Categories: ସ୍ପେଶାଲ

କୁନି ବୈଜ୍ଞାନିକ ବିଶ୍ୱବନ୍ଧୁ, ଯିଏ ତିଆରି କରିଛନ୍ତି ସୌରଶକ୍ତି ଏବଂ ଜଳବାୟୁରେ ଚାଳିତ ହେଉଥିବା ସାଇକେଲ

ଆନନ୍ଦପୁର (କେ ନ୍ୟୁଜ) :  ବୟସ ମାତ୍ର ୧୪ ବର୍ଷ, କିନ୍ତୁ ତୃତୀୟ ଶ୍ରେଣୀରୁ ତାଙ୍କ ପ୍ରତିଭା ସମ୍ପର୍କରେ ଜଣାପଡିଥିଲା । କଥାରେ ଅଛି, ତୁଳସୀ ଦୁଇପତ୍ରରୁ ବାସେ। ପଙ୍କରୁ ପଦ୍ମ ଫୁଟିବା ଭଳି ଛୋଟବେଳରୁ ହିଁ ତାଙ୍କ ପ୍ରତିଭା ଫୁଟିଥିଲା। ନିଜର ଚେଷ୍ଟା ଏବଂ ଅଦମ୍ୟ ବୁଦ୍ଧି ବଳରେ ଛାତ୍ର ଜଣକ ତିଆରି କରିଛନ୍ତି ଏପରି ଏକ ସାଇକେଲ ଯାହା ଜଳବାୟୁ ଏବଂ ସୌରଶକ୍ତିରେ ଚାଳିତ ହେଉଛି | ସବୁଠାରୁ ଆଶ୍ଚର୍ଯ୍ୟର କଥା, ସାଇକେଲ ନିର୍ମାଣ କରିଥିବା ଛାତ୍ରଙ୍କ ବୟସ ମାତ୍ର ୧୪ ବର୍ଷ। ସେ ହେଉଛନ୍ତି ନବମ ଶ୍ରେଣୀରେ ପଢ଼ୁଥିବା କୁନି ବୈଜ୍ଞାନିକ ବିଶ୍ୱବନ୍ଧୁ | ତୃତୀୟ ଶ୍ରେଣୀରୁ ତାଙ୍କ ପ୍ରତିଭା ସମ୍ପର୍କରେ ଜଣାପଡିଥିଲା | ବିଶ୍ୱବନ୍ଧୁଙ୍କ ଏପରି କାର୍ଯ୍ୟ ଯୋଗୁଁ ଏବେ ଚାରିଆଡୁ ପ୍ରଶଂସା ସାଉଟୁଁଛନ୍ତିି ।

ଆନନ୍ଦପୁର ଉପଖଣ୍ଡ ତରିମୂଳ ଗାଁରେ ବିଶ୍ୱବନ୍ଧୁଙ୍କ ଘର। ହାଡିବନ୍ଧୁ ଓଝାଙ୍କ ଏକମାତ୍ର ପୁତ୍ର ବିଶ୍ୱବନ୍ଧୁ ଏବେ ଜଣେ କୁନି ବୈଜ୍ଞାନିକ | ବିଶ୍ୱବନ୍ଧୁ ତରିମୂଳ ଉଚ୍ଚବିଦ୍ୟାଳୟର ନବମ ଶ୍ରେଣୀର ଛାତ୍ର | ଛୋଟବେଳୁ ନିଜ ପ୍ରଚେଷ୍ଟାରେ ଏକ ଡିଜେ ଗାଡି ସହିତ ପାଣିରେ ଚାଲିପାରୁଥିବା ଏକ ଚାରିଚକିଆ ଯାନ ତିଆରି କରି ସମସ୍ତଙ୍କ ଧ୍ୟାନ ଆକର୍ଷଣ କରିବା ସହିତ ସ୍ଥାନୀୟ ଅଂଚଳରେ ଉଚ୍ଚ ପ୍ରଶଂସିତ ମଧ୍ୟ ହୋଇଥିଲେ | ପାଠ ପଢିବା ସହ ବିଶ୍ୱବନ୍ଧୁ ଅବସର ସମୟରେ ସେ ନିଜ ଘରେ ଥିବା ପ୍ରୟୋଗଶାଳାରେ ସମୟ ଅତିବାହିତ କରି ନୂଆ ନୂଆ ଉଦ୍ଭାବନା କରିଥାନ୍ତି |

ବିଶ୍ୱବନ୍ଧୁ ତିଆରି କରିଥିବା ସାଇକେଲର ଡାହାଣ ପଟେ ଥିବା ପାଣିରୁ ଟରବାଇନ ଯୋଗେ 12 ଭୋଲ୍ଟ ଆସୁଥିବା ବେଳେ ସାଇକେଲ ସମ୍ମୁଖରେ ଥିବା ସୋଲାର ପ୍ୟାନେଲରୁ 6 ଭୋଲ୍ଟ ଏବଂ ସମ୍ମୁଖରେ ଥିବା ୨ ଟି ଫ୍ୟାନ ଘୁରିଲେ ସେଥିରୁ 6 ଭୋଲ୍ଟ ଏମିତି 24 ଭୋଲ୍ଟରେ ବ୍ୟାଟେରୀ ଚାର୍ଜ ହୋଇ ରୋଟର ଦ୍ୱାରା ସାଇକେଲ ଗତିଶୀଳ ହୋଇଥାଏ | ଏହି ସାଇକେଲ ଘଣ୍ଟା ପ୍ରତି ତିରିଶ କିଲୋମିଟର ବେଗରେ ମଧ୍ୟ ଚାଲିଥାଏ ।

