ସ୍ପେଶାଲ

ପରିସ୍ଥିତି ଶିଖାଇଲା ଜୀବନ ଜିଇଁବାର କଳା, ଦିନେ ଖାଇବାକୁ ପାଉନଥିବା ମଣିକନ୍ଦନ ଏବେ ପୋଲିସ ଅଫିସର

ଜୀବନ କେବେ ପତର ତଳେ ତ ଆଉ କେବେ ପଥର ତଳେ। ସମୟର ସ୍ରୋତ କେବେ କାହାକୁ ନେଇ କେଉଁଠି ପହଞ୍ଚାଇଥାଏ ତାହା ସମସ୍ତଙ୍କୁ ଅଜଣା। କିଏ ସୂର୍ଯ୍ୟଙ୍କ ପରି ଚମକେ ତ ଆଉ କିଏ ଭାଗ୍ୟ କାରଣରୁ ଅସ୍ତ ହୋଇଯାଏ। ହେଲେ ଜିତେ ସିଏ ଯାହା ପାଖରେ ପରିସ୍ଥିତିକୁ ଲଢ଼ିବା ପାଇଁ ଶକ୍ତି ଥାଏ। ଏମିତି ଏକ ଉଦାହରଣ ଦେଖିବାକୁ ମିଳିଛି ଚେନ୍ନାଇରେ।

ଚେନ୍ନାଇର ମଣିକନ୍ଦନ ଏବେ ସମସ୍ତଙ୍କ ପାଇଁ ଚର୍ଚ୍ଚାର ବିଷୟ ପାଲଟିଛନ୍ତି। ମଣିକନ୍ଦନ ୨ୟ ଶ୍ରେଣୀରେ ପଢ଼ୁଥିବା ସମୟରେ ତାଙ୍କ ବାପାଙ୍କର ମୃତ୍ୟୁ ଘଟିଥିଲା। ଘର ଅବସ୍ଥା ଠିକ୍‌ ନଥିବାରୁ ତାଙ୍କ ମା’ ତାଙ୍କୁ ଅନାଥ ଆଶ୍ରମ ପଠାଇଦେଇଥିଲେ। ପରେ ତାଙ୍କର ସ୍କୁଲରେ ଆଡମିଶନ କରାଯାଇଥିଲା।
୭ମ ଶ୍ରେଣୀରେ ପଢ଼ୁଥିବା ବେଳେ ତାଙ୍କ ମା’ ଆତ୍ମହତ୍ୟା କରିଥିଲେ। ଏତେ ଦୁଃଖରେ ମଧ୍ୟ ସେ ଭାଙ୍ଗିପଡିନଥିଲେ। ପରିସ୍ଥିତିର ସାମ୍ନା କରିବା ସହ ଭବିଷ୍ୟତ ପାଇଁ ନିଜକୁ ପ୍ରସ୍ତୁତ କରୁଥିଲେ। ପିଲାଦିନରୁ ସେ ପୋଲିସ ଅଫିସର ହେବାକୁ ଚାହୁଁଥିଲେ।

pc: the talks today

ଅନାଥ ଆଶ୍ରମର କେୟାର ଟେକର ପରିଭାସ୍କର ପାଠପଢ଼ା ପାଇଁ ମଣିକନ୍ଦନଙ୍କୁ ଅନେକ ସାହାଯ୍ୟ କରୁଥିଲେ। ପରେ ଜଣେ ଡାକ୍ତର ଆସି ତାଙ୍କର ପାଠପଢ଼ା ନିମିତ ସମସ୍ତ ଖର୍ଚ୍ଚ ବହନ କରିଥିଲେ। ମଣିକନ୍ଦନ Criminologyରେ ସ୍ନାତକ କରିବା ପରେ ୨୦୦୭ରେ ସଶସ୍ତ୍ର ରିଜର୍ଭ ବଲରେ ଆବେଦନ କରିଥିଲେ। ୧୩୦୦୦ ଆଶାୟୀପ୍ରାର୍ଥୀଙ୍କ ମଧ୍ୟରୁ ୪୨୩ ସ୍ଥାନରେ ରହିଲେ। ଏବେ ସେ ଅମ୍ବତୁର ଉଦ୍ୟୋଗିକ କ୍ଷେତ୍ରର ପୋଲିସ ଷ୍ଟେସନରେ ନିୟୋଜିତ ଅଛନ୍ତି।

