ସନ୍ତାନର ଦୀର୍ଘାୟୁ ପାଇଁ ମହିଳା କରନ୍ତି ସ୍କନ୍ଧ ଷଷ୍ଠୀ ବ୍ରତ, ଜାଣନ୍ତୁ କେମିତି କରିବେ ପୂଜା

ହିନ୍ଦୁ କ୍ୟାଲେଣ୍ଡର ଅନୁସାରେ ପ୍ରତ୍ୟେକ ମାସର ଶୁକ୍ଳପକ୍ଷ ଷଷ୍ଠୀ ତିଥିରେ ସ୍କନ୍ଧ ଷଷ୍ଠୀ ବ୍ରତ କରାଯାଏ। ଏହିଦିନ ଭଗବାନ ଶିବ ଓ ମାତା ପାର୍ବତୀଙ୍କ ପୁତ୍ର କାର୍ତ୍ତିକେୟଙ୍କୁ ସମର୍ପିତ। ଏହା କୁମାର ଷଷ୍ଠୀ ନାମରେ ମଧ୍ୟ ଜଣା। ଧାର୍ମିକ ମାନ୍ୟତା ଅନୁସାରେ ଏହିଦିନ ମହିଳାମାନେ ସନ୍ତାନର ଦୀର୍ଘାୟୁ ପାଇଁ ବ୍ରତ କରନ୍ତି। ଆଉ ଭଗବାନ ସେବାନଙ୍କ ସବୁ ମନସ୍କାମନା ପୂର୍ଣ୍ଣ କରି ଆଶୀର୍ବାଦ ଦିଅନ୍ତି। ଆଉ ଭଗବାନ ସେବାନଙ୍କ ସବୁ ମନସ୍କାମନା ପୂର୍ଣ୍ଣ କରି ଆଶୀର୍ବାଦ ଦିଅନ୍ତି। ସ୍କନ୍ଧ ଷଷ୍ଠୀ ବ୍ରତ କରିବାର ଶୁଭ ମୁହୂର୍ତ୍ତ ଏବଂ ପୂଜା ବିଧି ବିଷୟରେ ଜାଣନ୍ତୁ…

ଆଷାଢ ମାସ ଶୁକ୍ଲ ପକ୍ଷ ତିଥିରେ ସ୍କନ୍ଧ ଷଷ୍ଠୀ ଆରମ୍ଭ ହୋଇଥାଏ। ଆଜି ସନ୍ଧ୍ୟା ୭.୩୦ ପର୍ଯ୍ୟନ୍ତ ତିଥି ରହିବ। ଏହି ସମୟରେ ମହିଳାମାନେ ଭଗବାନ କାର୍ତ୍ତିକେୟଙ୍କ ଆଶୀର୍ବାଦ ପାଇଁ ବ୍ରତ କରିଥାନ୍ତି।

ପୂଜା ବିଧି : ସ୍କନ୍ଧ ଷଷ୍ଠୀ ଦିନ ସକାଳୁ ଉଠିବ ସ୍ନାନ କରିବା ପରେ ସ୍ୱଚ୍ଛ ପୋଷାକ ପିନ୍ଧି ବ୍ରତ ଧାରଣ କରନ୍ତୁ। ପରେ ଭଗବାନ କାର୍ତ୍ତିକେୟଙ୍କୁ ଧ୍ୟାନ କରି ବ୍ରତ ସଙ୍କଳ୍ପ ନିଅନ୍ତୁ। ଏହା ପରେ ଘରର ପୂଜା ଘରକୁ ସଫା କରିବା ପରେ ଭଗବାନ ଶିବ, ପାର୍ବତୀ ଏବଂ କର୍ତ୍ତିକଙ୍କୁ ପୂଜା କରନ୍ତୁ। ପୂଜା ସାମଗ୍ରୀରେ ଫୁଲ ମାଳ, ଖୁଆ, ଅକ୍ଷତ, ସିନ୍ଦୁର, ଚନ୍ଦନ ରଖନ୍ତୁ। ଧାର୍ମିକ ମାନ୍ୟତା ଅନୁସାରେ ଶିବଙ୍କୁ ଧଳା ଚନ୍ଦନ ଲଗାନ୍ତୁ। ଆଉ କାର୍ତ୍ତିକେୟଙ୍କୁ ସିନ୍ଦୁର ତିଳକ ଲଗାନ୍ତୁ। ଏହାପରେ ଭୋଗ ଲଗାନ୍ତୁ ଏବଂ ଆରତୀ କରନ୍ତୁ।

ହିନ୍ଦୁ ଧର୍ମ ଅନୁସାରେ ସ୍କନ୍ଧ ଷଷ୍ଠୀ ବ୍ରତ କେବଳ ସନ୍ତାନଙ୍କ ଦୀଘାଁୟୁ ନୁହେଁ ବରଂ ଅନ୍ୟ କାର୍ଯ୍ୟ ପାଇଁ କରାଯାଏ। ଏହି ବ୍ରତ କରିବା ଦ୍ୱାରା ମନୁଷ୍ୟର ଲୋଭ, ମୋହ, କ୍ରୋଧ ଏବଂ ଅହଂକାରରୁ ମୁକ୍ତି ମିଳିଥାଏ। ଏହାସହିତ ଶାରୀରିକ ଏବଂ ମାନସିକ କଷ୍ଟରୁ ମୁକ୍ତି ମିଳିଥାଏ।

Leave A Reply

Your email address will not be published.