ଭାରତରେ ସବୁଠାରୁ ସ୍ଲୋ ଚାଲୁଥିବା ଟ୍ରେନ୍‌, ୫ ଘଣ୍ଟାରେ ଚାଲିଥାଏ ମାତ୍ର ଏତିକି କିଲୋମିଟର

ଆଜିର ବ୍ୟସ୍ତବହୁତ ଯୁଗରେ ଯେଉଁଠି ଦୁନିଆ ଦିନକୁ ଦିନ ପରିବର୍ତ୍ତନ ହେଉଛି ଏବଂ ପ୍ରତି କାମ ବହୁତ ଜଲଦି ହୋଇପାରୁଛି। ସେହିପରି ରେଳ ବି ତାର କ୍ଷୀପ୍ର ଗତିକୁ ମଧ୍ୟ ଆଗକୁ ବଢ଼ାଇ ଚାଲିଛି। ଭାରତରେ ଅନେକ ରେଲେଓ୍ଵ ପ୍ରୋଜେକ୍ଟ ରହିଛି, ଯାହା ନିଜର ସ୍ପିଡ୍‌କୁ ଆହୁରି ଦୃତ କରିବାକୁ କାମ ଚଳାଇଛି। ଆଉ ଏଥିପାଇଁ ନେଇ ବନ୍ଦେ ଭାରତ ଏକ୍ସପ୍ରେସ ଲଞ୍ଚ୍‌ ହୋଇସାରିଛି ଏବଂ ବୁଲେଟ ଟ୍ରେନ ଉପରେ ମଧ୍ୟ କାମ କରାଯାଉଛି। ତେବେ ଏହାରି ଭିତରେ ଏକ ଏମିତି ଟ୍ରେନ୍‌ ବି ରହିଛି ଯାହା ବହୁତ ସ୍ଲୋ। ତାମିଲନାଡୁରେ ଏକ ଟ୍ରେନ ବହୁତ ସ୍ଲୋ ଚାଲିଥାଏ ଏବଂ ଅଧିକ ଦୂରତା ବି ଯାଇନଥାଏ କିନ୍ତୁ ସମୟ ବହୁତ ଅଧିକ ନେଇଥାଏ।

ଭାରତୀୟ ରେଲେଓ୍ଵ

ଆପଣଙ୍କୁ ଜଣାଇବାକୁ ଚାହିଁବୁ ଯେ ମେଟ୍ଟୁପଲୟମର ଉଟି ନୀଳଗିରି ପାସେଞ୍ଜର ଟ୍ରେନ୍‌ ଭାରତର ସବୁଠାରୁ ଧିମା ଟ୍ରେନ ଅଟେ। ଯାହା ୧୦ କିମି ପ୍ରତି ଘଣ୍ଟା ଗତିରେ ଚାଲିଥାଏ। ଏହା ଭାରତର ସବୁଠାରୁ ଦୃତ ଗତିରେ ଚାଲୁଥିବା ଟ୍ରେନ ତୁଳନାରେ ପ୍ରାୟ ୧୬ ଗୁଣା ଧୀମା ଅଟେ। ମେଟ୍ଟୁପଲୟମ ଉଟୀ ନିଳଗିରି ପାସେଞ୍ଜର ଟ୍ରେନ ପାଖାପାଖି ପାଞ୍ଚ ଘଣ୍ଟାରେ ୪୬ କିମି ଦୂରତା ଅତିକ୍ରମ କରିଥାଏ। ସେହିପରି ଏହାର ଧୀମା ଗତି ପଛରେ କାରଣ ହେଉଛି ଏହା ପାହାଡୀ କ୍ଷେତ୍ରରେ ଚାଲିଥାଏ।

