ଯେଉଁ ଲୋକଙ୍କର ଘରେ ଗଛ ଲଗାଇବାର ରୁଚି ରହିଛି, ହେଲେ ଜାଗାର ଅଭାବ ଅଛି, ସେମାନଙ୍କୁ ନିରାଶ ହେବାର କୌଣସି ଆବଶ୍ୟକତା ନାହିଁ। ଏବେ ଏମିତି ଏକ ‘ସ୍ମାର୍ଟ ଫ୍ଲାଓ୍ଵାର ପଟ୍’ ଆସିଯାଇଛି, ଯାହା ଜରିଆରେ ଆପଣ ସହଜରେ ଘରେ ହିଁ ବଡ଼ ବୃକ୍ଷ ବଞ୍ଚାଇ ପାରିବେ। ଗତ ସପ୍ତାହରେ ଫ୍ରାନ୍ସର ଇଲେକ୍ଟ୍ରୋନିକ୍ସ କମ୍ପାନୀ ‘ପ୍ୟାରୋଟ୍’ ଏହି ସ୍ମାର୍ଟ କୁଣ୍ଡ ପ୍ରସ୍ତୁତ କରିଛି, ଯାହାକି କୌଣସି ବି ଗଛକୁ ଜୀବିତ ରଖିପାରିବ।
କମ୍ପାନୀର କହିବା ହେଲା, ଏହି ପ୍ୟାରୋଟ୍ ପଟ୍ ଭିତରେ ସେନ୍ସର ଲଗାଯାଇଛି। ଗଛର ଉଚିତ ବିକାଶକୁ ସୁନିଶ୍ଚିତ କରିବା ପାଇଁ ଏହା ତାପମାତ୍ରା, ଆଲୋକ, ଉର୍ବରତା ଆଦିର ସ୍ତରକୁ ମାପିଥାଏ। ଏହି ସେନ୍ସର ଦ୍ୱାରା ସହଜରେ ଜାଣିହେବ ଯେ ଗଛକୁ ପାଣି ଏବଂ ସୂଯ୍ୟର୍ଙ୍କ କିରଣ ଉଚିତ ମାତ୍ରାରେ ମିଳୁଛି କି ନାହିଁ?
ତେବେ ଏ ବିଷୟରେ ଆପଣଙ୍କୁ ‘ଫ୍ଲାଓ୍ଵାର ପାଓ୍ଵାର’ ଆପ୍ ଜରିଆରେ ତଥ୍ୟ ମିଳିପାରିବ। ଏଥିରେ ୭,୦୦୦ଟି ଗଛ ବିଷୟରେ ସୂଚନା ମିଳିବ। କୁଣ୍ଡରେ ୨ ଲିଟର ଯାଏ ପାଣି ଭରିପାରିବ, ଯାହାକି କୌଣସି ଗଛ ପାଇଁ ସପ୍ତାହ ଯାଏ ପଯ୍ୟର୍ାପ୍ତ ଅଟେ। ସବୁଠାରୁ ଖାସ୍ କଥା ହେଉଛି, ଗଛ ଯେତେବେଳେ ପାଣି ଆବଶ୍ୟକ କରିବ, କୁଣ୍ଡଟି ଆପେ ଆପେ ପାଣି ଯୋଗାଇବ।
ବିହାରର ପାଟନା ଏୟାରପୋର୍ଟକୁ ବୋମାରେ ଉଡ଼ାଇ ଦେବାକୁ ମିଳିଛି ଧମକ । ଏହି ଧମକ ଇ-ମେଲ୍ ମାଧ୍ୟମରେ ମିଳିଛି, ଯାହାକୁ…
ଭାରତୀୟ ଟିମ୍ ଟି୨୦ ବିଶ୍ୱକପ ୨୦୨୪ ସୁପର-୮ ମ୍ୟାଚ ଖେଳିବାକୁ ୱେଷ୍ଟଇଣ୍ଡିଜରେ ପହଞ୍ଚିସାରିଛି । ଟିମ୍ ବ୍ରିଜଟାଉନରେ କଠିନ ଅଭ୍ୟାସ…
ଆଜିକାଲି ଲୋକମାନେ ବଢୁଥିବା ଓଜନକୁ ନେଇ ଚିନ୍ତିତ ରହୁଛନ୍ତି । ଯଦି ଆପଣ ମଧ୍ୟ ଏକ୍ସରସାଇଜ୍ କରିବା ପରେ ମଧ୍ୟ…
କେନ୍ୟୁଜ (ବ୍ୟୁରୋ) : ଭୁବନେଶ୍ୱର ଡ୍ରେନରେ ଭାସିଯାଇଥିବା ନାବାଳକ ଉଦ୍ଧାର । ଆଜି ୟୁନିଟ ୩ ମସଜିଦ କଲୋନୀ ନିକଟରେ…
ଅଲକା ୟାଗନିକ୍ ଜଣେ ପ୍ରସିଦ୍ଧ ବଲିଉଡ୍ ଗାୟିକା । ସଙ୍ଗୀତ ଦୁନିଆରେ ତାଙ୍କୁ କିଏ ବା ନ ଜାଣେ ।…
ସିକ୍କିମ୍ରେ ବର୍ତ୍ତମାନ ସ୍ଥିତି ସାଂଘାତିକ । ଏଠାରେ କ୍ରମାଗତ ବର୍ଷା ଏବଂ ଭୂସ୍ଖଳନ ଯୋଗୁ ପରିସ୍ଥିତି ଜଟିଳ ହୋଇପଡ଼ିଛି ।…