 

ବାପା ହାଡିବନ୍ଧୁଙ୍କ ଇଚ୍ଛା ଏତିକିରେ ପୁଅ ପ୍ରଶଂସିତ ନହୋଇ ବହୁତ ଆଗକୁ ଯାଉ ଆଉ ଦେଶ ପାଇଁ କିଛି କରୁ | ଏତେ କମ ବୟସରୁ ଉଚ୍ଚକୋଟିର ଚିନ୍ତାଧାରା ନିହାତି ରୂପେ ତାଙ୍କ ଭବିଷ୍ୟତ ଗଢିବାରେ ସାହାଯ୍ୟ କରିବ |

ଆନନ୍ଦପୁରରୁ ସ୍ୱପ୍ନେଶ୍ୱର ପଣ୍ଡା ( କେ ନ୍ୟୁଜ)

Swagatika

Recent Posts

ବଦଳିଲା ପାଣିପାଗର ମିଜାଜ: ରାଜଧାନୀରେ ପ୍ରବଳ ବର୍ଷା

ଭୁବନେଶ୍ୱର: ବଦଳିଲା ପାଣିପାଗର ମିଜାଜ। ରାଜଧାନୀର ବିଭିନ୍ନ ସ୍ଥାନରେ ପ୍ରବଳ ବର୍ଷା । ଭୁବନେଶ୍ୱରର ବିଭିନ୍ନ ସ୍ଥାନରେ ପ୍ରବଳ ବର୍ଷା…

3 mins ago

ସାମାଜିକ ସୁରକ୍ଷା ଓ ଭିନ୍ନକ୍ଷମ ସଶକ୍ତୀକରଣ ମନ୍ତ୍ରୀଙ୍କ ବଡ଼ ବୟାନ, ନିଶା ଦ୍ୱାରା ସମାଜ କଳୁଷିତ ହେଉଛି

ଭୁବନେଶ୍ୱର: ଓଡ଼ିଶାକୁ ମଦ ମୁକ୍ତ କରିବା ପାଇଁ ଯୋଜନା । ସାମାଜିକ ସୁରକ୍ଷା ଓ ଭିନ୍ନକ୍ଷମ ସଶକ୍ତୀକରଣ ମନ୍ତ୍ରୀଙ୍କ ବଡ଼…

18 mins ago

ମଦ ପାଇଁ ପ୍ରତି ବର୍ଷ ଯାଉଛି ୩୦ ଲକ୍ଷ ଲୋକଙ୍କ ଜୀବନ, ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ୍‌ ଦେଲା ଚେତାବନୀ

ପ୍ରତି ବର୍ଷ ୩୦ ଲକ୍ଷ ଲୋକଙ୍କର ମଦ ପାଇଁ ଯାଉଛି ଜୀବନ । ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ ମଙ୍ଗଳବାର ଏହା…

28 mins ago

ଆଫଗାନିସ୍ତାନର ଐତିହାସିକ ବିଜୟ ପରେ ରାଶିଦ ଖାନଙ୍କୁ ଆସିଲା ସରପ୍ରାଇଜ କଲ୍‌, ଭିଡିଓ ଭାଇରଲ

ଆଇସିସି ଟି୨୦ ବିଶ୍ୱ ସେମିଫାଇନାଲରେ ପ୍ରବେଶ କରି ଇତିହାସ ରିଚିଛି ଆଫଗାନିସ୍ତାନ ଟିମ୍‌ । ଅଷ୍ଟ୍ରେଲିଆକୁ ହରାଇ ଟି୨୦ ବିଶ୍ୱକପରୁ…

39 mins ago

ଓଡ଼ିଶା ଆସି ପୁରୀ ରଥଯାତ୍ରା ଦେଖିବେ ରାଷ୍ଟ୍ରପତି

ପୁରୀ: ରଥଯାତ୍ରା ଦେଖିବେ ରାଷ୍ଟ୍ରପତି । ୭ ଓ ୮ ତାରିଖ ଦୁଇ ଦିନ ପୁରୀରେ ରହି ଶ୍ରୀଜିଉଙ୍କୁ ଦର୍ଶନ…

1 hour ago

ରେଲୱେରେ ଗ୍ରୁପ ଡିରେ ୧,୦୩,୭୬୯ ପଦବୀ ଖାଲି, ଜାଣନ୍ତୁ କେମିତି କରିବେ ଆବେଦନ

ଭାରତୀୟ ରେଲୱେରେ ଚାକିରି ଖୋଜୁଥିଲେ ଆପଣଙ୍କ ପାଇଁ ଖୁସି ଖବର । ଆରଆରବି ଗ୍ରୁପ ଡି ପାଇଁ ୧,୦୩,୭୬୯ ପଦବୀ…

1 hour ago