ଏଠାରେ ତୃତୀୟ ନୟନରେ ଶିକ୍ଷା ଗ୍ରହଣ କରୁଛନ୍ତି ଛୋଟ ଛୋଟ ପିଲା, ଦେଖିଲେ ଲାଗିବ ଆଶ୍ଚର୍ଯ୍ୟ

ହିଞ୍ଜିଳିକାଟୁ: ଏ ହେଉଛି ହିଞ୍ଜିଳି ସହର । ଏହି ସହରରେ ପିଲାମାନଙ୍କୁ ଦିଆଯାଉଛି ଏକ ଅଲଗା ଧରଣର ଶିକ୍ଷା । ଗଲା କିଛି ମାସ ହେବ ଏଠାରେ ତେଜ ଦିମାଗ ଏକ ଭିନ୍ନ ଶିକ୍ଷା ଅନୁଷ୍ଠାନ କାର୍ଯ୍ୟ କରୁଅଛି । ଯେଉଁ ଶିକ୍ଷା ଅନୁଷ୍ଠାନରେ ବହୁ ଶିଶୁ ମାନେ ଶିକ୍ଷା ଗ୍ରହଣ କରିବା ପାଇଁ ଆଗ୍ରହ ପ୍ରକାଶ କରୁଥିବା ବେଳେ ପ୍ରାଚୀନ ଶିକ୍ଷା ଉପରେ ଏଠାରେ ଦିଆଯାଉଛି ଗୁରୁତ୍ଵ । ବିଶେଷ କରି ଯୋଗ ପ୍ରାଣାୟମ ଭଳି କାର୍ଯ୍ୟକୁ ଏଠାରେ ଶିକ୍ଷା ଦିଆଯାଉଥିବା ବେଳେ ତୃତୀୟ ନୟନର ଟିକିନିଖି ଶିକ୍ଷା ପ୍ରଦାନ କରାଯାଉଛି । ତୃତୀୟ ନୟନରେ ପୁଣି ଶିକ୍ଷା । କଥାଟା ଶୁଣିକି ଅଡୁଆ ଲାଗୁଥିଲେ ବି ସତ ।

ତୃତୀୟ ନୟନରେ ଶିକ୍ଷା ଅର୍ଥାତ ଛୋଟ ଛୋଟ ଶିଶୁ ମାନଙ୍କ ଆଖିରେ ତୁଳା ରଖିବା ସହ ପଟି ବାନ୍ଧି ଦିଆଯାଉଛି । ଯାହାକୁ ପିଲା ଏବଂ ଅଭିଭାବକ ମାନେ ସହଜରେ ଗ୍ରହଣ କରିବା ସହ ଏପଟେ ଆଖିରେ ପଟି ବନ୍ଧା ଯାଇଥିଲେ ମଧ୍ୟ ପିଲାମାନେ ସାଇକେଲ ଚଳାଇବା ଠାରୁ ଆରମ୍ଭ କରି ଭଳିକି ଭଳି କଳାକୃତିକୁ ବେଶ ସହଜରେ ପ୍ରଦର୍ଶନ କରିପାରୁଛନ୍ତି ।

student

 

ଖାଲି ସେତିକି ନୁହଁ। ଯାହା ଆପଣ ଦେଖିଲେ ମଧ୍ୟ ବିଶ୍ଵାସ କରି ପାରିବେ ନାହିଁ । ଆମ କ୍ୟାମେରାରେ ରେକର୍ଡ ହୋଇଛି ଏମିତି କିଛି ଦୃଶ୍ୟ ଯାହାକୁ ଦେଖିଲେ ଆପଣ ହୋଇଯିବେ ପୁରାପୁରି ତାଜୁବ ଶିଶୁ ମାନଙ୍କ ଆଖିରେ ଅନ୍ଧ ପୁଟୁଳି ବନ୍ଧା ଯାଉଥିଲେ ମଧ୍ୟ ବେଶ ସହଜର ସହ ସେମାନେ ମୋବାଇଲ ଚଳାଇବା, ନିର୍ଭୁଲ ରେ ପାଠ ପଢିବା ଭଳି,ଚିତ୍ରରେ ସଠିକ୍ ରଙ୍ଗ ଦେବା କାର୍ଯ୍ୟକୁ ବେଶ ସହଜର ସହ ତୁଲାଇ ପାରିଥାନ୍ତି । ଏଭଳି ଭିନ୍ନ ଶିକ୍ଷା ଅନୁଷ୍ଠାନ ସାରା ଓଡିଶାରେ ପ୍ରଥମ ବୋଲି କୁହାଯାଉଥିବା ବେଳେ ଏହିଭଳି କାର୍ଯ୍ୟ ସମସ୍ତେ କରିପାରିବେ କେବଳ ଶିକ୍ଷକଙ୍କ ଯଥେଷ୍ଟ ଶିକ୍ଷାଦାନ କରାଗଲେ ସବୁବର୍ଗର ବ୍ୟକ୍ତି ବିଶେଷ ମାନେ ଏହାକୁ ତୁଲାଇ ପାରିବେ।ଏମିତି କି ଏହିଭଳି ଭିନ୍ନ ଶିକ୍ଷା ଅନୁଷ୍ଠାନକୁ ନେଇ ସହରବାସୀ ମଧ୍ୟ ବେଶ ଖୁସିବ୍ୟକ୍ତ କରିଛନ୍ତି ।

ତୃତୀୟ ନେତ୍ର ଉପରେ ପିଲାଙ୍କୁ ଶିକ୍ଷା ଦିଆଯାଇ ସେମାନଙ୍କୁ ଆହୁରି ଚଳଚଞ୍ଚଳ କରିବା ପାଇଁ କରାଯାଉଛି ଉଦ୍ୟମ । ଶିଶୁ ମାନେ ମଧ୍ୟ ବେଶ ସହଜର ସହ ଏହି ଶିକ୍ଷାକୁ ଗ୍ରହଣ କରିବାରେ ସଫଳ ହୋଇପାରୁଥିବା ବେଳେ ଆଖିରେ ପୁଟୁଳି ବାନ୍ଧି ମଧ୍ୟ ମୋବାଇଲ ଚଳାଇବା, ସାଇକେଲ ଚଳାଇବା,ବହି ପଢିବା ଭଳି କଳାକୁ ପ୍ରଦର୍ଶନ କରିବାରେ ବେଶ ପାରଙ୍ଗମ । ସତରେ ଏଭଳି ଭିନ୍ନ ଶିକ୍ଷା ଅନୁଷ୍ଠାନ ଦ୍ଵାରା ଅନେକ ଶିଶୁ ନିଜ ନିଜର ଏକ ସ୍ଵତନ୍ତ୍ର ପରିଚୟ ସୃଷ୍ଟି କରିବାରେ ସଫଳ ହୋଇପାରିବେ ।

 

Leave A Reply

Your email address will not be published.