ଗୋଟିଏ ବର୍ଗରର ଦାମ ୨୯ ହଜାର ଟଙ୍କା ! ଜାଣନ୍ତୁ କେଉଁ ବିଶେଷ କାରଣ ବଢ଼ାଇଛି ଏହାର ମୂଲ୍ୟ……

ଭାରତୀୟ ମାନେ ଷ୍ଟ୍ରିଟ ଫୁଡ ବା ରାସ୍ତା କଡ଼ରେ ମିଳୁଥିବା ଖାଦ୍ୟ ଖାଇବାକୁ ଖୁବ ପସନ୍ଦ କରନ୍ତି । ଅଳ୍ପ ଖର୍ଚ୍ଚରେ ପେଟଭର୍ତ୍ତି ଖାଦ୍ୟ ମିଳୁଥିବାରୁ ଏହା ମଧ୍ୟବର୍ଗୀୟ, ନିମ୍ନ ମଧ୍ୟ ବର୍ଗିୟ ଲୋକଙ୍କର ପ୍ରଥମ ପସନ୍ଦ ହୋଇଥାଏ । ଆପଣ ଜାଣି ଆଶ୍ଚର୍ଯ୍ୟ ହେବେ କମ ଦରରେ ଅଧିକ ଖାଦ୍ୟ ଭାରତୀୟ ଷ୍ଟ୍ରିଟ ଫୁଡରେ ହିଁ ମିଳିପାରିଥାଏ । ଏଠାକାର ସଡ଼କରେ ଆପଣ ଚାଇନିଜ ଠାରୁ ଆରମ୍ଭ କରି ଇଟାଲୀୟର ପର୍ଯ୍ୟନ୍ତ ଭଳି ଭଳିକା ଖାଦ୍ୟ ପାଇପାରିବେ । ଟେଷ୍ଟି ଚାଓମିନ, ଚାଟ ଠାରୁ ଆରମ୍ଭ କରି ବର୍ଗର ପର୍ଯ୍ୟନ୍ତ ଖାଦ୍ୟ ମାତ୍ର ୨୦ ଟଙ୍କାରୁ ୫୦ ଟଙ୍କା ଭିତରେ ସହଜରେ ପାଇପାରିବେ । ଏହା ସହ ବରା, ଚୋଲେ ଭଟୋରେ, ଗୁପଚୁପ ପରି ଦେଶୀ ଖାଦ୍ୟର ସମ୍ଭାର ବି ବେଶ ଜମିଥାଏ । କିନ୍ତୁ ଆଜି ଆମେ ଆପଣଙ୍କୁ ଏମିତି ଏକ ଦୋକାନ ବିଷୟରେ କହିବାକୁ ଯାଉଛୁ, ଯେଉଁଠି ଗୋଟିଏ ବର୍ଗର ଖାଇବା ପାଇଁ ଆପଣଙ୍କୁ ୨୯ ହଜାର ପର୍ଯ୍ୟନ୍ତ ଟଙ୍କା ଖର୍ଚ୍ଚ କରିବାକୁ ପଡିବ ।
ରାଜଧାନୀ ଦିଲ୍ଲୀ ସ୍ଥିତ ଗୀତା କଲୋନୀର “ବୀର ଜି ବର୍ଗର ଦୋକାନ”ରେ ୩୫ ରୁ ୪୦ ପ୍ରକାର ପର୍ଯ୍ୟନ୍ତ ଭଳି ଭଳିକା ବର୍ଗର ମିଳିଥାଏ । ଏଠାରେ ମିଳୁଥିବା ପ୍ରସିଦ୍ଧ ସଲାମି ବର୍ଗରର ଦର ୧୩ ହଜାର ଟଙ୍କା ରଖା ଯାଇଥିବା ବେଳେ ଆଉ ଏକ ସ୍ପେଶାଲ ବର୍ଗର ମୂଲ୍ୟ ୧୬ ହଜାର ଟଙ୍କା ପର୍ଯ୍ୟନ୍ତ ରହିଥିବା ଜଣାଯାଇଛି । ଏହି ସ୍ପେଶାଲ ବର୍ଗର ଏକ ପ୍ରକାର ଭେଜ ବା ନିରାମିଷ ମାଛରୁ ପ୍ରସ୍ତୁତ ହୋଇଥାଏ । ଏକ ସ୍ୱତନ୍ତ୍ର ଶୈଳୀରେ ଦୋକାନୀ ଏହାକୁ ପ୍ରସ୍ତୁତ କରିଥାନ୍ତି । ଏକ ବିଶେଷ ଶୈଳୀରେ ସ୍ୱତନ୍ତ୍ର ଜିନିଷ ଆଦିକୁ ବ୍ୟବହାର କରି ଏହାକୁ ପ୍ରସ୍ତୁତ କରାଯାଉଥିବାରୁ ଏହାର ମୂଲ୍ୟ ଅଧିକ ରହିଛି ବୋଲି ନିଜେ ଦୋକାନୀ ହିଁ କହିଛନ୍ତି । ଏହି ସ୍ପେଶାଲ ବର୍ଗରର ସ୍ୱାଦ ନେବା ପାଇଁ ଦୂରଦୂରାନ୍ତରୁ ଲୋକଙ୍କ ସୁଅ ମଧ୍ୟ ଛୁଟିଥାଏ ।