ଟ୍ରାଫିକର ଆଉ ଏକ ନିୟମ, ଚପଲ ପିନ୍ଧି ଗାଡି ଚଳାନ୍ତୁ ନାହିଁ ନଚେତ ଜରିମାନା ସହ ଭୋଗିବେ ଜେଲଦଣ୍ଡ

୧ ସେପ୍ଟେମ୍ବରରୁ ସାରାଦେଶରେ ଲାଗୁ ହୋଇଛି ନୂଆ ମୋଟର ଭେଇକିଲ ଆକ୍ଟ ୨୦୧୯। ଏହି ନିୟମ ଲାଗୁ ହେବା ପରେ ସାରା ଦେଶରେ ଟ୍ରଫିକ ନିୟମକୁ ନେଇ ଏକ ପ୍ରକାର ହଇଚଇ ସୃଷ୍ଟି ହୋଇଛି। ଟ୍ରାଫିକ୍ ନିୟମ ଉଲଂଘନ କରୁଥିବା ବାହାନ ଚାଳକଙ୍କୁ ବହୁ ପରିମାଣରେ ଜରିମାନା ଦେବାକୁ ପଡୁଛି। ଏହା ଦ୍ବାରା ଲୋକଙ୍କ ଭିତରେ ଏକ ଡର ସୃଷ୍ଟି ହୋଇଛି। କିନ୍ତୁ ଏହି ଟ୍ରାଫିକ ନିୟମରେ ଏମିତି ଏକ ନିୟମ ରହିଛି ଯାହା ଆପଣ ଶୁଣିଲେ ଆଶ୍ଚର୍ଯ୍ୟ ହୋଇଯିବେ। ଆଉ ସେହି ନିୟମଟି ହେଉଛି ଚପଲ କିମ୍ବା ସ୍ୟାଣ୍ଡେଲ ପିନ୍ଧି ବାଇକ୍ ଚଳାଇଲେ ଜରିମାନା ଦେବାକୁ ପଡିବ। ଆକ୍ଟ ଅନୁସାରେ ହଓ୍ବାଇ ଚପଲ ପିନ୍ଧି ଗିୟର ଥିବା ଦୁଇ ଚକିଆ ବାହାନ ଚଳାଇବା ଅର୍ଥ ଟ୍ରାଫିକ୍ ନିୟମର ଉଲଂଘନ କରିବା ସହ ସମାନ।

ଏହା ସହ ପଢନ୍ତୁ: ଗାଡି ବିକି ଦେଇଛନ୍ତି କିନ୍ତୁ ମାଲିକାନା କରିନାହାନ୍ତି ହସ୍ତାନ୍ତର, ତେବେ ଫସି ପାରନ୍ତି ! ଜାଣନ୍ତୁ କିପରି କରିବେ ଏହି କାମ

ଟ୍ରାଫିକ୍ ଅଧିକାରୀଙ୍କ ସୂଚନା ଅନୁସାରେ ଏହି ନିୟମ ପୂର୍ବରୁ ରହିଛି କିନ୍ତୁ ଏପର୍ଯ୍ୟନ୍ତ ଲାଗୁ ହୋଇନଥିଲା। ଏବେ ଚପଲ କିମ୍ବା ସ୍ୟାଣ୍ଡେଲ ପିନ୍ଧି ବାଇକ ଚଳାଇବା ପାଇଁ ଚାଲାନ କଟାଯିବ। ଯାତାୟତ ନିମୟ ଅନୁସାରେ ହଓ୍ବାଇ ଚପଲ ପିନ୍ଧି ଗିୟର ଥିବା ଦୁଲ ଚକିଆ ବାହାନ ଚଳାଇବା ଟ୍ରାଫିକ୍ ରୁଲ ବିରୋଧରେ ରହିଛି। ଏବେ ଚପଲ କିମ୍ବା ସ୍ୟାଣ୍ଡେଲ ପିନ୍ଧି ଦୁଇ ଚକିଆ ବାହାନ ଚଳାଉଥିବା ଲୋକଙ୍କୁ ଜରିମନା ଦେବାକୁ ପଡିବ, ଯଦି ଦ୍ବିତୀୟ ଥର ପାଇଁ ଧରାପଡନ୍ତି ତେବେ ଜେଲ ଯିବାକୁ ପଡିପାରେ । ପୂବରୁ  ୟୁପିର ବରେଲିରେ ଚପଲ ପିନ୍ଧା ଜଣେ ବାଇକ ଚାଳକଙ୍କୁ  ଏହି ନିୟମ ଅନୁସାରେ ଫାଇନ କରିସାରିଛି ୟୁପି ପୋଲିସ।