ଏଠାରେ ଚାପୁଡା ଖାଇ ମହିଳା ପାଇଛନ୍ତି ଚମକଦାର ତ୍ୱଚା, ୫୦ ଚାପୁଡା ପରେ ଆସିଥାଏ ଗ୍ଲୋ

ଦୁନିଆର ସବୁ ଲୋକ ନିଜ ସୌନ୍ଦର୍ଯ୍ୟକୁ ପ୍ରାଧାନ୍ୟ ଦିଅନ୍ତି। ପୁଅ ହେଉ ଝିଅ ସମସ୍ତେ ନିଜ ସୁନ୍ଦରତାକୁ ଗୁରୁତ୍ୱ ଦିଅନ୍ତି। ସେଥିପାଇଁ ସୌନ୍ଦର୍ଯ୍ୟ ବଢ଼ାଇବାକୁ ନେଇ ଅନେକ ଉପାୟ ଅଛି ଯାହାକୁ ଆପଣେଇଥାନ୍ତି ଲୋକେ। ତେବେ କଣ ଆପଣ ଜାଣନ୍ତି ସୁନ୍ଦରତା ବଢ଼ାଇବା ପାଇଁ ଦୁନିଆରେ ଏକ ବହୁତ ଅଦ୍ଭୁତ ଥେରାପୀ ରହିଛି ଯାହା ଏବେବି ପ୍ରଚଳିତ ହେଉଛି। ଏଥିରେ ମାଡ ମାରି ବା ଚାପୁଡା ମାରି ଲୋକଙ୍କର ସୁନ୍ଦରତା ବଢ଼ାଯାଇଥାଏ। ସାଉଥ୍‌ କୋରିଆର ବହୁତ ପପୁଲାର ସ୍ଲାପ ଥେରାପୀ ବିଷୟରେ। ଏହି ସ୍ଲାପ ଥେରାପୀର ବ୍ୟବହାର ସାଉଥ୍‌ କୋରିଆର ମହିଳା ଶହ ଶହ ବର୍ଷ ଧରି କରିଆସୁଛନ୍ତି। ଏଥିରେ ମହିଳା ନିଜର ସୁନ୍ଦରତା ବଢ଼ାଇବା ପାଇଁ ନିଜ ଗାଲରେ ପ୍ରତିଦିନ ୫୦ ଥର ଚାପୁଡା ଖାଆନ୍ତି।

କୁହାଯାଏ ଯେ ଏହି ଥେରାପୀ ଦ୍ୱାରା ତ୍ୱଚାରେ ଚମକ ଆସିଥାଏ। ଆଉ ଏହି ଚାପୁଡା ଥେରାପୀ ପରେ ମହିଳାମାନେ ପୂର୍ବ ଅପେକ୍ଷା ଅଧିକ ସୁନ୍ଦର ଦେଖାଯାଆନ୍ତି। ତେବେ ଆପଣଙ୍କୁ ଜଣାଇବାକୁ ଚାହିଁବୁ ଯେ ସ୍ଲାପ ଥେରାପୀର ଅର୍ଥ ନୁହେଁ ଯେ ଗାଲକୁ ଜୋର ଜୋରରେ ଚାପୁଡା ମାରିବା। ବରଂ ବହୁତ ଆରାମ ଆରାମରେ ଏବଂ ହାଲକା ହାତରେ ଗାଲକୁ ଚାପୁଡା ମରାଯାଏ। ଏହି ଥେରାପୀର ବ୍ୟବହାର ମହିଳା ନିଜେ ନିଜ ହାତରେ ବି କରିପାରିବେ। ଏଥିପାଇଁ ଆପଣଙ୍କଚ ଆପଣଙ୍କ ନିଜ ହାତରେ ହିଁ ନିଜ ଦୁଇ ଗାଲକୁ ହାଲକା ହାଲକା କରି ଚାପୁଡା ମାରିବାକୁ ହେବ। ଯଦିଓ ଏହି ଥେରାପୀ ସାଉଥ୍‌ କୋରିଆରେ ପ୍ରାଚିନ କାଳରୁ ଚାଲିଆସୁଛି କିନ୍ତୁ ଧିରେ ଧିରେ ଏହା ସାରା ଦୁନିଆରେ ପ୍ରଚଳିତ ହେଲାଣି।

slap therapyସାଉଥ୍‌ କୋରିଆର ଲୋକ କୁହନ୍ତି ଯେ ଏହି ଥେରାପୀ ଜରିଆରେ ଯେତେବେଳେ ଗାଲକୁ ହାଲକା ହାଲକା ଚାପୁଡା ଲଗାଯାଏ ସେତେବେଳେ ଚେହେରାର ପ୍ରତ୍ୟେକ ଅଂଶରେ ବ୍ଳଡ ଫ୍ଲୋ ଅଧିକ ବେଗରେ ହୋଇଥାଏ। ତେଣୁ ଏହାଦ୍ୱାରା ସ୍କିନ ଗ୍ଲୋ କରିବାରେ ସହାୟକ ମିଳିଥାଏ। ଚାପୁଡା ଖାଇବା ଦ୍ୱାରା ଚେହେରାରେ ଥିବା ରକ୍ତ ସଞ୍ଚାଳନ ଫ୍ରେସ୍‌ ହେବାକୁ ଲାଗିଥାଏ। ଏହାଦ୍ୱାରା ତ୍ୱଚା ଗ୍ଲୋ କରିବାକୁ ଲାଗିଥାଏ। ଆପଣ ଏହା ଜାଣି ଆଶ୍ଚର୍ଯ୍ୟ ହେବେ ଯେ ସାଉଥ କୋରିଆର ମହିଳା ଏହି ଥେରାପୀରକୁ ପ୍ରତିିଦିନ କରନ୍ତି।

ପିଲାଟି ଦିନରୁ ସାଉଥ୍‌ କୋରିଆର ମହିଳା ଏହି ଥେରାପୀକୁ କରିଆସୁଛନ୍ତି। ଖାସ୍‌ ଏଇଥିପାଇଁ ବଡ ହେବା ପରେ ବି ତାଙ୍କ ତ୍ୱଚା ଏତେ ଗ୍ଲୋ କରୁଛି। କେବଳ ମହିଳା ନୁହଁନ୍ତି ସାଉଥ୍‌ ଆଫ୍ରିକାରେ ପୁରୁଷମାନେ ମଧ୍ୟ ଏହି ଥେରାପୀର ବ୍ୟବହାର କରୁଛନ୍ତି। କୋରିଆର ଲୋକମାନେ ଏହା ଭାବନ୍ତି ଯେ ଏହି ଥେରାପୀ ଯଦି ଠିକ୍‌ ତରିକାରେ କରୁଛନ୍ତି ତାହେଲେ ଆପଣଙ୍କ ତ୍ୱଚା ଲମ୍ବା ସମୟ ପର୍ଯ୍ୟନ୍ତ ଯୁବା ରଖିବାରେ ବେଶ୍‌ ସହାୟତ ହୋଇଥାଏ। ଏହି କାରଣରୁ ଏହାକୁ ‘ଆଣ୍ଟି ଏଜିଙ୍ଗ୍‌ ଥେରାପୀ’ ମଧ୍ୟ କୁହାଯାଏ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.