ଦୁନିଆର ସବୁଠୁ ବଡ଼ ପତଳା ବିଲଡିଂ, ଯାହା ପବନ ହେବା ମାତ୍ରେ ଦୋହଲିବାକୁ ଲାଗେ, ଜାଣନ୍ତୁ ଏଠାରେ କିପରି ରୁହନ୍ତି ସମସ୍ତେ

ଦୁନିଆର ସବୁଠୁ ବଡ଼ ପତଳା ଇମାରତ ବା ବିଲଡିଂ। ଯାହାର ଉଚ୍ଚତା ରହିଛି ୧୪୨୮ ଫୁଟ। ଏହା ଏକ ଏଭଳି ବିଲଡିଂ ଯାହା ଜୋର ପବନ ବହିବା ମାତ୍ରେ ଏହା ପୁରା ଦୋହଲିବାକୁ ଲାଗେ। ସୁଦୂର ଆମେରିକାର ମେନହଟ୍ଟନ ରେ ରହିଛି ଗଗନଚୁମ୍ବୀ ଟା ଓ୍ଵାର। ଯାହା ସାରା ଦୁନିଆରେ ପ୍ରସିଦ୍ଧ। ଦୁନିଆର ସବୁଠୁ ବଡ଼ ପତଳା ବିଲଡିଂକୁ world’s thinnest skyscraperର ସ୍ଥାନ ମିଳିଛି। ଆଜି ଜାଣନ୍ତୁ ଏହି ବିଲଡିଂକୁ ନେଇ କିଛି ଅଜଣା କଥା।

ରିପୋର୍ଟ ଅନୁସାରେ ସ୍କାଇସ୍କ୍ରାପର ଟାଓ୍ଵାର ଦୁନିଆର ସବୁଠୁ ମଜବୁତ କଂକ୍ରିଟ ରେ ତିଆରି ହୋଇଛି । କିଛି ବର୍ଷ ପୂର୍ବରୁ ଏହାର ଇଞ୍ଜିନିୟର ରବନ ଓ୍ଵିଲିୟମସ୍‌ ଙ୍କ କହିବା ଅନୁଯାୟୀ ୧୦୦୦ ଫୁଟ ଉଚ୍ଚା ର ଏହି ଟାଓ୍ଵାର ଘଣ୍ଟା ପ୍ରତି ୧୦୦ ମିଲି ବେଗରେ ବହୁଥିବା ପବନରେ ଦୋହଲିଥାଏ। କିନ୍ତୁ ବଡ଼ କଥା ହେଉଛି ଏହି ବିଲଡିଂ ମଧ୍ୟରେ ଥିବା ଲୋକ ମାନେ ଏହାକୁ ନେଇ କିଛି ଅନୁଭବ କରିପାରନ୍ତି ନାହିଁ। ପତଳା ହୋଇଥିବା କାରଣରୁ ଏହା ତୀବ୍ର ପବନ ବେଗରେ ଦୋହଲିଥାଏ।

ଏହି ବିଲଡିଂରେ ମୋଟ ୬୦ଟି ଆପାର୍ଟମେଣ୍ଟ ରହିଛି। ସୂଚନା ଅନୁସାରେ ଏହି ଟାଓ୍ଵାର ରେ ଥିବା ଗୋଟିଏ ଆପାଟମେଣ୍ଟର ଦାମ ପାଖାପାଖି ୭.୭୫ ମିଲିୟନ ଡଲାର ରୁ ୬୬ ମିଲିୟନ ଡଲାର ମାନେ ୫୮ କୋଟି ଟଙ୍କା ରୁ ୩୩୦ କୋଟି ଟଙ୍କା ମଧ୍ୟରେ ରଖାଯାଇଛି। ଏହାର ଏକ ପେଣ୍ଟହାଉସ ର ଦାମ ଲକ୍ଷାଧିକ ଟଙ୍କା ର ରହିଛି।