ଭାରତୀୟ ଟ୍ରେନ୍‌

ୟୁନେସ୍କୋର େଓ୍ଵବସାଇଟ ଅନୁଯାୟୀ ନୀଳଗିରି ମାଉଣ୍ଟେନ ରେଲେଓ୍ଵର ନିର୍ମାଣ ପ୍ରଥମ ଥର ୧୮୫୪ରେ ପ୍ରସ୍ତାବିତ କରାଯାଇଥିଲା। କିନ୍ତୁ ପାହାଡୀ ସ୍ଥାନରେ ଯାତାୟତ କଷ୍ଟସାଧ୍ୟ କାରଣରୁ ୧୮୯୧ରେ ଏହା ଆରମ୍ଭ ହେଲା ଏବଂ ୧୯୦୮ରେ ସମ୍ପୂର୍ଣ୍ଣ ହେଲା। ୟୁନେସ୍କୋ ଏହା ମଧ୍ୟ କହିଛି ଯେ ରେଲେଓ୍ଵ ୩୨୬ ମିଟରରୁ ୨୨୦୩ ମିଟରର ଉଚ୍ଚତା ପର୍ଯ୍ୟନ୍ତ ପହଁଚିଥାଏ। ଯାହା ସେହି ସମୟର ନୂତନ ଟେକନିକ ଭାବେ ବେଶ୍‌ ପ୍ରତିନିଧିତ୍ୱ କରୁଥିଲା।

ଟ୍ରେନ୍‌

ଆଇଆରସିଟିସି ମୁତାବକ ଏହି ଟ୍ରେନକୁ ନିଜର ୪୬ କିଲୋମିଟର ଯାତ୍ରା ସମୟରେ ଅନେକ ସୁରଙ୍ଗ ଏବଂ ୧୦୦ରୁ ଅଧିକ ପୋଲକୁ ଅତିକ୍ରମ କରିଥାଏ। ପଥୁରିଆ ଅଞ୍ଚଳ, ଚା ବଗିଚା ଏବଂ ଘଞ୍ଚ୍‌ ଜଙ୍ଗଲରେ ଭରପୂର ଥିବା ପାହାଡିଆ ଅଞ୍ଚଳ ଦେଇ ଟ୍ରେନ୍‌ ଯାତ୍ରା କରିବାର ମଜା କିଛି ଅଲଗା ପ୍ରକାର ଥାଏ। ସବୁଠାରୁ ବଢ଼ିଆ ଦୃଶ୍ୟ ହେଉଛି ମେଟ୍ଟୁପଲୟମରୁ କୁନ୍ନୁର ପର୍ଯ୍ୟନ୍ତ। ନୀଳଗିରି ମାଉଣ୍ଟେନ ରେଲେଓ୍ଵ ମେଟ୍ଟୁପଲୟମରୁ ଉଟି ପର୍ଯ୍ୟନ୍ତ ପ୍ରତିଦିନ ଚଳାଚଳ କରିଥାଏ।

ଟ୍ରେନ୍‌ ରନିଙ୍ଗ ଷ୍ଟାଟସ୍‌

ଏହି ଟ୍ରେନ୍‌ ମେଟ୍ଟୁପଲୟମରୁ ସକାଳ ୭.୧୦ଟାରେ ଛାଡିଥାଏ ଏବଂ ଦ୍ୱିପହର ୧୨ଟାରେ ଉଟୀ ପହଁଚିଥାଏ। ଆଇଆରସିଟିସି କହିଛି ଯେ ରିଟର୍ଣ୍ଣ ଟ୍ରାଭେଲ ବେଳେ ଟ୍ରେନ୍‌ ଅପରାହ୍ନ ୨ଟାରେ ଉଟୀରୁ ଆରମ୍ଭ ହୋଇଥାଏ ଏବଂ ସନ୍ଧ୍ୟା ୫.୩୫ରେ ମେଟ୍ଟୁପଲୟମ ପହଁଚିଥାଏ। ଏହି ରାସ୍ତାର ମୁଖ୍ୟ ଷ୍ଟେସନ କୁନ୍ନୁର, ବେଲିଙ୍ଗଟନ, ଅରୁଭାଂକଟ୍ଟୁ, କେଟ୍ଟୀ ଏବଂ ଲଭଡେଲ। ଟ୍ରେନରେ ପ୍ରଥମ ଶ୍ରେଣୀ ଏବଂ ଦ୍ୱିତୀୟ ଶ୍ରେଣୀ ଉଭୟ ସିଟ୍‌ ରହିଛି।

Leave A Reply

Your email address will not be published.