମୁହଁରେ ଅଣ୍ଡା ଧରି ଘରୁ ବାହାରକୁ ବାହାରୁଥାନ୍ତି ତେବେ ତାହା ଶୁଭ ହୋଇଥାଏ। ପିମ୍ପୁଡ଼ିକୁ ଖାଦ୍ୟ ପଦାର୍ଥ ଦେବା ଉଚିତ୍‌। ବାସ୍ତୁ ଅନୁସାରେ ଯଦି ପିମ୍ପୁଡ଼ି ଆପଣଙ୍କ ଘରେ ଭୋକିଲା ରହିବ ତେବେ ତାହାକୁ ଅଶୁଭ ଧରାଯାଏ।

ant2

ଦିଗ ଅନୁସାରେ ପିମ୍ପୁଡ଼ି ଆସିବା ବି ଶୁଭ ହୋଇଥାଏ:

ଯଦି କଳା ପିମ୍ପୁଡ଼ି ଉତ୍ତର ପଟୁ ଘରକୁ ଆସୁଛି ତେବେ ଏହା ଏକ ଶୁଭ ସଙ୍କେତ। ଦକ୍ଷିଣ ପଟୁ ପିମ୍ପୁଡ଼ି ଆସିଲେ ଏହା ଲାଭଦାୟକ ହୋଇଥାଏ। ପୂର୍ବଦିଗରୁ ପିମ୍ପୁଡ଼ି ଆସିବା ସକରାତ୍ମକ ସୂଚନା ଦେଇଥାଏ। ପଶ୍ଚିମଆଡ଼ୁ ପିମ୍ପୁଡ଼ି ଆସିବା ଆପଣଙ୍କ ଭ୍ରମଣ ଯୋଗର ସଙ୍କେତ ଦିଏ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.