‘ମୁଁ ଆଉ ୬ ମାସ ବଞ୍ଚିବି, ମୋ ବାପା ମା’ଙ୍କୁ କହିବନି’: ଡାକ୍ତରଙ୍କୁ ଗୁହାରି କଲା ୬ ବର୍ଷ ପିଲା, ପୁରୁଣା ଟ୍ବିଟ ଭାଇରଲ

ନିଜ ପିଲାକୁ ବାପା ମା’ କେତେ ଭଲପାଆନ୍ତି, ତାହା ବର୍ଣ୍ଣନା କରିବା ହୁଏତ ଦରକାର ନାହିଁ । ପିଲାର ସବୁ ଅଳିଅଝଟ ସହି ପିଲାପାଇଁ ସବୁକିଛି କରିବାକୁ ପ୍ରସ୍ତୁତ ରୁହନ୍ତି। ନିଜେ ନ ଖାଇ ମଧ୍ୟ ପିଲାର ଯେପରି ଅଭାବ ନ ହୁଏ, ସେଥିପାଇଁ ସବୁ ଧ୍ୟାନ ଦିଅନ୍ତି । ପିଲାକୁ ସାମାନ୍ୟ ଆଘାତ ଲାଗିଲେ ମଧ୍ୟ ସହିପାରନ୍ତି ନାହିଁ। ହେଲେ ଏହି ପିଲା ବେଳେ ନିଜ ବାପା ମା’ଙ୍କ ପ୍ରତି ନିଜର କର୍ତ୍ତବ୍ୟ ଭୁଲି ଯାଆନ୍ତି । ବାପା ମା’ଙ୍କୁ ପଚାରନ୍ତି ନାହିଁ। ତାଙ୍କ ପ୍ରତି ଅବହେଳା କରନ୍ତି। ହେଲେ ଏଠାରେ ଯେଉଁ ଘଟଣା ଘଟିଛି, ତାହା ହୁଏତ ଆପଣଙ୍କ ହୃଦୟକୁ ଆଘାତ ଦେଇପାରେ। କିଭଳି ଜଣେ ୬ ବର୍ଷର ଶିଶୁ କ୍ୟାନସରରେ ପୀଡିତ ହୋଇଥିବାରୁ ନିଜ ବାପା ମା’ଙ୍କୁ ନ ଜଣାଇବା ପାଇଁ ଡାକ୍ତରଙ୍କୁ ଗୁହାରି କରିଛନ୍ତି । ଯାହା ଏବେ ଭାଇରଲ ହେବାରେ ଲାଗିଛି ।
ଖବର ମୁତାବକ, ହାଇଦ୍ରାବାଦର ୬ ବର୍ଷର ଶିଶୁ ମନୁ ତାଙ୍କୁ କର୍କଟ ହେବା ଜାଣିବା ପରେ ଡାକ୍ତରଙ୍କୁ ଗୁହାରି କରିଛନ୍ତି। ମନୁ ଡାକ୍ତରଙ୍କୁ କହିଥିଲେ କି, ମୋତେ କ୍ୟାନସର ହୋଇଛି ଜାଣିବା ପରେ ମୋ ବାପା ମା’ ଦୁଃଖରେ ଭାଙ୍ଗିପଡିଥିଲେ । ଆଉ ମୁଁ ଜାଣିଛି, ମୁଁ ଆଉ ୬ ମାସ ମାତ୍ର ବଞ୍ଚିବି। ତେଣୁ ଏହା ବିଷୟରେ ସେମାନେ ଜାଣିଲେ ଚିନ୍ତିତ ହୋଇପଡିବେ। ବ୍ୟସ୍ତ ବିବ୍ରତ ହୋଇପଡିବେ । ସେମାନେ ମୋତେ ବହୁତ ଭଲ ପାଆନ୍ତି । ତେଣୁ ଆପଣଙ୍କୁ ଅନୁରୋଧ ଆପଣ ମୋର ଏହି ରୋଗ ବିଷୟରେ ମୋ ବାପା ମା’ଙ୍କୁ ଜଣାଇବେ ନାହିଁ ।
6-yr old to me: “Doctor, I have grade 4 cancer and will live only for 6 more months, don’t tell my parents about this”
1. It was another busy OPD, when a young couple walked in. They had a request “Manu is waiting outside. He has cancer, but we haven’t disclosed that to him+— Dr Sudhir Kumar MD DM🇮🇳 (@hyderabaddoctor) January 4, 2023
ଡାକ୍ତର କୁନି ପିଲାର ଆବେଦନ ଜାଣିବା ପରେ ଆଶ୍ଚର୍ଯ୍ୟ ହୋଇଯାଇଥିଲେ । କିଛି ସମୟ ପାଇଁ କ’ଣ କହିବେ ଚିନ୍ତା କରିପାରିନଥିଲେ । ହାଇଦ୍ରାବାଦ୍ର ଆପୋଲ୍ ହସ୍ପିଟାଲର ନ୍ୟୁରୋଲୋଜିଷ୍ଟ ଡକ୍ଟର ସୁଧୀର ଗୁପ୍ତା ନିଜ ଟ୍ବିଟର୍ ଆକାଉଣ୍ଟରେ ଏହା ସେୟାର କରିଛନ୍ତି। ସେ ତାଙ୍କ ଟ୍ବିଟର୍ ଆକାଉଣ୍ଟରେ ଲେଖିଛନ୍ତି, ‘୬ ବର୍ଷର ପିଲା ମୋତେ କହିଲା, ସାର୍ ମୋତେ କର୍କଟ ହୋଇଛି ଓ ମୁଁ ଏବେ ୪ର୍ଥ ଷ୍ଟେଜରେ ରହିଛି। ଆଉ ୬ ମାସ ବଞ୍ଚିବି। ମୁଁ ଏସବୁ କଥା ଇଣ୍ଟରନେଟ ପଢ଼ିକି ଜାଣିସାରିଛି। ହେଲେ ଏକଥା ମୋ ମାଆବାପାଙ୍କୁ ଜଣାଇବେନି।’
ଅନ୍ୟ ଏକ ଟ୍ବିଟରେ ଡାକ୍ତର ଜଣକ ଲେଖିଛନ୍ତି ଯେ, ପରେ ଏମିତି ସମାନ କଥା ମନୁଙ୍କ ବାପା ମା’ ମୋତେ କହିଥିଲେ । ମନୁର ବାପାମାଆ ଡାକ୍ତରଙ୍କୁ ଅନୁରୋଧ କରି ରୋଗ ବିଷୟରେ ମନୁକୁ ନକହିବା ପାଇଁ କହିଥିଲେ। ସେମାନେ କହିଥିଲେ ଯେ ମନୁକୁ ଆମେ କର୍କଟ ବିଷୟରେ ଲୁଚାଇଛୁ, ଆପଣ ବି କହିବେନି।
ତେବେ ଖବର ମୁତାବକ, ମନୁ ଆଉ ଏ ଦୁନିଆରେ ନାହାନ୍ତି। ଏହି ଘଟଣା କିଛିଦିନ ତଳର । କିନ୍ତୁ ଯାହାର ଟ୍ଵିଟ୍ ଏବେ ଭାଇରଲ ହେବାରେ ଲାଗିଛି ।