କାରାବିୟନ୍‌ର ଏହି ଅଦ୍ଭୁତ ଦ୍ୱୀପ, ଯେଉଁଠି ମଦ ପିଇ ମାତାଲ ହୁଅନ୍ତି ‘ମାଙ୍କଡ଼’

କାରାବିୟନରେ ‘ସେଣ୍ଟ୍‌ କିଟ୍ସ’ ନାମରେ ରହିଛି ଏକ ଅଦ୍ଭୁତ ଦ୍ୱୀପ, ଯେଉଁଠି ୨,୦୦୦ ମାଙ୍କଡ଼ ଖୁସିରେ ଜୀବନ ବିତାଉଛନ୍ତି। କିନ୍ତୁ ଆପଣ ଏହା ଶୁଣି ଆଶ୍ଚଯ୍ୟର୍ ହେବେ ଯେ ଏଠାରେ ଏହି ମାଙ୍କଡ଼ମାନେ ମଦ ପିଇଥାଆନ୍ତି। କଥାଟି ହେଲା, ଏଠାକୁ ବୁଲିବାକୁ ଆସୁଥିବା ପଯ୍ୟର୍ଟକ ମଦ ପିଇ ବେତାଲ ଫିଙ୍ଗି ଯିବା ପରେ ମାଙ୍କଡ଼ ଦଳ ସେଠାରେ ପହଞ୍ଚି ଯାଆନ୍ତି। ଆଉ ବଳକା ମଦକୁ ପିଇଥାଆନ୍ତି।

୩୦୦ ବର୍ଷ ପୂର୍ବେ କ୍ରୀତଦାସମାନେ ମାଙ୍କଡ଼ମାନଙ୍କୁ ଏଠାକୁ ଆଣିଥିଲେ, ଯେତେବେଳେ କି ଏହି ଦେଶ ଥିଲା ‘ମଦ ଉତ୍ପାଦକ ଦେଶ’। ତେଣୁ ଏଠାକାର କ୍ଷେତରେ ଲଗାଯାଇଥିବା ଆଖୁ ଖାଇ ମାଙ୍କଡ଼ମାନେ ମଦର ସ୍ୱାଦ ପାଇଯାଇଥିଲେ। ଆଉ ବର୍ତ୍ତମାନ ସେମାନେ ପଯ୍ୟର୍ଟକଙ୍କ ଦ୍ୱାରା ବଳକା ମଦ ପିଇ ନିଜ ଅଭ୍ୟାସକୁ ପୂରା କରୁଛନ୍ତି। କେବଳ ଏତିକି ନୁହେଁ, ଏହି ମଦୁଆ ମାଙ୍କଡ଼ମାନେ ଏତେ ଚାଲାଖ୍‌ ଯେ ସେଠାକାର ଲୋକାଲ୍‌ ବାର ଏବଂ ସମୁଦ୍ର ବେଳାଭୂମିରେ ମଧ୍ୟ ଆଡ୍ଡା ଜମେଇଲେଣି।

mon2

ଏହାସହ ପଢନ୍ତୁ: ମଧ୍ୟ ପ୍ରଦେଶର ‘ଭୂତ ମେଳା’, ଯେଉଁଠି ଚାଲେ ସୈତାନମାନଙ୍କ ରାଜ୍‌

ଏକ ବିବାଦୀୟ ଗବେଷଣା ଅନୁସାରେ, ଏହି ମାଙ୍କଡ଼ମାନଙ୍କୁ ୪ଟି ସମୂହରେ ବିଭାଜିତ କରାଯାଇଛି। ଯେପରି, ଖୁସ୍‌ ମିଜାଜ୍‌ ଡ୍ରିଙ୍କର, ଅବିଚଳ ଡ୍ରିଙ୍କର, ସାମାଜିକ ଡ୍ରିଙ୍କର ଏବଂ ନିଶାରୁ ନିବୃତ୍ତ ଥିବା ମାଙ୍କଡ଼। ଏଠାରେ କେତେକ ମାଙ୍କଡ଼ ଅଛନ୍ତି, ଯେଉଁମାନେ ସ୍ୱଚ୍ଛ ମଦ ବା ପାଣି ଭଳି ପତଳା ମଦ ପିଇବାକୁ ପସନ୍ଦ କରନ୍ତି। ଆଉ କେତେକ ମାଙ୍କଡ଼ ଦ୍ୱିପ୍ରହର ଖାଦ୍ୟ ପରେ ମଦ ପିଇଥାଆନ୍ତି। ଏମାନେ ଫଳ ରସରେ ପ୍ରସ୍ତୁତ ମଦ ପିଇବାକୁ ପସନ୍ଦ କରନ୍ତି। ମାଙ୍କଡ଼ମାନଙ୍କ ମଧ୍ୟରେ ଅଧିକ ସଂଖ୍ୟକ ମାଙ୍କଡ଼ ମଦ ପିଇବାକୁ ଆଦୌ ପସନ୍ଦ କରନ୍ତି ନାହିଁ। ତେବେ ମାଙ୍କଡ଼ମାନଙ୍କ ଏଭଳି କାଯ୍ୟର୍କଳାପକୁ କେହି କେହି ପଯ୍ୟର୍ଟକ ବେଶ୍‌ ଉପଭୋଗ କରିଥାଆନ୍ତି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.