ଆଗକୁ ବଜାରରେ ଉପଲବ୍ଧ ହେବ ବ୍ରେଷ୍ଟ କ୍ୟାନସର ଭଳି ରୋଗ ଚିହ୍ନଟକାରୀ ପରିଧାନ

ମହିଳାଙ୍କ ଠାରେ ବ୍ରେଷ୍ଟ କ୍ୟାନସର ଏକ ଚିନ୍ତାଜନକ ରୋଗ ଅଟେ । ଯାହା ଅଧିକାଂଶ ମହିଳାଙ୍କଠାରେ ଦେଖିବାକୁ ମିଳୁଛି । ଏହି ରୋଗକୁ ନେଇ ଅନେକଙ୍କ ମଧ୍ୟରେ ପ୍ରଶ୍ନ ସହ ଛନକା ମଧ୍ୟ ରହିଥାଏ । କିନ୍ତୁ ଶୁଣି ଆଶ୍ଚର୍ଯ୍ୟ ହେବେ ଯେ ଏକ ସ୍ମାର୍ଟ ଅନ୍ତବସ୍ତ୍ର ଏବେ ଚିହ୍ନଟ କରିବ ସ୍ତନ କର୍କଟ । ଏହାକୁ ପ୍ରସ୍ତୁତ କରିଛିନ୍ତି ନାଇଜେରିଆର ବୈଜ୍ଞାନିକ। ଏହା ବିଷୟରେ କହିବା କଥା କି ଏହି ସ୍ମାର୍ଟ ପରିଧାନ ସାହାଯ୍ୟରେ ପ୍ରାଥମିକ ଅବସ୍ଥାରେ ସ୍ତନ କର୍କଟ ଚିହ୍ନଟ ହେବ ।

ବୈଜ୍ଞାନିକଙ୍କର ମାନିବା କଥା କି ଏହା ବିଶେଷ ଭାବରେ ଆଫ୍ରିକା ମହିଳାମାନଙ୍କୁ ସାହାଯ୍ୟ କରିବ । କାରଣ ଏଥିପାଇଁ ସେମାନଙ୍କୁ ପରୀକ୍ଷା ପାଇଁ ବହୁ ଦୂର ଯିବାକୁ ପଡୁଛି । ଯଦି ଏହା ପ୍ରାରମ୍ଭିକ ଅବସ୍ଥାରେ ଚିହ୍ନଟ ହୁଏ , ତେବେ ଚିକିତ୍ସା ସହଜ ହେବ । ଏବଂ ରୋଗର ବ୍ୟାପକତା ମଧ୍ୟ କମିଯିବ ।

ରିପୋର୍ଟ ଅନୁଯାୟୀ ଏହି ପରିଧାନ ଟେକ୍ନୋଲୋଜି ଦ୍ୱାରା ପ୍ରସ୍ତୁତ କରାଯାଇଛି । ଏଥିରେ ଛୋଟ ଅଲଟ୍ରାସାଉଣ୍ଡ ସେନସର ଅଛି । ଏହି ସେନ୍ସର ଗୁଡିକ ବ୍ୟଟେରୀରୁ ପରିଚାଳିତ । ଏହି ସେନ୍ସର ସେହି ଅଙ୍ଗରେ ସ୍କାନ କରେ । ସ୍କାନ୍‌ଂ ସମୟରେ ଟ୍ୟୁମରର ଅବସ୍ଥାନ ଚିହ୍ନଟ ହୁଏ । ଏହାକୁ ପ୍ରସ୍ତୁତ କରିଥିବା ଦଳ କହିଛି ଯେ ଏହି ଉପକରଣ ସାହାଯ୍ୟରେ ଏହାର ଏହି ରୋଗର ସ୍କ୍ରିନିଂ ପ୍ରୋସେସ ଆହୁରି ୁନ୍ନତ ହୋଇପାରିବ ।

ଏହି ପରିଧାନ ଏକ ଆପ ସହ ଲିଙ୍କ ହୋଇଛି । ପରୀକ୍ଷଣ ପରେ ସ୍ତନରେ ଥିବା ଟ୍ୟୁମର କର୍କଟ କିମ୍ବା ଅଣ କର୍କଟ ରୋଗ ବୋଲି ଜଣାପଡୁଛି । ପରୀକ୍ଷା ପରେ ଫଳ ବ୍ୟବହାରକାରୀଙ୍କ ମୋବାଇଲ ଆପକୁ ଚାଲିଯାଏ । ଯେଉଁଠାରେ ଏହା ସହଜରେ ଦେଖାଯ।ଏ ।

