ଏଥର ଗଛର ପତ୍ର କହିବ ଗଛକୁ କେତେବେଳେ ପାଣି ଦରକାର

ଏକ ଗଛକୁ କଣ ଦରକାର ଆପଣ ଭଲଭାବେ ଜାଣନ୍ତି । ମାଟି ପାଣି ପବନ ହେଉଛି ତାର ଆହାର । କିନ୍ତୁ କଣ ଆପଣ ଜାଣିପାରନ୍ତି କି ଗଛଟିକୁ କେତେବେଳେ ପାଣିର ଆବଶ୍ୟକ ହୁଏ । ଏବେ କିନ୍ତୁ ଗଛ ନିଜେ କହିବ କି ତାକୁ କେତେବେଳେ ପାଣି ଦରକାର । ଏକ ଏଭଳି ସ୍ମର୍ଟୱାଚ ଯାହା ଜଣାଇଦେବ କି କେତେବେଳ ଆପଣ ଗଛରେ ପାଣିଦେବେ । ଯାହାକୁ ବୈଜ୍ଞାନିକମାନେ କେବଳ ଗଛ ପାଇଁ ତିଆରି କରିଛନ୍ତି । ଏହି ସ୍ମାର୍ଟୱାଚ ମନିଟର କରିବ କି କେବେ ଗଛଟିକୁ ପାଣି ଦିଆୟିବ । ଏହାକୁ ବ୍ରାଜିଲର ବ୍ରିଜିଲିୟନ ନାନୋଟେକ୍ନୋଲୋଜି ନେଶନାଲ ଲେବୋରେଟ୍ରୀ ର ବୈଜ୍ଞାନିକମାନେ ବିକଶିତ କରିଛନ୍ତି ।

ଏକ ରିପୋର୍ଟ ହିସାବରେ ଯେଭଳି ଏହି ସ୍ମାର୍ଟୱାଚ ଏହା ପତ୍ତାଲଗାଏ କି ଗଛରେ ପାଣିର ଲେବଲ କେତେ ଅଛି । ଆଉ ଭିତରେ ତାକୁ କେତେ ପାଣିର ଆବଶ୍ୟକତା ଅଛି । ବୈଜ୍ଞାନିକମାନେ ଏହାର ଏକ ପ୍ରୋଟୋଟାଇପ ପ୍ରସ୍ତୁତ କରିଛନ୍ତି । ଗଛରେ ପାଣିର ଲେବେଲ ଜାଣିବା ପାଇଁ ସେନ୍ସର ସହ ଗଛର ପତ୍ର ଯୋଡାଯାଉଛି । ଏହି ସେନ୍ସର ଗଛରେ ପାଣିର ସ୍ତର ଜାଣିପାରେ । ଏହି ସେନସର ଏକ ଆପ ସହ ଯୋଡା ଯାଇଛି । ଯେବେ ବି ଏହା ପତ୍ତ୍ଲାଗାଏ ତେବେ ୟୁଜରକୁ ଆପ ମାଧ୍ୟରେ ଜଣାଇଦିଏ । ଏହାପରେ ଗଛକୁ ପାଣି ପହଞ୍ଚାଯାଏ ଆଉ ଏସମସ୍ତ ପ୍ରକ୍ରିୟା ୱେରଲେସରେ ଅଟେ ।

ପୂର୍ବରୁ ମଧ୍ୟ ଏଭଳି ସେନ୍ସରକୁ ବିକଶିତ କରିବା ପାଇଁ ଚେଷ୍ଠା କରାଯାଇତିଲା କିନ୍ତୁ କିଛି କାରଣ ପାଇଁ ଏହା ସମ୍ଭବ ହୋଇନଥିଲା । ଯାହାଫଳରେ ଏହାର ସଠିକ ସୂଚନା ମିଳିପାରୁନଥିଲା । ତେଣୁ ଏଭଳି ଇଲେକ୍ଟ୍ରୋଡ ତିଆରି କରାଗଲା ଯାହାକୁ ପତ୍ର ସହ ଯୋଡାଯାଇପାରିବ । ଫଳରେ ଏହା ଲମ୍ବ ସମୟ ଧରି ମନିଟରିଂ କରିପାରିବ ।

ଏଥିପାଇଁ ଦୁଇପ୍ରକରାର ଇଲେକ୍ଟ୍ରୋଡ ନିଆଗଲା । ଗୋଟିଏ ନିକେଲର ଆଉ ଗୋଟିଏ ଜଳିଯାଇତିବା କାଗଜ ଉପରେ ମୋମର ପରସ୍ତ ଲଗାଇ । ପ୍ରୟୋଗ ବେଳେ ଦୁଇ ଇଲେକ୍ଟ୍ରୋଡକୁ ଛିଡା ହୋଇଥିବା ପତ୍ରରେ ଟେପ ସାହାଯ୍ୟରେ ଲଗାଗଲା । ଏହା କରିବା ପରେ ପତ୍ର ଶୁଖିବାର ସିଗନାଲ ସହଜରେ ମିଳିପାରିଲା । ଏହାପରେ ବି ଯେତୋଟି ପ୍ରୟୋଗ କରାଗଲା ତାହା ସଫଳ ହୋଇଥିଲା ।

ପ୍ରୟୋଗ ପରେ ଇଲେକ୍ଟ୍ରୋଡକୁ ଏକ ଡିଭାଇସ ଭାବେ ବଦଳାଗଲା । ଯାହାଫଳରେ ଏହା ପତ୍ର ଉପରେ ଆଟାଚ କରଯାଇଥିଲା । ୟୁଜରଙ୍କୁ ପାଣିର ସୂଚନା ପରସେଣ୍ଟେଜ ହିସାବରେ ଦେଖିବାକୁ ମିଳେ । ଏମିତିକି ଗଛ କିଭଳି କୀଟନାଶକ ସହ ଯୁଝିପାରୁଛି ଓ ଏଥିରେ କେତେ ପରିମାଣର ବିଷ ତତ୍ତ୍ୱ ରହିଛି ତାର ସୂଚନା ମଧ୍ୟ ମିଳିପାରିବ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.