ଏହା ଆମେରିକାର ବେଷ୍ଟ ୫୭ ଷ୍ଟ୍ରିଟରେ ରହିଛି। ପ୍ରାରମ୍ଭିକ ସମୟରେ ଏହା ଷ୍ଟେନେଓ୍ଵ ହଲ ରୂପରେ ଡିଜାଇନ କରାଯାଇଥିଲା। ପରେ ୧୫ ହଜାର କୋଟି ଖର୍ଚ୍ଚ ହୋଇ ଏହି ସ୍ଥାନକୁ ରେସିଡେନସିଆଲ ଟାଓ୍ଵାର ବନାଗଲା। ଏହି ଟାଓ୍ଵାରର ଡିଜାଇନ ନ୍ୟୁୟର୍କ ଆର୍କିଟେକ୍ଚର ଫର୍ମ ଏସଓଓପି ଆର୍କିଟେକ୍ଟସ୍‌ ଡିଜାଇନ କରିଥିଲା। ଏହାସହିତ ଡିଜିଏସ୍‌ ଡେଭଲପମେଣ୍ଟ, ପ୍ରପର୍ଟି ମାର୍କେଟସ୍‌ ଗୁ୍ରୁପ ଓ ସ୍ପ୍ରୁସ କ୍ୟାପିଟାଲ ପାର୍ଟନର୍ସ ମିଶି ତିଆରି କରିଥିଲେ। ବିଶ୍ୱର ଏହି ଉଚ୍ଚତମ ପତଳା ଟାଓ୍ଵାର କୁ ତିଆରି କରିବା ପାଇଁ ପାଖାପାଖି ୯ ବର୍ଷ ସମୟ ଲାଗିଥିଲା।

ଷ୍ଟେନେଓ୍ଵ ଟାଓ୍ଵାର ର ଡେଭଲପର୍ସ ଙ୍କ କହିବା ଅନୁଯାୟୀ ଏହି ଟାଓ୍ଵାର ସହରରେ ଥିବା ସମସ୍ତ ଟାଓ୍ଵାର ଠାରୁ ଏକଦମ ଭିନ୍ନ ରହିଛି। ଏହି ହାଇରାଇଜ ଇମାରତ ଦେଶର ଶିଳ୍ପକଳା, ଇତିହାସ ଓ ବିଜ୍ଞାନ ର ଏକ ଜ୍ୱଳନ୍ତ ଉଦାହାରଣ କହିଲେ କିଛି ଭୁଲ ହେବ ନାହିଁ। ଏବେ କିନ୍ତୁ ଏହି ଟାଓ୍ଵାର ନିଜର ଡିଜାଇନ ତଥା େ ସନ୍ଦର୍ଯ୍ୟକୁ ନେଇ ନୁହେଁ ବରଂ ଏଥିରେ ପଡ଼ୁଥିବା ବରଫ କାରଣରୁ ପୁରା ଦୁନିଆରେ ଚର୍ଚ୍ଚା ପାଲଟିଛି।

ଏହାକୁ ବିଜ୍ଞାନର ଏକ ଚମତ୍କାର ମନାଯାଏ। ୧୪୨୮ ଫୁଟ ର ଉଚ୍ଚା ଷ୍ଟେନେଓ୍ଵ ଟାଓ୍ଵାର ର ଟପ୍‌ ଫ୍ଲୋର ଶୀତଦିନରେ ବରଫ ଜମିଯାଏ। ଯାହାକି ଟିକେ ଗରମ ବା ଖରା ପଡ଼ିବା ପରେ ଏହା ତରଳିବାକୁ ଲାଗେ। ବରଫର ମୋଟା ଆସ୍ତରଣ ତରଳିବା କାରଣରୁ ଏହା ଖଣ୍ଡ ଖଣ୍ଡ ହୋଇ ତଳେ ପଡେ। ଅନେକ ଏଥିରେ ଦୁର୍ଘଟଣାର ଶିକାର ମଧ୍ୟ ହୋଇଛନ୍ତି। କେତେ ଗାଡ଼ି ମଧ୍ୟ ଖରାପ ହୋଇଯାଇଛି।

ଏଭଳି ପତଳା ଓ ଉଚ୍ଚା ଥିବା ବିଲଡିଂ ହଙ୍ଗକଙ୍ଗରେ ବର୍ଷ ୧୯୭୦ ରେ ଆରମ୍ଭ ହୋଇଥିଲା। ଏହାପରେ ଆମେରିକା ସମେତ ଦୁନିଆର ଅନେକ ଦେଶରେ ଏହାକୁ ତିଆରି କରିବା ଆରମ୍ଭ ହୋଇଥିଲ।। ଏଭଳି ବିଲଡିଂ ସହରକୁ ଏକ ବଢ଼ିଆ ଲୁକ ଦେଇଥାଏ। କିନ୍ତୁ ଏତେ ପତଳା ବିଲଡିଂରେ ରହିବା କେତେ ଦୂର ସୁରକ୍ଷିତ ତାହା ମଧ୍ୟ ରହିବା ପୂର୍ବରୁ ଜାଣିନେବା ଆବଶ୍ୟକ।

Leave A Reply

Your email address will not be published.