ବାସ୍ତବିକ, ଅନେକ ସମୟରେ ଆମକୁ ଅନେକ ପରୀକ୍ଷା ଦେବାକୁ ପଡିଥାଏ। ଏହାକୁ ଯିଏ ପାସ୍‌ କରେ ସେ ହିଁ ଜୀବନ ଜିଇଁବାର କଳା ଶିଖିଯାଏ। ମଣିକନ୍ଦନଙ୍କ ଏହି ଚେଷ୍ଟା ସମସ୍ତଙ୍କ ପାଇଁ ଉଦାହରଣ ସାଜିଛି। ଯେଉଁଠି ସାଧାରଣ ଲୋକ ପରିସ୍ଥିତିର ସାମ୍ନା କରି ପାରୁନାହାନ୍ତି, ସେଇଠି ମଣିକନ୍ଦନ ଅନାଥ ହୋଇ ମଧ୍ୟ ପରିସ୍ଥିତି ସହ ଲଢ଼ି କଷ୍ଟ କରି ଚାଲିଲେ। କଠିନ ପରିଶ୍ରମ ଆଗରେ ସବୁ କିଛି ହାର ମାନିଥାଏ, ତାହା ସେ ପ୍ରମାଣ କରି ଦେଖାଇଲେ।

KNews Bureau

Recent Posts

ଦିଲ୍ଲୀ: ମଧ୍ୟରାତ୍ରିରେ ଘରେ ଲାଗିଲା ଭୟଙ୍କର ନିଆଁ, ଅଣନିଃଶ୍ୱାସୀ ହୋଇ ଚାଲିଗଲା ପରିବାରର ୪ ଜୀବନ

ରାଜଧାନୀ ଦିଲ୍ଲୀର ପ୍ରେମ୍‌ ନଗରରେ ଘଟିଛି ଏକ ଭୟାବହ ଅଗ୍ନିକାଣ୍ଡ । ଏଠାରେ ଘରେ ନିଆଁ ଲାଗି ପରିବାରର ୪…

34 mins ago

ଟି୨୦ ବିଶ୍ୱକପ : ବାଂଲାଦେଶକୁ ହରାଇ ସେମିଫାଇନାଲରେ ଏଣ୍ଟ୍ରି କଲା ଆଫଗାନିସ୍ତାନ, ୮ ରନରେ ମ୍ୟାଚ ହାତେଇଲା ରାଶିଦ ବାହିନୀ

ଆଇସିସି ଟି୨୦ ବିଶ୍ୱକପ ସେମିଫାଇନାଲରେ ପ୍ରବେଶ କରିଛି ଆଫଗାନିସ୍ତାନ । ବାଂଲାଦେଶକୁ ଡିଏଲଏସ ନିୟମରେ ହରାଇ ସେମିରେ ପ୍ରବେଶ କରିଛି…

45 mins ago

ବର୍ଷା ହେଲେ ଅଯୋଧ୍ୟା ରାମ ମନ୍ଦିର ଛାତରୁ ଗଳୁଛି ପାଣି, ଚିନ୍ତା ପ୍ରକଟ କଲେ ମୁଖ୍ୟ ପୁରୋହିତ

ଅଯୋଧ୍ୟା: ସବୁ ପ୍ରତୀକ୍ଷାର ଅନ୍ତ ଘଟି ଅଯୋଧ୍ୟାରେ ପ୍ରଭୁ ଶ୍ରୀରାମଙ୍କ ପ୍ରାଣ ପ୍ରତିଷ୍ଠା ହୋଇସାରିଥିବାବେଳେ, ପ୍ରଭୁ ଶ୍ରୀରାମ ଅଯୋଧ୍ୟା ମନ୍ଦିରରେ…

58 mins ago

ରିଲ୍ସ ପାଇଁ ବିପଜ୍ଜନକ ଷ୍ଟଣ୍ଟ, ସମୁଦ୍ରରେ ପାଣିରେ ବୁଡ଼ିଲା ମହିନ୍ଦ୍ରା ଥାର

ଆପଣ ପ୍ରତ୍ୟେକ ଦିନ ଅନେକ ରିଲ୍ସ ନିଶ୍ଚିତ ଦେଖୁଥିବେ । ଲୋକମାନେ ରିଲ୍ସ କରିବା ପାଇଁ ନିଜ ଜୀବନକୁ ବାଜି…

1 hour ago

ଦୂଷିତ ହେବାରେ ଲାଗିଛି ନଦୀ ଜଳ, ପାଣିରେ ଭାସୁଛନ୍ତି କୁଢ଼ କୁଢ଼ ମାଛ

ପିପିଲି : ପାଣିରେ ଭାସୁଛନ୍ତି କୁଢ଼ କୁଢ଼ ମାଛ । ରାଜୁଆ ନଦୀରେ ମରି ପଡିଛନ୍ତି ମଲା ମାଛ ।…

1 hour ago

ବିରିୟାନୀରେ ମିଳିଲାନି ଚିକେନ୍‌ ଲେଗ୍‌ ପିସ୍‌ , ବିବାହ ସମାରୋହ ପାଲଟିଲା ରଣକ୍ଷେତ୍ର

ବିବାହ ସମାରୋହରେ ହେଲା ମହାଭାରତ । ବର ବାହା ହେବ କଣ ଗଣ୍ଡଗୋଳରେ ମାତିଗଲା । ଯିଏ ଯାହାକୁ ପାରିଲା…

2 hours ago