ଆଗ୍ରାରେ ଜଣେ ଯୁବକକୁ ନାଗ ସାପ ୧୫ ଦିନରେ ୮ ଥର କାମୁଡ଼ିବାର ଘଟଣା ଏବେ ହେଉଛି ଖୁବ ଭାଇରାଲ, ଜାଣନ୍ତୁ କ’ଣ କହୁଛନ୍ତି ଗାଁ ଲୋକେ

ଉତ୍ତର ପ୍ରଦେଶ ଆଗ୍ରାରୁ ଆସିଛି ଏମିତି ଛାତି ଥରେଇ ଦେବା ଭଳି ଘଟଣା, ଯାହା ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଦେଇଛି। । ଥରେ କି ଦୁଇଥର ନୁହେଁ ବରଂ ୧୫ ଦିନରେ ଲଗାତାର ୮ ଥର କାମୁଡ଼ି ସାରିଲାଣି ନାଗସାପ ଆଗ୍ରାର ଜଣେ ଯୁବକକୁ ,ଲୋକମାନେ ଏହାକୁ ‘ଯାନୀ ଦୁଷ୍ମନ’ ବୋଲି କହୁଛନ୍ତି।

ଦେଶର ବିଭିନ୍ନ ସ୍ଥାନରୁ ସାପ କମମୁଡ଼ିବା ନେଇ ଆଶ୍ଚର୍ଯ୍ୟ କଲା ଭଳି ଖବର ଆସିଥାଏ । କିନ୍ତୁ ଉତ୍ତରପ୍ରଦେଶର ଆଗ୍ରାରେ ଏମତି ଏକ ଘଟଣା ଘଟିଛି, ଯାହା ଜାଣିଲେ ଆପଣ ଆଶ୍ଚର୍ଯ୍ୟ ହୋଇଯିବେ। ଆଗ୍ରାର ଜଣେ ଯୁବକଙ୍କୁ ଥରେ କି ଦୁଇଥର ନୁହେଁ ବରଂ ୧୫ ଦିନରେ ୮ ଥର ନାଗସପ କାମୁଡ଼ିଲାଣି। । ରିପୋର୍ଟ ଅନୁସାରେ ଆଗ୍ରାର ରଜତ ଚହର ନାମକ ଜଣେ ଯୁବକଙ୍କ ପଛରେ ସାପଟି କାହିଁ କେତେ ଦିନରୁ ପଡ଼ିଛି, ରଜତଙ୍କୁ କାମୁଡ଼ିବା ପରେ ସାପଟି ଅଚାନକ କେଉଁଆଡ଼େ ଉଭାନ ହେଇଯାଉଛି।

ରିପୋର୍ଟ ଅନୁସାରେ ଥରେ ରାତିରେ ରଜତ ନିଜ କୋଠରୀରେ ଶେରଇଥିବା ବେଳେ ହଠାତ୍‌ ସାପ ଦଂଶନ କରିଥିଲା। କାମୁଡ଼ିବା ପରେ ତାଙ୍କୁ କରେଣ୍ଟ ପରି ଅନୁଭବ ହୋଇଥିଲା, ସେ ଜୋର୍‌ରେ ଚିତ୍କାର କରିଥିଲେ । ଚିତ୍କାର ଶୁଣି ଘର ଲୋକ ଆସି ଦେଖନ୍ତି ତ ତାଙ୍କ ପାଦରୁ ରକ୍ତ ବାହାରୁଥିଲା।ସଙ୍ଗେ ସଙ୍ଗେ ପରିବାର ଲୋକ ଗାଁ ଡାକ୍ତର ପାଖକୁ ନେଇ ଚିକିତ୍ସା କରାଇଥିଲେ, ପରେ ତାଙ୍କ ଜୀବନ ବଞ୍ଚିଯାଇଥିଲା।

ଏହି ଘଟଣାରେ ପରିବାର ଲୋକେ ଭୟଙ୍କର ଭାବରେ ଡରିଯାଇଥିଲେ,ପରିବାର ଲୋକେ ଗାଁ ଡାକ୍ତରଙ୍କ ଛଡ଼ା ଯୁବକଙ୍କୁ ବଞ୍ଚେଇବା ପାଇଁ ଜଣେ ତାନ୍ତ୍ରିକର ସହାୟତା ମଧ୍ୟ ନେଇଥିଲେ।

ପରିବାର ଲୋକଙ୍କ କହିବା କଥା, ଗତ ୬ ସେପ୍ଟେମ୍ବର ପର ଠାରୁ ପ୍ରତ୍ୟକ ଦୁଇ ତିନି ଦିନରେ ସାପ ଯୁବକଙ୍କ କୋଠରୀକୁ ଆସୁଛି ଏବଂ କାମୁଡ଼ିଦେଇ ଚାଲିଯାଉଛି।ପ୍ରତ୍ୟକ ଥର ପରିବାର ଲୋକ ପୀଡ଼ିତଙ୍କୁ ଡାକ୍ତରଙ୍କ ପାଖକୁ ନେଇ ଚିକିତ୍ସା କରାଉଛନ୍ତି।ଏବେ ଯୁବକର ପରିବାର ଲୋକଙ୍କ ଜୀବନ ସାପର ଭୟରେ ଦୁର୍ବିସହ ହୋଇଯାଇଛି।

Leave A Reply

Your email address will not be published.