ଏହି ରୋଗର ଯାଞ୍ଚ କରିବା ପାଇଁ ଏହି ଅନ୍ତ୍ରବସ୍ତ୍ର ପରିଧାନକୁ ୩୦ମିନିଟ ଯାଏ ଁ ପରିଧାନ କରିବାକୁ ପଡିବ । ଏହା ପରେ ଫଳାଫଳ ମୋବାଇଲରେ ଧେଖିପାରିବେ । ବଡକଥା ଏହାକୁ ଡାକ୍ତରଙ୍କ ସହ ମଧ୍ୟ ସେୟାର କରାଯାଇପାରିବ ।

ଏହା କାହିଁକି ପ୍ରସ୍ତୁତ ହେଲା । ଏହାକୁ ପ୍ରସ୍ତୁତ କରିଥିବା ରୋବଟିକ୍ସ ଇଞ୍ଜିନିୟର କେମିସୋଲା ବୋଲାରିନୋଭା କୁହନ୍ତି ସ୍ତନକର୍କଟ ହେତୁ ମୋ ମାଆ ୨୦୧୭ରେ ମୃତ୍ୟୁବରଣ କରିଥିଲେ । ଏହି ରୋଗର ବିଳମ୍ବ ଚିହ୍ନଟ ତାଙକ୍‌ ମୃତ୍ୟୁର କାରଣ ଥିଲା । ଯେଉଁଠାରେ ତାଙ୍କୁ ଭର୍ତ୍ତି କରାଯାଇଥିଲା ସେହି ହସ୍ପିଟାଲର ୱାର୍ଡରେ ଝିଅଙ୍କ ଠାରୁ ଆରମ୍ଭ କରି ଅନେକ ମହିଳା ଏମିତିକି ବୃଦ୍ଧା ମଧ୍ୟ ଏହି ରୋଗ ସହ ସଂଘର୍ଷ କରୁଥିଲେ । ସେତେବେଳେ ମୁଁ କିଛି କରିବାକୁ ଭାବିଲି । ଯାହାର ଫଳ ଏବେ ହୁଏତ ମିଳିଛି ।

କାମିସୋଲା କହିଛନ୍ତି କି ବର୍ତ୍ତମାନ ମହିଳାମାନଙ୍କୁ ସ୍ତନ କର୍କଟ ସ୍କ୍ରିନିଂ ପାଇଁ ଡାକ୍ତରଙ୍କ ପାଖକୁ ଯିବାକୁ ପଡିବ । ହେଲେ ଏହି ସ୍ମାର୍ଟ ପରିଧାନ ସାହାଯ୍ୟରେ ଘରେ ମଧ୍ୟ ନିରାପଦ ଓ ଆରାମଦାୟକ ପରୀକ୍ଷା ଉପଲବ୍ଧ ହେବ ।

କାମୋସିଲାଙକ୍‌ ଅନୁଯାୟୀ ଏହଗା ସାହାଯ୍ୟରେ ପ୍ରାଥମିକ ଅବସ୍ଥାରେ କର୍କଟ ଚିହ୍ନଟ କରି ମୃତ୍ୟୁ ସଂଖ୍ୟା ହ୍ରାସ କରାଯାଇପାରେ । ପରୀକ୍ଷା ସମୟରେ ଏହା ପ୍ରକାଶ ପାଇଲା ଯେ ଏହା ୭୦ ପ୍ରତିଶତ ପର୍ଯ୍ୟନ୍ତ ସଠିକ ଫଳାଫଳ ଦେଇଥାଏ । ତେବେ କିଭଳି ୯୫ରୁ ୯୭ପ୍ରତିଶତ ଯାଏଁ ଫଳାଫଳ ସଠିକ ହୋଇପାରିବ ବୋଲି ନିଶ୍ଚିନ୍ତ କରିବାକୁ ଆମର ପ୍ରୟାସ ଚାଲିଛି । ଏହି ପରିଧାନ ଚଳିତ ବର୍ଷ ଜୁଲାଇ ସୁଦ୍ଧା ବଜାରରେ ଉପଲବ୍ଧ ହେବ ବୋଲି ସେ କହିଛନ୍ତି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.